ଡଲାର ଇଣ୍ଡଷ୍ଟ୍ରିଜ୍ର ନୂଆ ପରିଚୟ ସୁପରଷ୍ଟାର ଅକ୍ଷୟ କୁମାର
ବନେଶ୍ୱର, (ପ୍ରବାହ ନ୍ୟୁଜ୍): ଭାରତର ଅଗ୍ରଣୀ ହୋସିୟାରୀ ବ୍ରାଣ୍ଡ୍ ଡଲାର୍ ଇଣ୍ଡଷ୍ଟ୍ରି ଲିଃ. ପକ୍ଷରୁ ଏହାର ନୂଆ ପରିଚୟ ଏବେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହାୟତାରେ ଆରମ୍ଭ କରାଯାଇଛି । ଡିଜିଟାଲ ଅଭିଯାନରେ \’ୱର ଦି ଚେ୍\’-ଡଲାର ବଦଲ ଗୟା\’ ଭାବେ ଏହା ଏବେ ସ୍ୱତନ୍ତ୍ର ପରିଚିତି ହାସଲ କରିଛି । ଡଲାର୍ ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା ଏବଂ ଅକ୍ଷୟ କୁମାର ଏହାର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି ।
ଆୟୋଜିତ ଏକ ଇ-ପ୍ରେସ୍ କନଫରେନ୍ସ୍ରେ ଏହା ସମ୍ପନ୍ନ ହୋଇଛି । ଏହା ଦ୍ୱାରା ଷ୍ଟେକ୍ହୋଲଡର, ଗ୍ରାହକ ଆଦିଙ୍କ ମଧ୍ୟରେ ନୂତନ ଆଶା ସଂଚାର ହେବାର ସମ୍ଭାବନା ରହିଛି । ନୂତନ ଲୋଗୋକୁ ବୁଣାଯାଇ ‘ଡି\’ ଲେଖାଯାଇଛି । ଯାହାକି ଡଲାରକୁ ସୂଚିତ କରୁଛି । ଏହି ଲୋଗୋ ବ୍ରାଣ୍ଡ୍କୁ ଏକ ନୂତନ ପରିଚିତି ଆଣିଦେବ । ବର୍ତମାନର ଲୋଗୋ ପୂର୍ବର ଲୋଗୋଠାରୁ ବୁଝିବା ପାଇଁ ଅଧିକ ସହଜ । ଏହାଦ୍ୱାରା ଯୋଗାଯୋଗରେ ସହାୟତା ସମ୍ଭବ ହେବ । ଏହି ଅବସରରେ ଡଲାର ଇଣ୍ଡଷ୍ଟ୍ରିଜ୍ ଲିଃ.ର ବ୍ରାଣ୍ଡ୍ ଆମ୍ବାସଡର୍ ଅକ୍ଷୟ କୁମାର କହିଲେ, \”ଗତ ୧୦ ବର୍ଷ ଧରି ମୁଁ ଡଲାର ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । ଏବେ ଏହାର ନୂଆ ଲୋଗୋ ଉନ୍ମୋଚନ କରି ମୁଁ ବେଶ୍ ଆନନ୍ଦିତ । ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ ଯୋଗୁ ସଙ୍କଟ ଦେଖାଦେଇଥିବାବେଳେ ସମସ୍ତେ ସୁରକ୍ଷିତ ରହିବା ପାଇଁ ମୁ କାମନା କରୁଛି । ଏହି ଅବସରରେ ଡଲାର ଇଣ୍ଡଷ୍ଟ୍ରିଜ୍ ଲିଃ.ର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା କହିଲେ, ଆମ ବ୍ରାଣ୍ଡ୍ \’ୱର ଦି ଚେ୍\’ ପରିଚିତି ଉପରେ ଗୁରୁତ୍ୱାରୋପ କରୁଛି । ଏହାଦ୍ୱାରା ନୂତନ ବ୍ରାଣ୍ଡ୍ ପରିଚିତି ଗ୍ରାହକଙ୍କ ନିକଟରେ ବେଶ୍ ଆଦୃତି ଲାଭ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଗ୍ରାହକଙ୍କ ସମେତ ଷ୍ଟେକ୍ହୋଲଡର ମଧ୍ୟ ବେଶ୍ ଉପକୃତ ହେବେ । ଏହି ନୂତନ ଲୋଗୋ ବେଶୁ ଭଲଭାବେ ଦୃଶ୍ୟମାନ ହେବ । ଯାହାଦ୍ୱାରା କାରବାର ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । ନୂଆ ଲୋଗୋ ସହିତ କମ୍ପାନୀର ନୂତନ ୱେବସାଇଟ୍ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡ଼ିଆରେ କମ୍ପାନୀର ଉପସ୍ଥିତି ଏହାଦ୍ୱାରା ବୃଦ୍ଧି ହେବା ସହିତ ଗ୍ରାହକ ଏବଂ ଷ୍ଟେକ୍ ହୋଲଡର ବିଶେଷ ଉପକୃତ ହୋଇପାରିବେ ।
