ଟିପିସିଓଡିଏଲର ଅଭିନବ ପ୍ରୟାସ

0
Tpcol-1

ପୁରୁଣା ହସ୍ତକଳା ପରମ୍ପରା ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରସିଦ୍ଧଲାଭ କରିଛି, ଯାହାକି ଆଜି ମଧ୍ୟ ଓଡିଆ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇ ରହିଛି। ତେବେ ଏହି ପାରମ୍ପାରିକ ହସ୍ତକଳାକୁ ପ୍ରୋତ୍ସାହିତ କରିବା ତଥା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଗେଇ ଆସିଛି ଟିପିସଓଡିଏଲ। ପାରମ୍ପାରିକ ହସ୍ତକଳାକୁ ପ୍ରୋତ୍ସୋହିତ କରିବା ପାଇଁ ସମୃଦ୍ଧି ମାଧ୍ୟମରେ ମହିଳାମାନେ ହେଉଛନ୍ତି ସ୍ୱାବଲମ୍ବୀ। ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳା ହେଉଛି ଆମ ରାଜ୍ୟର ପାରମ୍ପାରିକ ଚିତ୍ରକଳା। ପଟ୍ଟଚିତ୍ର  ଓ ତାଳପତ୍ର ଚିତ୍ରକଳା କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ରତା ରହିଛି। ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳାକୁ ପ୍ରୋତ୍ସୋହନ ଓ ଏହାର ପ୍ରଚାର ପ୍ରସାର ତଥା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଟିପିସିଓଡିଏଲ ପକ୍ଷରୁ ବାଲିଆନ୍ତାରେ ସମୃଦ୍ଧି ନାମକ ଏକ ପ୍ରତିଷ୍ଠାନ ସ୍ଥାପନ କରାଯାଇଛି। ଏଥିରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହିଳା ମାନଙ୍କୁ ଏଥିରେ ତାଲିମ ଦେବା ସହ ସେମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ ରାଜ୍ୟ ତଥା ଦେଶ ବିଦେଶରେ ଏହାକୁ ବିକ୍ରି ପାଇଁ ମଧ୍ୟ ବ୍ୟାବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ  ପଟ୍ଟଚିତ୍ର  ଓ ତାଳପତ୍ର ଚିତ୍ରକଳା ପାଇଁ ଶତାଧିକ ମହିଳାଙ୍କୁ ଟିପିସିଓଡିଏଲ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। କେବଳ ଏତିକି ନୁହେଁ ବାଲିଅନ୍ତାରେ ଟ୍ରେନିଂ କମ୍ ସେଲ୍ସ ଗ୍ୟାଲେରୀ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଯେଉଁଠି ଏକା ସାଙ୍ଗରେ ଟ୍ରେନିଂ ସହ ଉତ୍ପାଦ ବିକ୍ରି ପାଇଁ ସୁବିଧା ରହିଛି। ଅନଲାଇନ୍ ମାର୍କେଟିଂ ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଉତ୍ପାଦ ବିକ୍ରି ହେଉଛି। ଏହାସହ ଉତ୍ପାଦର ଚାହିଦାକୁ ଲକ୍ଷ୍ୟ କରାଯାଇ କାଲାପୁନାରଥନ୍ ଉତ୍ପାଦକ କମ୍ପାନୀ ସହିତ ମଧ୍ୟ ଚୁକ୍ତି କରାଯାଇଛି। ଏପର୍ଯ୍ୟନ୍ତ ସୁଦ୍ଧା 240 ଜଣ ମହିଳା ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରକଳା ଟ୍ରେନିଂ ନେଇସାରିଲେଣି ଯେଉଁମାନଙ୍କୁ ଜାତୀୟ ପୁରସ୍କାର ବିଜେତା ମାଷ୍ଟର ଟ୍ରେନରମାନେ ତାଲିମ ଦେଇଛନ୍ତି।ଏହି ମହିଳାମାନେ କାଲାପୁନାରଥନ୍ ଉତ୍ପାଦକ କମ୍ପାନୀ ସହଯୋଗରେ ଏହି ଚିତ୍ରଗୁଡିକୁ ବିକ୍ରି କରି ହଜାର ହାଜର ଟଙ୍କା ରୋଜଗାର କରିପାରୁଛନ୍ତି। ଏବେବି 2ଟି ବ୍ୟାଚର ଟ୍ରେନିଂ ଜାରି ରହିଛି।15 ଦିନିଆ ଏହି ଟ୍ରେନିଂ ପରେ ମହିଳାମାନେ ନିଜେ ପଟ୍ଟଚିତ୍ର  ଓ ତାଳପତ୍ରରେ ଚିତ୍ର କରିବାରେ ସକ୍ଷମ ହେବେ। ଗତ ବର୍ଷ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ସମୃଦ୍ଧି ସେଣ୍ଟରଟିରେ ଶତାଧିକ ମହିଳା ଟ୍ରେନିଂନେଇ ରୋଜଗାରକ୍ଷମ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।ଓଡ଼ଶାର କଳା, ସଂସ୍କୃତି  ଓ ଐତିହର କିପରି ବିକାଶ ହେବ, ଏହାସହ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ ଟିପିସିଓଡିଏଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି।….

Leave a Reply

Your email address will not be published. Required fields are marked *