ଜେଲ୍କୁ ଉଦ୍ୟାନରେ ପରିଣତ କଲେ ପୋଲିସ କର୍ମଚାରୀ
କୃଷି ଏବଂ ଉଦ୍ୟାନ କୃଷି ବିଷୟରେ ଜ୍ଞାନ ଏବଂ ପାରଦର୍ଶିତା ଥିବା ଜଣେ ପୋଲିସ କର୍ମଚାରୀ ମଧ୍ୟପ୍ରଦେଶରର ନରସିଂହପୁର କେନ୍ଦ୍ରୀୟ କାରାଗାରକୁ \”ସବୁଜ ଜେଲ୍\’ରେ ପରିଣତ କରିଛନ୍ତି ।
କେନ୍ଦ୍ରୀୟ କାରାଗାରର ସହକାରୀ ଅଧିକ୍ଷକ ଥିବା ଏହି ପୋଲିସ କର୍ମଚାରୀଙ୍କ ନାମ ଶିଳ୍ପା ଛତ୍ତର । ପ୍ରଥମ ନିଯୁକ୍ତି ମିଳିବାର ୨୦ ମାସ ମଧ୍ୟରେ ସେ ଜେଲ୍ ପରିସରରେ ଥିବା ଏକାଧିକ ଏକର ଟାଙ୍ଗରା ଭୂଇଁକୁ ଫୁଲ, ଫଳ ଓ ପନିପରିବା ଭରା ସବୁଜ ପ୍ରାନ୍ତରରେ ପରିଣତ କରିଛନ୍ତି ।
ଜବଲପୁର ଜିଲ୍ଲାବାସିନୀ ଛତ୍ତର ହିମାଚଳ ପ୍ରଦେଶର ପାଲାନପୁରରେ ଥିବା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟରୁ କୃଷି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି । ୨୦୧୮ ସେପ୍ଟେମ୍ବର ମାସରେ ସେ ମଧ୍ୟପ୍ରଦେଶ ଜେଲ୍ ସର୍ଭିସେସ୍ରେ ପ୍ରଥମ ନିଯୁକ୍ତି ପାଇଥିଲେ ।
ନିଯୁକ୍ତି ପାଇବାର ଅଳ୍ପ କେତେକ ସପ୍ତାହ ପରେ କେନ୍ଦ୍ରୀୟ ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ୍ ଶେଫାଳୀ ତିୱାରି ତାଙ୍କୁ ଜେଲ୍ ପରିସରରେ ପନିପରିବା ଚାଷ ଅ ।ରମ୍ଭ କରିବାକୁ ଉତ୍ସାହିତ କରିଥିଲେ । ତେଣୁ, ସେ ପ୍ରଥମେ ସଜନା ଭୁର୍ସୁଙ୍ଗା ଗଛ ରୋପଣ କରିଥିଲେ । ଏହାପରେ ସେ ଫଳ, ଫୁଲ ଓ ଅନ୍ୟାନ୍ୟ ପନିପରିବା ଚାଷ ଅ ।ରମ୍ଭ କରିଥିଲେ ।
କୃଷିକାର୍ଯ୍ୟ ଜାଣିଥିବା କଏଦୀମାନଙ୍କ ସହ ଏହି ପୋଲିସ ଅଧିକାରୀ ଟାଙ୍ଗର ଜେଲ୍ ପରିସରକୁ ସବୁଜ ସୁନ୍ଦର କ୍ଷେତରେ ପରିଣତ କରିଛନ୍ତି । ଏହାଛଡ଼ା ସେ ସ୍ନାପଡ୍ରାଗନ୍, ଲିଲି, ଗେଣ୍ଡୁ ଓ ଅନ୍ୟାନ୍ୟ ଫୁଲର ଝୁଲନ୍ତା ଉଦ୍ୟାନ ମଧ୍ୟ କରାଇଛନ୍ତି ।
ତାଙ୍କ କାର୍ଯ୍ୟରେ ଉତ୍ସାହିତ ହୋଇ ରାଜ୍ୟ ଜେଲ୍ ନିର୍ଦ୍ଦେଶାଳୟ କିଛି ମାସ ତଳେ ରାଜ୍ୟରେ ଥିବା ସବୁ ଜେଲ୍ଗାର୍ଡମାନଙ୍କୁ ଉଦ୍ୟାନ ଓ କୃଷି ସମ୍ପର୍କରେ ତାଲିମ ଦେବା ପାଇଁ ତାଙ୍କୁ କହିଛନ୍ତି ।
