ଚମ୍ପିୟାନ୍ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ

0
IMG-20221129-WA0000.jpg

ବ୍ରହ୍ମପୁର, ତା ୨୮/୧୧/୨୨ (ଅନନ୍ତ ଆପଟ ):ଗତ ୨୬ ଓ ୨୭ ତାରିଖରେ ପୁରୀର ତାଳବଣିଆ ଇଣ୍ଡର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବାଳକ/ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ତରଫରୁ ୧୬ ଜଣିଆ ବାଳକ ଓ ୧୨ ଜଣିଆ ବାଳିକା ଦଳ ଗତ ୨୫ ତାରିଖରେ ପୁରୀ ଜିଲ୍ଲା ଗସ୍ତ କରିଥିଲା ।ତେବେ ଏହି ଦୁଇ ଦଳ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ବାଳିକା ଦଳ ଆୟୋଜିତ ଫାଇନାଲ୍ ମ୍ୟାଚରେ ପୂର୍ବ ଚମ୍ପିୟାନ୍ କେନ୍ଦୁଝର ବାଳିକା ଦଳକୁ ୦୯-୦୨ ଗୋଲ ବ୍ୟବଧାନରେ ହରାଇ ଚମ୍ପିୟାନ୍ ହୋଇଥିଲା ।ଆୟୋଜିତ ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ବାଳିକା ଦଳର କେ. ଜ୍ୟୋତି ପାତ୍ର ଶ୍ରେଷ୍ଠ ବିବେଚିତ ହୋଇଥିଲେ ।ବାଳିକା ଦଳର ଏହି ବିଜୟ ପାଇଁ ଆଜି ଗଞ୍ଜାମ ଜିଲ୍ଲା ଗର୍ବିତ । ତେବେ ଗତ ଏକ ମାସ ଧରି ବ୍ରହ୍ମପୁର ଖଲ୍ଲିକୋଟ କକେଜ ଷ୍ଟାଡିୟମ୍ ପରିସରରେ ହ୍ୟାଣ୍ଡବଲ ପ୍ରତିଯୋଗି ଏନ୍.ଆଇ.ଏସ୍ ହ୍ୟାଣ୍ଡବଲ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ସ୍ୱତନ୍ତ୍ର ତାଲିମ ନେଇଥିଲେ ।ଚମ୍ପିୟାନ ବାଳିକା ଦଳକୁ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା, ଉପସଭାପତି ଡ଼ଃ ସୋରାଜ କୁମାର ସାମନ୍ତ, ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ,ଏନ୍ ଆଇ ଏସ କୋଚ୍ ପ୍ରଶାନ୍ତ କୁମାର ରଥ,କୋଷାଧ୍ୟକ୍ଷ ଡାକ୍ତର ସି.ଏଚ୍ ମନୋଜ କୁମାର ପାତ୍ର,ଗଞ୍ଜାମ ଜିଲ୍ଲା ଶାରୀରିକ ପରିଦର୍ଶକ ବୃନ୍ଦାବନ ବିଷୋୟୀ,କମିଟି ମେମ୍ବର ସୁରଜିତ ପାଣିଗ୍ରାହୀ,ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *