ନିର୍ବାଚନ ବିଜୟ ଉତ୍ସବରେ କଟକଣା ଲାଗୁ: ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ

0
dcp-umasankar.jpg

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। କିଛି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି। କିନ୍ତୁ ନିର୍ବାଚନ ଜିିତିଥିଲେ ବି ନିଜ ଇଚ୍ଛା ହିସାବରେ ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ। ଏଥି ପାଇଁ କଟକଣା ଲାଗୁ ହୋଇଯାଇଛି। ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଯାଏଁ କେହି ବି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି ।

ସେପଟେ, ଭୋଟ୍ ଗଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁ ରୁମରେ ଭୋଟ୍ ଗଣତି ହେଉଛି , ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯେଉଁମାନେ ସେହି ରୁମକୁ ପ୍ରବେଶ କରୁଛନ୍ତି ତାଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ ଭିତରକୁ ଛଡାଯାଉଛି । ପାଖାପାଖି ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେଥିରେ ୭ଜଣ ଆଡିସିନାଲ୍ ଡିସିପି ସାମିଲ୍ ଅଛନ୍ତି ।

Leave a Reply

Your email address will not be published. Required fields are marked *