ପୁରୀରେ ବାହୁଡା ପାଇଁ କର୍ଫ୍ୟୁ

0
jay jagannath

୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ପାଇଁ ଆସନ୍ତାକାଲି ଠାରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ଗୁଣ୍ଡିଚା ମନ୍ଦିର ଆଗରେ ଥିବା ସମସ୍ତ ରଥ ଗୁଡ଼ିକୁ ଦକ୍ଷିଣାମୋଡ଼ କରାଯିବ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ଲୋକେ ଘରେ ରହି ଠାକୁରଙ୍କୁ ଦର୍ଶନ କରିବେ । ବାହାର ଲୋକଙ୍କୁ ରଖିବେ ନାହିଁ । ବାହୁଡ଼ା ଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ୪ ଦିନ ପାଇଁ ହୋଟେଲ ବା ଲଜ୍‌ରେ ଯାତ୍ରୀ ମାନଙ୍କୁ ନ ରଖିବା ପାଇଁ ମଧ୍ୟ ହୋଟେଲ ଓ ଲଜ୍ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀକୁ ସମସ୍ତ ସଂଯୋଗ ରାସ୍ତାକୁ ସିଲ୍ କରାଯିବ । ବଡ଼ଦାଣ୍ଡରେ ରହିଥିବା ବ୍ୟକ୍ତିଗତଘର ଏବଂ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ଯାଂଜ କରାଯିବ । ସମଗ୍ର ପୁରୀ ଜିଲ୍ଲାରେ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହେବ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *