ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ରାଜ୍ୟ ବାହାରୁ ଅ ।ସିଥିବା ଓଡ଼ିଅ । କୁଶଳୀ ଶ୍ରମିକଙ୍କୁ ଲାଗିଛି ରୋଜଗାର ଚିନ୍ତା । ସେମାନଙ୍କୁ ରାଜ୍ୟ ଭିତରେ କାମଧନ୍ଦା ଯୋଗାଇବା କାଠିକର ପାଠ ହୋଇପଡ଼ିଛି ।
ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କୁଶଳୀ ଶ୍ରମିକମାନେ ରାଜ୍ୟକୁ ଅ ।ସୁଥିବା ବେଳେ ସେମାନଙ୍କୁ କାମଧନ୍ଦା ଯୋଗାଇବା ପାଇଁ ରାଜ୍ୟରେ ଅନୁରୂପ ସୁଯୋଗ ନାହିଁ । ସାଧାରଣତଃ କୁଶଳୀ ଶ୍ରମିକମାନେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିବା ପାଇଁ ଅ ।ଗ୍ରହ ପ୍ରକାଶ କରୁନାହାନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିବା ପରେ ଏବେ ଅଧିକରୁ ଅଧିକ ସଂଖ୍ୟକ କୁଶଳୀ ଶ୍ରମିକ କାମଧନ୍ଦା ଖୋଜୁଛନ୍ତି । ଏମାନଙ୍କୁ ଅ ।ଖି ଆଗରେ ରଖି ରାଜ୍ୟ ସରକାର ଏମ୍ଜିନରେଗାରେ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଯୋଜନା କରିଥିବା ବେଳେ ତାହା ଏମାନଙ୍କ ପାଇଁ ସହାୟକ ହେଉନାହିଁ ।
ତେଣୁ କୁଶଳୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇଦେବା ସକାଶେ ରାଜ୍ୟ ସରକାର ସ୍ୱ୍୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି । ତାହା ସେମାନଙ୍କୁ କେତେଦୂର ସହାୟକ ହେବ ତାହା ଦେଖିବାର ରହିଲା । ରାଜ୍ୟ ବାହାରୁ ଯେତେ ଶ୍ରମିକ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କୁଶଳୀ । ତେବେ ସେମାନଙ୍କର କୌଶଳ ପାରଦର୍ଶିତା ସଂକ୍ରାନ୍ତରେ ବିଧିବଦ୍ଧ ତାଲିକା ସରକାରଙ୍କ ପାଖରେ ନାହିଁ । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ମାଣ ଶିଳ୍ପ ସହିତ ଜଡ଼ିତ । ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ନିର୍ମାଣ କାର୍ଯ୍ୟ ହାତକୁ ନେବା ସରକାରଙ୍କ ପକ୍ଷରେ ଅପରିହାର୍ଯ୍ୟ ହୋଇପଡ଼ିଛି ।
ଏଠାରେ ଉଲ୍ଲେଖଥାଉକି, ଅନ୍ୟ ରାଜ୍ୟରୁ ଆସିଥିବା କୁଶଳୀ ଶ୍ରମିକମାନଙ୍କୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରରେ ପଞ୍ଚାୟତ ଭବନ ନିର୍ମାଣ ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ସମଗ୍ର ଦେଶରେ ଥିବା ୨,୬୬,୪୦୦ ପଞ୍ଚାୟତ ମଧ୍ୟରୁ ୬୦,୩୪୬ ପଞ୍ଚାୟତରେ ପଞ୍ଚାୟତ ଭବନ ନାହିଁ । ତେଣୁ ଏହି ପଞ୍ଚାୟତଗୁଡ଼ିକରେ ପଞ୍ଚାୟତ ଭବନ ନିର୍ମାଣ କରାଗଲେ ଆସୁଥିବା ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦିଆଯିବା ସଙ୍ଗେ ସଙ୍ଗେ ସ୍ଥାୟୀ ଭବନ ପାଇଁ ଭିତ୍ତିଭୂମିର ପ୍ରତିଷ୍ଠା ହୋଇପାରିବ ।

ଏଥିପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନରୁ ବଳିପଡ଼ୁଥିବା ଅର୍ଥ ଏବଂ ପଞ୍ଚଦଶ ଅର୍ଥ କମିଶନରୁ ମିଳିବାକୁ ଥିବା ଅର୍ଥ ମିଶାଇ ଏହି ଅର୍ଥ ବିନିଯୋଗ କରାଯାଇପାରିବ । ପଞ୍ଚାୟତ ଭବନ ନିର୍ମାଣ ହେଲେ ଆଗାମୀ ଦିନରେ ଆସିବାକୁ ଥିବା ଅ ।ଉ ଏକ ଅସୁବିଧା ଦୂର କରାଯାଇପାରିବ । କାରଣ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଭବନଗୁଡ଼ିକରେ କ୍ୱାରେଣ୍ଟାଇନ ସେଣ୍ଟର ଚାଲୁଛି । ଏହି ଶିକ୍ଷାୟତନଗୁଡ଼ିକ ଅଗଷ୍ଟରେ ଖୋଲିପାରେ । ସେତେବେଳକୁ ଏହି ଭବନଗୁଡ଼ିକ ନିର୍ମାଣ ହୋଇଯାଇଥିଲେ ସେଗୁଡ଼ିକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯାଇପାରିବ । ତେଣୁ ଏହା ଉଭୟ ଦୃଷ୍ଟିରୁ ସହାୟକ ହେବ ।
ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପ୍ରବାସୀ ଶ୍ରମିକମାନଙ୍କ ବିଧିବଦ୍ଧ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କୁ କହିଛନ୍ତି । ଯେଉଁ ଶ୍ରମିକର ଯେଉଁ ବୃତ୍ତିଗତ କୁଶଳତା ରହିଛି ତାହାକୁ ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଗଲେ ତାହା ବିଶେଷ ସହାୟକ ହେବ । ଅ ।ଗାମୀ ଦିନରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ତଥା ଅନ୍ୟାନ୍ୟ କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଲେ ଏହି ତାଲିକାରୁ ସେମାନଙ୍କ ନାମ ସଂଗ୍ରହ କରାଯାଇ କର୍ମ ଯୋଗାଣ ପାଇଁ ଦକ୍ଷତା ଅନୁସାରେ ବିନିଯୋଗ କରାଯାଇପାରିବ ।
