ବାଫଲିମାଳି ବକ୍ସାଇଟ ଖଣିରେ ଉତ୍କଳ ଆଲୁମିନା ପକ୍ଷରୁ ୨୪ତମ ଖଣିପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ (ଏମଇଏମ୍‍ସି)-୨୦୨୨ ପାଳିତ

0
u-2.JPG

ଭୁବନେଶ୍ୱର/ଟିକିରି: ଇଣ୍ଡିଆନ ବ୍ୟୁରୋ ଅଫ୍‍ ମାଇନ୍ସ, ଭୁବନେଶ୍ୱର ରିଜନ୍‍ ମାର୍ଗଦର୍ଶନରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ୨୦୨୨ ଡିସେମ୍ବର ୧୮ ତାରିଖରୁ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ବାଫଲିମାଳି ବକ୍ସାଇଟ ଖଣିରେ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ (ଏମଇଏମ୍‍ସି) ପାଳିତ ହୋଇଯାଇଛି । ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସମ୍ପର୍କରେ କର୍ମଚାରୀ ଏବଂ ଅନ୍ୟ ସହଭାଗୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସପ୍ତାହବ୍ୟାପୀ ଉତ୍ସବ ପାଳନ ଅବସରରେ ପ୍ରବନ୍ଧ, ସ୍ଲୋଗାନ, ପୋଷ୍ଟର ଆଦି ପ୍ରତିଯୋଗିତା ମାଧ୍ୟମରେ ଖଣି କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।


୨୦୨୨ ଡିସେମ୍ବର ୨୧ ତାରିଖରେ ଶ୍ରୀ ବ୍ରଜ ବିନୋଦ- ହେଡ୍‍ ଅପରେସନ୍ସ, ଟାଟା ଷ୍ଟିଲ ଲିମିଟେଡ, ଶ୍ରୀ ଅନୁକୂଳ ଚନ୍ଦ୍ର ବିଶ୍ୱାଳ, ଏଭିପି, ଜେଏସଡବ୍ଲ୍ୟୁ ଏବଂ ଡଃ.ସରୋଜ ଦାଶ, ସିନିୟର ମ୍ୟାନେଜର, ରୁଙ୍ଗଟା ସନ୍ସ (ପ୍ରାଇଭେଟ) ଲିମିଟେଡଙ୍କୁ ନେଇ ଗଠିତ ତଦାରଖକାରୀ ଦଳ ବାଫଲିମାଳି ବକ୍ସାଇଟ ଖଣି ପରିଦର୍ଶନ କରିଥିଲେ । ଏହାପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ନୂଆପଡା କ୍ଲବ ହାଉସ୍‍ଠାରେ ବିଭିନ୍ନ ସଂସ୍ଥାର ପ୍ରତିନିଧି, କର୍ମଚାରୀ, ପରିବାର ସଦସ୍ୟ, ସହଭାଗୀ ଏବଂ ଶ୍ରମିକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।


ଶ୍ରୀ ମଜହ୍‍ରୁଲ୍ଲା ବେଗ୍‍ (ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ-ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ) ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଏବଂ ତାଙ୍କ ସହିତ ଟାଟା ଷ୍ଟିଲ, ଜେଏସଡବ୍ଲ୍ୟୁ ଏବଂ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡର ପ୍ରତିନିଧିଗଣ ଉପସ୍ଥିତ ଥିଲେ । ଶ୍ରୀ ମୁକେଶ କୁମାର ଝା, ହେଡ୍‍ ମାଇନ୍ସ, ଶ୍ରୀ କୌଶିକି ସରଣ ମିଶ୍ର-ହେଡ୍‍
ରିଫାଇନାରୀ ଅପରେସନ୍ସ, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିୀ-ହେଡ୍‍, ସିଏସଆର, ପିଆର୍‍ ଆଣ୍ଡ୍‍ ସିଆର, ଶ୍ରୀ ସଞ୍ଜୟ ପାଢୀ, ମ୍ୟାନେଜର ମାଇନ୍ସ ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ଜ୍ୟୋତିଷି-ହେଡ୍‍ ଜିଓଲୋଜି ପ୍ରମୁଖ ବିଶିଷ୍ଟ ବ୍ୟକ୍ତମି ।ନେ ମୁଖ୍ୟଅତିଥିଙ୍କ ସହିତ ମଞ୍ଚାସୀନ ଥିଲେ । ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସମ୍ପର୍କରେ ଆଲୋଚନା, ସଚେତନତାମୂଳକ କ୍ଷୁଦ୍ରାଭିନୟ ଏବଂ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଆଦି ଏହି ଉତ୍ସବର କେତେକ ମୁଖ୍ୟ ମୁଖ୍ୟ କାର୍ଯ୍ୟକ୍ରମ ଥିଲା ।


ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ପ୍ରସାର ଦିଗରେ ପୃଷ୍ଠପୋଷକତା ଏବଂ ପ୍ରୟାସ ପାଇଁ ଆଇବିଏମ୍‍ର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଉତ୍କଳ ଆଲୁମିନାର ଖଣି ଟିମ୍‍ର ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଖଣିଗୁଡିକରେ ଲାଗୁ ଏବଂ କାର୍ଯ୍ୟକାରୀ କରାଯାଉଥିବା ପଦ୍ଧତିଗୁଡିକ ସହିତ ଗୋଷ୍ଠୀ ପକ୍ଷରୁ ସମକ୍ରିୟା ଜାଗ୍ରତ କରିବା ଏବଂ ଦୀର୍ଘସ୍ଥାୟୀ ପ୍ରୟାସସମୂହକୁ ଅନୁଧ୍ୟାନକାରୀ ଦଳ ପ୍ରଶଂସା କରିଥିଲେ । ସେମାନେ ମଧ୍ୟ କର୍ମଚାରୀ ଓ ସହଭାଗୀଙ୍କୁ ସଚେତନ କରାଇବା ନିମନ୍ତେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଖଣି ଟିମ୍‍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଦ୍ୟୁମ୍ନ ଦାସ, ଶ୍ରୀ ସବ୍ୟସାଚୀ ବିଶ୍ୱାସ, ଶ୍ରୀ ପି ସି ପାତ୍ର, ଶ୍ରୀ ଅଭିଜିତ ମାଜି ଏବଂ ଶ୍ରୀ ଶୁଭ୍ରାଂଶୁ ଭୂଷଣ ସାହୁଙ୍କ ସହିତ ବାଫଲିମାଳି ବକ୍ସାଇଟ ଖଣିର ଅନ୍ୟ ଟିମ୍‍ ସଦସ୍ୟମାନେ ପରିଚାଳନା କରିଥିଲେ ।


ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍‍ ନିଜର ସିଏସ୍‍ଆର ଓ ସିଆର୍‍ ଏବଂ ସଷ୍ଟେନେବିଲିଟି ପ୍ରୟାସସମୂହ ଜରିଆରେ ରାୟଗଡା ଓ କଳାହାଣ୍ଡି ଆଦି ଦୁଇଟି ଜିଲ୍ଲାର ଦୁଇଟି ବ୍ଲକ ଅନ୍ତର୍ଗତ ୧୨ ଗ୍ରାମ ପଞ୍ଚାୟତର ୨୩୨ଟି ଗ୍ରାମରେ ପାରିପାଶ୍ୱର୍ିକ ବିକାଶମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ନିୟୋଜିତ ରହିଛି । ଏବିଜି ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ପ୍ରସଙ୍ଗଗୁଡିକ ପ୍ରତି ଦୃଷ୍ଟି ଦିଆଯିବା ଭଳି ପାଞ୍ଚଟି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକ ୨,୦୦,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ୟୁଏଆଇଏଲ୍‍ର ଅନନ୍ୟ ବହୁସହଭାଗୀ ଆଧାରିତ ପ୍ରୟାସଗୁଡିକ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଜନଜୀବନକୁ ସମୃଦ୍ଧ କରୁଛି ।

Leave a Reply

Your email address will not be published. Required fields are marked *