ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ
କଟକ କାର୍ଟ ମୋବାଇଲ ଲଣ୍ଡ୍ରୀର ଶୁଭାରମ୍ଭ
ପ୍ରବାସୀଙ୍କୁ ଯୋଗାଇବ କର୍ମସଂସ୍ଥାନ
ଉପକୃତ ହେବେ ୨୧ ହଜାର ଶ୍ରମିକ
କଟକ, (ପ୍ରବାହ ନ୍ୟୁଜ୍): ଅଗ୍ରଣୀ ବ୍ୟାଙ୍କ୍ (ୟୁକୋ ବ୍ୟାଙ୍କ୍), କଟକଙ୍କ ଅ ।ନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟିର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ପ୍ରବାସୀ ଓଡ଼ିଅ । ଭାଇ ଓ ଭଉଣୀଙ୍କ ଜୀବିକା ନିର୍ବାହ ନିମନ୍ତେ ଅର୍ଥ ଉପାର୍ଜନ ପାଇଁ \”କଟକ କାର୍ଟ ମୋବାଇଲ ଲଣ୍ଡ୍ରି\’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଏକ ତଥ୍ୟ ଭିତିକ ସୂଚନା ପୁସ୍ତିକା ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି ଯୋଜନା ପାଇଁ ପ୍ରଶାସନ ତରଫରୁ କଟକ ଜିଲ୍ଲାର ପ୍ରତି ପଞ୍ଚାୟତର ୩ ଜଣ ଯୋଗ୍ୟ ପ୍ରବାସୀଙ୍କୁ ବ୍ଲକସ୍ତରୀୟ କମିଟି ଦ୍ୱାରା ଚୟନ କରାଯାଇ ସେମାନଙ୍କୁ ଡ଼ାଲା ଅଟୋ, ଲୁଗା ସଫା ମେସିନ, ଅ ।ଇରନ ସମେତ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବା ସହ ୪ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ୩୫ ପ୍ରତିଶତ ଋଣରୁ ଛାଡ଼ର ବ୍ୟବସ୍ଥା ହୋଇଛି ।
ସୂଚନାଯୋଗ୍ୟ ଯେ କରୋନା ପରିସ୍ଥିତି ଯୋଗୁ ଜିଲ୍ଲାକୁ ୨୧ ହଜାରରୁ ଅଧିକ ପ୍ରବାସୀ ଶ୍ରମିକମାନେ ଫେରିଥିବାରୁ ସେମାନଙ୍କ ଅର୍ଥ ଉପାର୍ଜନ ଥଇଥାନ ପାଇଁ ସରକାର ଯୋଜନା ମାଧ୍ୟମରେ କର୍ମ ସଂସ୍ଥାନ ସୃଷ୍ଟି କରାଯାଇ ପ୍ରବାସୀଙ୍କୁ ଉତ୍ସାହିତ କରାଯାଉଛି । ମୋବାଇଲ କାର୍ଟ ଲଣ୍ଡ୍ରି ସମେତ ଅନ୍ୟାନ୍ୟ ଯୋଜନାରେ ପ୍ରବାସୀଙ୍କ ବିକାଶ ନିମନ୍ତେ ମତ୍ସ ଚାଷ, ଦୁଗ୍ଧ ଚାଷ, ଉଦ୍ୟାନ, ମୋ ପୋଖରୀ ଓ ଅନ୍ୟାନ୍ୟ ସ୍ୱୟଂ ରୋଜଗାର ବ୍ୟବସ୍ଥା ଅ ।ଦି କାର୍ଯ୍ୟ ପାଇଁ ନାବାର୍ଡ଼ ସମେତ ଅଗ୍ରଣୀ ବ୍ୟାଙ୍କ(ୟୁକୋ ବ୍ୟାଙ୍କ) ଓ ଅନ୍ୟାନ୍ୟ ବ୍ୟାଙ୍କମାନେ ଚଳିତ ବର୍ଷ ଋଣ ପ୍ରଦାନ କରିବେ ବୋଲି ବୈଠକରେ ଅ ।ଲୋଚନା ହୋଇଥିଲା । ଏଥିସହ କିଶାନ କ୍ରେଡ଼ିଟ କାର୍ଡ଼ ଯୋଜନାରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀ, ଦୁଗ୍ଧ ସଂଘ, ଦୁଗ୍ଧ ଉତ୍ପାଦନ ସମିତି ଓ ମତ୍ସ୍ୟ ଚାଷିଙ୍କୁ ଋଣ ପ୍ରଦାନ କରି ସେମାନଙ୍କୁ ସ୍ୱାଲମ୍ବୀ କରିବା ପାଇଁ ମଧ୍ୟ ବୈଠକରେ ଅ ।ଲୋଚନା କରାଯାଇଛି ।
ଏହି ବୈଠକରେ ସାଧାରଣ ପରିଚାଳକ ଜିଲ୍ଲା ଲିଳ୍ପ କେନ୍ଦ୍ର ପ୍ରଭାକର ରାଓ, ନାବାର୍ଡ଼ର ଏଜିଏମ୍ ଶଶାଙ୍କ ଶେଖର ପଣ୍ଡା, ଏଲ୍ଟିଏମ୍ କଟକ ରାଜେଶ ବେହେରା, ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କାଶ୍ୟପ ଅ ।ଲୋଚନାରେ ଅଂଶ ଗ୍ରହଣ କରି ମତାମତ ରଖିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ସମେତ ବିଭାଗୀୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ, ବ୍ଲକ ଶିଳ୍ପ ସଂପ୍ରସାରଣ ଅଧିକାରୀ ଉପସ୍ଥିତି ରହି ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
