ଜୀବନ ଦୋଳି (ଲେଖିକା: ଛବିରାଣୀ ପତି)

0
Chabi Rani Pati

ମହାଶୁନ୍ୟେ ଝୁଲେ ଜୀବନର ଦୋଳି
ନାହିଁ ପ୍ରଭୁ ଥଳକୂଳ
କେବେ ଝଡ ପୁଣି କେବେ ବହେ ଝାଞ୍ଜି
ଝୁଲୁଛି ନିଆଁର ଝୁଲ ।

ଶୂନ୍ୟତା ଦିଶୁଛି ଖାଲି ଚାରିଆଡ଼େ
ଆକାଶ ଠୁଁ ମାଟି ଯାଏଁ
ହାତ ଠାରି ଡାକେ ମୃତ୍ୟୁର ଭୈରବ
ଜୀବନ ଛାଡ଼ୁଛି ଛାଏଁ ।

ବିଭୀଷିକା ମୟ ନଭଶ୍ଚୁମ୍ଭି ଆଶା
ମନେ ଅସୁମାରୀ କୋହ
ଜହ୍ନ ପଦୁଅଁର ମରୀଚିକା ପ୍ରେମ
ନିରନ୍ତର ଝରେ ସୁଅ ।

ତଥାପି ତଲ୍ଳୀନ ଭୋଗ ସମ୍ଭୋଗରେ
ଛଟପଟ ରାତି ଦିନ
ମାୟା,ମୋହ,ଲୋଭ ହୋଇବ ଶେଷଯେ’
ଅନଳ ଜୁଇରେ ଲୀନ ।

ଏ’ ଭବରୁ ସଂସାରୁ ପାରିକର ପ୍ରଭୁ
ଦେବ ଦିଅ ଯେତେ ଦୁଃଖ
କାହା ଆଖିର ଲୁହ ନଝରୁ ମୋ ପାଇଁ
(ମୋତେ)ନ’ଦେଲେ ନ’ଦିଅ ସୁଖ ।

ଛବିରାଣୀ ପତି,
ମଧ୍ୟ ଶାସନବିରିଡ଼ି,
ଜଗତସିଂହପୁର ।।
ଫୋନ୍ -୯୩୩୭୯୬୦୦୬୦

Leave a Reply

Your email address will not be published. Required fields are marked *