ପ୍ରଶାସନ ବାଲିଚୋରି ଉପରେ ଚଢ଼ାଉ; ୨୧ ଟ୍ରାକ୍ଟର ଜବତ

0
Balipokhari escape raid

ଚଢ଼ାଉ ଖବର ଲିକେଜ; ଖସିଗଲେ ଶତାଧିକ ଟ୍ରାକ୍ଟର; ଚଢ଼ାଉ ସାମୟିକ ନହେଉ; ଅନେକ ଅଞ୍ଚଳ ବାକି ରହିଗଲା
ଭଦ୍ରକ, (ପ୍ରବାହ ନ୍ୟୁଜ୍‌): ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳର ବାଲିପୋଖରୀ ଏସକେପ ଉପର ଦେଇ ବୈତରଣୀ ନଦୀରୁ ଚୋରା ବାଲି ଉଠାଣ ଓ ପରିବହନ ଉପରେ ପୁଲିସ ଓ ପ୍ରଶାସନ ବୁଧବାର ବିଳମ୍ବିତ ରାତ୍ରରୁ ମିଳିତ ଚଢ଼ାଉ କରି ୨୧ ଟ୍ରାକ୍ଟର ଜବତ କରି ତହସିଲ ପଡିଆକୁ ଆଣିଛି । ସମସ୍ତ ସତର୍କତା ସତ୍ତ୍ୱେ ଚଢ଼ାଉ ଖବର ବାଲିମାଫିଆଙ୍କ ନିକଟରେ ଆଗୁଆ ପହଞ୍ôଚ ଯାଇଥିବାରୁ ଶତାଧିକ ଟ୍ରାକ୍ଟର ସୁରକ୍ଷିତ ଭାବେ ଖସିଯାଇଛନ୍ତି । ବର୍ଷା ଋତୁ ଆଗବନର ଅବ୍ୟବହିତ ପୂର୍ବରୁ ବାଲିଚୋରମାନେ ବାଲି ଉଠାଣ, ଗଚ୍ଛିତ ଓ ପରିବହନ କାର୍ଯ୍ୟକୁ ବହୁଗୁଣିତ କରିଦେଇଥିଲେ । ଏଥିନେଇ ଗଣମାଧ୍ୟମରେ ବ୍ୟାପକ ଭାବେ ଖବର ପ୍ରକାଶ ପାଇବା ସହ ପୁଲିସ ଓ ପ୍ର।।ସନକୁ ତିରସ୍କାର ମଧ୍ୟ କରାଯାଇଥିଲା । ବାଲିଚୋରମାନଙ୍କ ସହ ପୁଲିସ ଡିଲ କରୁଥିବା ଅଡିଓ ଭାଇରାଲ ହେବା ପୁଲିସ ଓ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସବାସର୍ବଦା କାର୍ଯ୍ୟାନୁଷ୍ଠାନ ପ୍ରତି ବିମୁଖ ରହୁଥିବା ତହସିଲଦାର ବହୁ ସମୟରେ ନିଜ କାର୍ଯ୍ୟାଳୟର କର୍ମଚାରୀ, ପୁଲିସ ଓ ଜନସାଧାରଣଙ୍କ ଉପରେ ଦୋଷ ଲଦିଦେଇ ଦାଇତ୍ୱ ଖସାଇ ଦେଇ ଆସୁଥିଲେ । ଅନୁରୂପ ଭାବେ ସୁରକ୍ଷା ବଳ ଥାଇ ମଧ୍ୟ ନିୟୋଜିତ କରାଯାଉନଥିବା ଓ କାର୍ଯ୍ୟାନୁଷ୍ଠାନ ତହସିଲର ମୂଳ ଦାଇତ୍ୱ କହି ପୁଲିସ ମଧ୍ୟ ଦାଇତ୍ୱ ଖସାଇଦେଇ ଆସୁଥିଲା । କେତେବେଳେ କେମିତି ମାସିକିଆ ବ୍ୟବସ୍ଥାକୁ ଫାଙ୍କି ବାଲି ଚୋରି କରୁଥିବା ଗାଡି ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିଲା ।

ପୁଲିସ ଓ ତହସିଲର ଏଭଳି ଭ୍ରଷ୍ଟାଚାରକୁ ଜନସାଧାରଣ କଟୁ ସମାଲୋଚନା କରୁଥିଲେ । ଇତି ମଧ୍ୟରେ ଡିଲ ଅଡିଓ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିକଟରେ ପହଞ୍ôଚ ସାରିଥିଲା । ପୁଲିସ ଅଧିକ୍ଷକଙ୍କ ଠାରୁ କଡା ନିର୍ଦ୍ଦେଶ ପାଇ ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ମନୋରଞ୍ଜନ ସାମଲ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ସ୍ଥାନୀୟ ଥାନାଧିକାରୀ ସନାତନ ସାହୁ, ଜଗନ୍ନାଥପ୍ରସାଦ ଅତିରିକ୍ତ ରାଜସ୍ୱ ନୀରିକ୍ଷକ କମଳାକାନ୍ତ ନାୟକ ପୁଲିସ ସୁରକ୍ଷାବଳଙ୍କ ସହ ବୁଧବାର ରାତ୍ର ତିନିଟା ବେଳେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ହେଲେ ବର୍ଷ ବର୍ଷ ଧରି ଥାନାରେ କାର୍ଯ୍ୟରତ ଥିବା ଭ୍ରଷ୍ଟାଚାରୀ କର୍ମଚାରୀଙ୍କ ଦ୍ୱାରା ସୂଚନା ବାଲିମାଫିଆଙ୍କୁ ମିଳିଯାଇଥିବାରୁ ବହୁ ଟ୍ରାକ୍ଟର ଖସିଯାଇଥିଲେ । ତେବେ ଚଢ଼ାଉ କାର୍ଯ୍ୟ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି ଚଢ଼ାଉ କେବଳ ନିର୍ଦ୍ଦଷ୍ଟ ଅଞ୍ଚଳରେ ସୀମିତ ରହିଥିବାରୁ ପୁନର୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଜବତ ହୋଇଥିôବା ଟ୍ରାକ୍ଟର ଉପରେ ମାମଲା ଋଜୁ ହେବା ସହ ପରିବହନ ବିଭାଗ ଦ୍‌ାରା ଟ୍ୟାକ୍ସ ପୈଠ ଯାଞ୍ଚ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ସାମୟିକ ନା ନୀୟମିତ ତାହା ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି । ଫଟୋ-କାର୍ଯ୍ୟାନୁଷ୍ଠାନ ଓ ଜବତ ଟ୍ରାକ୍ଟର ।

Leave a Reply

Your email address will not be published. Required fields are marked *