ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

0
n-1

ସୀମାନ୍ତ ଜିଲାକୁ ପଙ୍ଗପାଳ ଅ ।ଲର୍ଟ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ରାଜ୍ୟରେ ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯଇଛି । ପଙ୍ଗପାଳଙ୍କ ଗତିବିଧି ଉପରେ ଅ ।ଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁôବ ଅ ।ରୋପ କରାଯାଇଥିଲା । ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଅ ।ବଶ୍ୟକ ହେଲେ ଦମକଳ ଜରିଅ ।ରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଳରୁମ ଖୋଲାଯାଇଛିଛ ରାଜ୍ୟର ସାଢ଼େ ଛଅ ଲକ୍ଷ ଚାଷୀଙ୍କୁ ଏ ସଂକ୍ରାନ୍ତୀୟ ହ୍ୱାଟସପ୍ ମେସେଜ ଏବଂ ୮ ଲକ୍ଷ ଚାଷୀଙ୍କୁ ଭଏସ ମେସେଜ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଚାଷୀ ମାନଙ୍କ ସହିତ ନିୟମିତ ସଂପର୍କରେ ରହିଛି ।
ଓଡ଼ିଶାର ନବରଙ୍ଗପୁର, ନୂଅ ।ପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ ଜିଲାରେ ପଙ୍ଗପାଳ ଉପଦ୍ରବ ଅ ।ଶଙ୍କା ସର୍ବାଧିକ ରହିଛି । ଛତିଶଗଡ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛନ୍ତି ବୋଲି ବୈଠକରେ ସୂଚନା ଦିଅ ।ଯାଇଥିଲା । ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍‌ତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ, କୃଷି ନିର୍ଦ୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ୱିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *