issa gupta

PRABAHA NEWS:- କିଛି ମାସ ହେବ ଇଶା ଗୁପ୍ତା ସ୍ପେନ୍‌ରେ ରହୁଛନ୍ତି । ସେକେଣ୍ଡ ଲକ୍‌ଡାଉନ୍ ପୂର୍ବରୁ ସେ ଏକ ଫେଶନ୍ ଶୁଟ୍ ପାଇଁ ଦୁବାଇ ଯାଇଥିଲେ । ସେଠାରେ ସେ ରହିଥିଲେ ଜଣେ ସମ୍ପର୍କୀୟଙ୍କ ଘରେ । ସେହି ସମୟରେ ସେକେଣ୍ଡ ଲକ୍‌ଡାଉନ୍‌ର ଘୋଷଣା ହୋଇଥିଲା ମୁମ୍ବାଇରେ । ତା\’ପରେ ଆଉ ଏକ ଶୁଟ୍ ପାଇଁ ଦୁବାଇରୁ ଇଶା ସ୍ପେନ୍ ଯାଇଥିଲେ । ଏହି ଶୁଟ୍ ମାର୍ବେଲାରେ ହୋଇଥିଲା । ସେଠାରୁ ସେ ଯାଇଥିଲେ ମାଦ୍ରିଦ୍ । ଏବେ ସେହିଠାରେ କିଛି ମାସ ହେବ ରହିଯାଇଛନ୍ତି ।


କରୋନାର ଦ୍ୱିତୀୟ ଲହର ଆସିବା ପରେ ଅଧିକାଂଶ ଅଭିନେତା ଓ ଅଭିନେତ୍ରୀଙ୍କ ପରି ଇଶାଙ୍କର କେତୋଟି ପ୍ରୋଜେକ୍ଟ ଅଟକି ରହିଛି । ଇଶା କହିଛନ୍ତି, ଏହି ସବୁ ପ୍ରୋଜେକ୍ଟର ଶୁଟିଂ ଏଯାଏ ଅ ।ରମ୍ଭ ହୋଇନାହିଁ । ଏହାର ନିର୍ମାତାମାନଙ୍କ ନିକଟରୁ ଖବର ଆସିବା ମାତ୍ରେ ସେ ଭାରତ ଫେରିବେ । ସ୍ପେନ୍‌ରେ ତାଙ୍କର ଇଣ୍ଡିଆନ୍ ଫ୍ରେଣ୍ଡ୍‌ସ୍ ମଧ୍ୟ ରହିଛନ୍ତି । ତାଙ୍କୁ ସେମାନେ କମ୍ପାନୀ ଦେଉଛନ୍ତି । ଇଶା ମଧ୍ୟ ନିଜର ଫିଟ୍‌ନେସ ପ୍ରତି ବେଶ୍ ସଚେତନ । ସେଠାରେ ସେ ଜଣେ ଟ୍ରେନର୍‌ଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କ ଦେଖାରେଖାରେ ସକାଳ ୭ରୁ ଅ ।ରମ୍ଭ କରିଦେଉଛନ୍ତି କିଛି ହାଇ-ଇଣ୍ଟେନ୍‌ସିଟି ୱାର୍କଅ ।ଉଟ୍ ।


ଦିଲ୍ଲୀର ଝିଅ ଇଶା । ତାଙ୍କର ପିତା ଜଣେ ଅବସରପ୍ରାପ୍ତ ଏୟାର୍‌ଫୋର୍ସ ଅଫିସର୍ ଓ ମାଅ । ହୋମ୍‌ମେକର୍ । ମଣିପାଲ ୟୁନିଭର୍ସିଟିରୁ ଇଶା ମାସ୍କ କମ୍ୟୁନିକେସନରେ ଡିଗ୍ରୀ ହାସଲ କରିଛନ୍ତି । ୨୦୦୭ରେ ସେ ଫେମିନା ମିସ୍ ଇଣ୍ଡିଅ । ପ୍ରତିଯୋଗିତାରେ ଭାଗ ନେଇ ତୃତୀୟ ସ୍ଥାନରେ ରହିଥିଲେ, ମିସ୍ ଫଟୋଜେନିକ୍ ଟାଇଟଲ୍ ହାସଲ କରିଥିଲେ । ୨୦୧୨ରେ ସେ ଏଣ୍ଟ୍ରି କରିଥିଲେ ବଲିଉଡ୍‌ରେ । ତାଙ୍କର ଡେବ୍ୟୁ ଫିଲ୍ମ ଥିଲା \”ଜନ୍ନତ୍ ୨\’, ଇମ୍ରାନ ହାଶ୍‌ମୀଙ୍କ ସହ । ଇଶା ଅଭିନୀତ ବଲିଉଡ୍ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି \”ରାଜ୍ ୩ଡି\’, \”ଚକ୍ରବ୍ୟୁହ\’, \”ହମ୍‌ସକଲ୍‌ସ\’, \”ରୁସ୍ତମ୍‌\’, \”କମାଣ୍ଡୋ ୨\’, \”ଟୋଟାଲ୍ ଧମାଲ୍‌\’ ଅ ।ଦି । \”ଦେଶୀ ମ୍ୟାଜିକ୍‌\’ ଟାଇଟଲ୍‌ରେ ଗୋଟିଏ ଫିଲ୍ମ ପୋଷ୍ଟ ପ୍ରଡକ୍ସନ୍ ଅବସ୍ଥାରେ ରହିଥିବାବେଳେ ଅ ।ଉ ଗୋଟିଏ ଫିଲ୍ମ \”ହେରାଫେରି ୩\’ ନିର୍ମାଣାଧୀନ ଅବସ୍ଥାରେ ରହିଛି ।


ଦୁଇଟି ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି ଇଶା, ୨୦୧୭ରେ \”ଭିଡେଭାଡୁ\’ ଓ ୨୦୧୯ରେ \”ବିନୟ ବିଧେୟ ରାମ\’ । ଦ୍ୱିତୀୟ ଫିଲ୍ମଟିରେ ସେ ଏକ ଡ୍ୟାନ୍ସ ନମ୍ବରରେ ଅ ।ସିଥିଲେ । ଇଶା କହିଛନ୍ତି, ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କର ଖୁବ୍ ପସନ୍ଦ । ସେ ଦକ୍ଷିଣରେ ତାଙ୍କର ଡେଣା ମେଲାଇବାକୁ ଚାହାନ୍ତି ।

Leave a Reply

Your email address will not be published. Required fields are marked *