ପୃଥିବୀ ବନାମ ମହାକାଶ ଚେସ୍ ମ୍ୟାଚ୍ ଡ୍ର ରହିଲା

0
the-seventh-seal-chess-game

ନିର୍ଦ୍ଧାରିତ କାର୍ଯ୍ୟ ଅନୁଯାୟୀ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ପୃଥିବୀ ବନାମ ମହାକାଶ ମଧ୍ୟରେ ଚେସ୍ ମ୍ୟାଚ୍ । ଗୋଟିଏ ଅର୍ଦ୍ଧଶତାବ୍ଦୀ ପରେ ଦୁଇ ଟିମ୍ ମଧ୍ୟରେ ଏହା ଥିଲା ପ୍ରଥମ ଚେସ୍ ମ୍ୟାଚ୍ । ପୃଥିବୀ ବନାମ ମହାକାଶ ଚେସ୍ ମ୍ୟାଚ୍ ଏହାପୂର୍ବରୁ ଅନୁଷ୍ଠିତ ହୋଇଥିଲା ୧୯୭୦ ଜୁନ୍ ୯ ତାରିଖରେ ।
ମଙ୍ଗଳବାର ମ୍ୟାଚ୍‌ରେ ପୃଥିବୀର ପ୍ରତିନିଧିତ୍ୱ କରିଥିଲେ ପୂର୍ବତନ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନ୍ ରୁଷ୍‌ର ୩୦ବର୍ଷ ବୟସ୍କ ସର୍ଗି କାର୍ଜାକିନ୍ । ମହାକାଶ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଦୁଇ ମହାକାଶଚାରୀ ଅ ।ନାଟୋନୀ ଇଭାନିଶିନ୍ ଓ ଇଭାନ୍ ୱାଗନର୍ ଉଭୟ ରୁଷ୍‌ର । ଦୁଇ ମହାକାଶଚାରୀ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନ୍ (ଅ ।ଇଏସ୍‌ଏସ୍‌)ରେ ରହିଥିବାବେଳେ କାର୍ଜାକିନ୍ ରହିଥିଲେ ମସ୍କୋର କସ୍‌ମୋନଟିକ୍ସ ମ୍ୟୁଜିୟମ୍‌ରେ । ଦୁଇ ମହାକାଶଚାରୀ ଜିରୋ ଗ୍ରାଫିଟିରେ ଇଲେକ୍‌ଟ୍ରୋନିକ୍ ଚେସ୍‌ବୋର୍ଡରେ ଖେଳିଥିଲେ । ଏହି ମ୍ୟାଚ୍‌ର ଲାଇଭ୍ ବ୍ରଡ୍‌କାଷ୍ଟ ହୋଇଥିଲା ଓ ୧୫ ମିନିଟ୍ ଖେଳାଯିବା ପରେ ମ୍ୟାଚ୍ ଡ୍ର ରହିଥିଲା । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌ରେ ରହିଥିବା ଅ ।ମେରିକୀୟ ମହାକାଶଚାରୀ ଏହି ମ୍ୟାଚ୍ ଉପଭୋଗ କରିବା ସହ ଟିପ୍ସ ମଧ୍ୟ ଦେଇଥିଲେ ।
ମ୍ୟାଚ୍ ପରେ ପୂର୍ବତନ ବିଶ୍ୱ ଚାମ୍ପିୟନ୍ କାର୍ଜିକିନ୍ କହିଛନ୍ତି,\”ସେମାନେ ଖୁବ୍ ଭଲ ଖେଳିଥିଲେ । ମଣିଷର ମସ୍ତିଷ୍କ ମହାକାଶରେ ବି ଖୁବ୍ ଭଲଭାବରେ ଫଙ୍କସନ୍ କରିପାରେ ଏହା ମୁଁ ଦେଖିଲି ।\’

Leave a Reply

Your email address will not be published. Required fields are marked *