ବଢୁଛି ମଦ ଚାହିଦା
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ରାଜ୍ୟରେ ମଦ ଚାହିଦା ହୁ ହୁ ହୋଇ ବଢୁଛି । ବିକ୍ରି ଅ ।ରମ୍ଭର ପ୍ରଥମ ଦିନରେ ଲୋକେ ପ୍ରାୟ ୨୦ହଜାର ଲିଟର ମଦ କିଣିଥିବାବେଳେ ଦ୍ୱିତୀୟ ଦିନରେ ଏହି ପରିମାଣ ୫୦ହଜାର ଲିଟରକୁ ବଢିଯାଇଛି । ସେହିଭଳି ଅନ୍ଲାଇନରେ ମଦ ଯୋଗାଉବାପାଇଁ ଅଧିକ ଦୋକାନ ବି ଖୋଲିଛି ।
ରାଜ୍ୟ ସରକାର ଅନ୍ଲାଇନ ମଦ ଯୋଗାଣକୁ ଅନୁମତି ଦେବା ପରେ ପରେ ଲୋକେ ବରାଦ ଅ ।ରମ୍ଭ କରିଦେଇଥିଲେ । ପ୍ରଥମ ଦିନରେ ୮୯୪୯ ଜଣ ଅନ୍ଲାଇନରେ ମଦ କିଣିବାକୁ ବରାଦ ଦେଇଥିବାବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ୨୨,୯୩୦କୁ ବଢିଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୨୧,୫୨୮ ଜଣଙ୍କୁ ମଦ ଯୋଗାଣ ସମ୍ଭବ ହୋଇଛି ।
ସେହିଭଳି ପ୍ରଥମ ଦିନରେ ମଦ ବିକ୍ରି ପାଇଁ ୩୯୪ଟି ଦୋକାନ ଖୋଲିଥିବାବେଳେ ଦ୍ୱିତୀୟ ଦିନରେ ୭୫୦ଟି ଦୋକାନ ଖୋଲିଛି । ଖୋରଧା ଜିଲ୍ଲାରେ ସର୍ବାଧିକ ୭୪ଟି ଦୋକାନ ଖୋଲିଥିବାବେଳେ କଟକରେ ୬୩, ଗଞ୍ଜାମରେ ୫୦ଟି ଦୋକାନ ମଦଯୋଗାଣ ଅ ।ରମ୍ଭ କରିଛନ୍ତି । ସବୁଠାରୁ କମ୍ ୩ଟି ଦୋକାନ ସମ୍ବଲପୁର ଜିଲ୍ଲାରେ ଖୋଲିଛି ।
ତେବେ ଦ୍ୱିତୀୟ ଦିନରେ ବି ମଦ ଖରିଦ କ୍ଷେତ୍ରରେ ଖୋର୍ଦ୍ଧ ଜିଲ୍ଲା ଅ ।ଗରେ ରହିଛି । ଏହି ଜିଲ୍ଲାରେ ୧୫୦୬ ଜଣ ଅନ୍ଲାଇନରେ ମଦ ନେବାକୁ ବରାଦ ଦେଇଥିବାବେଳେ ସମସ୍ତଙ୍କୁ ମଦ ମିଳିଛି । ଏହି ଗ୍ରାହକମାନେ ୨୩୧୦ ଲିଟର ବିଦେଶୀ ମଦ ଓ ୧୫୯୭ଲିଟର ବିୟର ଖରିଦ କରିଛନ୍ତି ।
ଅନ୍ଲାଇନରେ ଦୋକାନୀମାନେ ନିଜେ ମଦ ଯୋଗାଣ କରୁଥିବାବେଳେ ସ୍ୱଗୀ ଓ ଜମାଟୋ ଭଳି ସଂସ୍ଥା ବି ଲୋକଙ୍କ ଘରେ ମଦ ପହଞ୍ଚାଇବାପାଇଁ ଅନୁମତି ନେଇଛନ୍ତି । ତେବେ ଅଧିକାଂଶ ସ୍ଥାନରେ ମଦ ଘରେ ପହଞ୍ଚିବା ପୂର୍ବରୁ ବରାଦ ଦେଇଥିବା ଲୋକେ କିନ୍ତୁ ଦୋକାନ ନିକଟରେ ହାଜର ହୋଇଯାଉଛନ୍ତି । ଦୋକାନୀ ବି ବରାଦ ହୋଇଥିବା ଟେଲିଫୋନ୍ ନମ୍ବର ଓ ଅନ୍ୟାନ୍ୟ କାଗଜପତ୍ର ଦେଖି ଲୋକଙ୍କ ହାତକୁ ମଦବୋତଲ ବଢାଇ ଦେଉଛି ।
ଏହାଦ୍ୱାରା ଏବେ ମଦ ପରିବହନ ଦାୟିତ୍ୱରେ ଥିବା ସଂସ୍ଥା ଓ ଯୁବକମାନେ ମାଲେମାଲ ହେଉଛନ୍ତି । କାରଣ ଗ୍ରାହକ ଅ ।ସି ଦୋକାନ ନିକଟରୁ ମଦ ସଂଗ୍ରହ କରୁଥିଲେ ମଧ୍ୟ ସେମାନେ ପରିବହନ ବାବଦକୁ ୧୦୦ ରୁ ୩୦୦ ଟଙ୍କା କରି ଅ ।ଦାୟ କରୁଛନ୍ତି । ତେଣୁ ମଦ ବିକ୍ରି ଅପେକ୍ଷା ଏବେ ପରିବହନରୁ ଅଧିକ ଲାଭ ହେଉଛି ।
ଉଲ୍ଲେଖନୀୟ ଯେ ଅନ୍ଲାଇନରେ ମଦବିକ୍ରି ପାଇଁ ରାଜ୍ୟ ସରକାର ଅନୁମତି ଦେବା ସହିତ ଏହା ଉପରେ ଅତିରିକ୍ତ ଭାବେ ୫୦ ପ୍ରତିଶତ କରୋନା ଟିକସ ଲାଗୁ କରିଛନ୍ତି । ଫଳରେ ମଦର ଦର ଦେଢଗୁଣା ବଢିଯାଇଛି । ଦର ବୃଦ୍ଧି ସତ୍ତ୍ୱେ ବି ଗୋଟିଏ ଦିନରେ ମଦର ଚାହିଦା ଦୁଇଗୁଣରୁ ଅଧିକ ହୋଇଯାଇଛି ।
