ଗ୍ରହାଣୁ ଧକ୍କାରେ ନଷ୍ଟ ହୋଇଯିବ ପୃଥିବୀ ଏଭଳି ସାମ୍ଭାବ୍ୟ ପ୍ରଳୟକୁ ନେଇ ବୈଜ୍ଞାନିକ ଚିନ୍ତିତ

0
grahanu

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): \”ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ\’ ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି । ସାଧାରଣ ଲୋକଙ୍କଠାରୁ ଅ ।ରମ୍ଭ କରି ଜ୍ୟୋର୍ତିବିଜ୍ଞାନୀ ଓ ବୈଜ୍ଞାନିକମାନେ ମଧ୍ୟଗ୍ରହାଣୁ ଧକ୍କା ଦ୍ୱାରା ପୃଥିବୀରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ସଦା ସର୍ବଦା ଚିନ୍ତିତ ରହୁଛନ୍ତି । ଏଠାରେ ସ୍ମରଣ କରାଯାଇ ପାରେ ଯେ ଅ ।ଜିକୁ ଠିକ୍ ୧୧୨ ବର୍ଷ ତଳେ ୧୯୦୮ ମସିହା ଜୁନ ୩୦ରେ ରୁଷୀୟ ଦେଶର ସାଇବେରିଅ ।ର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮ କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ଅନେକ ପଶୁପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ । ସୌଭାଗ୍ୟବଶତଃ କୌଣସି ମନୁଷ୍ୟ ମୃତାହତ ହେବାର ଖବର ନାହିଁ । ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଏକ ବିରାଟ ଜାଗା ଯାହା ଭୁବନେଶ୍ୱର ସହରଠାରୁ ୧୫ ଗୁଣ ଓ ମୁମ୍ବାଇ ମହାନଗର ଠାରୁ ୩ ଗୁଣ ବଡ ଅଟେ । ଏଭଳି ଏକ ବିରାଟ ଧ୍ୱଂସ ଲୀଳା ଘଟାଇଥିଲା ମାତ୍ର ୨୦୦ ଫୁଟ ରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ପଥୁରିଅ । ପିଣ୍ଡ ବା ଗ୍ରହାଣୁ । ଅ ।ଜିକୁ ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସହ ଏହିଭଳି ଏକ ବିରାଟ ପିଣ୍ଡର ସଙ୍ଘାତ ଫଳରେ ଚନ୍ଦ୍ର ସୃଷ୍ଟି ହୋଇଛି ବୋଲି କିଛି ବୈଜ୍ଞାନିକ ମତ ଦିଅନ୍ତି । ସେହିପରି ଅନେକ ବର୍ଷ ତଳେ ଡାଇନୋସର୍ ଗୁଡିକ ଏହିଭଳି ଏକ ଗ୍ରହାଣୁ ଧକ୍କା ଫଳରେ ଲୋପ ପାଇଯାଇଥିଲେ ଓ ପୃଥିବୀରେ ଶୀତଳ ଯୁଗ ଅ ।ସିଥିବାର ଅନୁମାନ କରାଯାଏ । ପୃଥିବୀ ପୃଷ୍ଠରେ ଅନେକ ସ୍ଥାନରେ ଗ୍ରହାଣୁ ଧକ୍କା ଦ୍ୱାରା ଗର୍ତ୍ତମାନ ସୃଷ୍ଟି ହୋଇଥିବାର ନଜିର ରହିଛି । ଭାରତର ମହାରାଷ୍ଟ୍ରଠାରେ ଥିବା ଲୋନା ସରୋବର ଓ ଅ ।ରିଜୋନାଠାରେ ଏକ ବିରାଟ ଗର୍ତ୍ତ ମଧ୍ୟ ଗ୍ରହାଣୁ ଧକ୍କାରୁ ସୃଷ୍ଟି ହୋଇଛି । କିଏ ଜାଣେ,ଏଭଳି ଗୋଟିଏବଡ ଗ୍ରହାଣୁ ଧକ୍କା ପୃଥିବୀରୁ ଜୀବ ସତ୍ତା ଲୋପ କରିଦେଇପାରେ । ଜ୍ୟୋର୍ତିବିଜ୍ଞାନୀ ଓ ବୈଜ୍ଞାନିକ ମାନଙ୍କ ମତରେ ଗ୍ରହାଣୁର ଅ ।କାର ଯେତେ ବଡ ପୃଥିବୀରେ ସେଗୁଡିକ ପଡିବା ଅଥବା ଧକ୍କା ହେବାରର ସମ୍ଭାବନା ସେତେ କମ । ଚନ୍ଦ୍ରକୁ ସୃଷ୍ଟି କରିଥିବା ପରି ବିରାଟ ଗ୍ରହାଣୁ ୪୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡୁଥିଲା ବେଳେ ଶୀତଳ ଯୁଗ ଅ ।ଣିଥିବା ଗ୍ରହାଣୁ ୨୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡିଥାଏ । କିନ୍ତୁ ୧୯୦୮ ମସିହାରେ ସାଇବେରିଅ ।ର ତୁଙ୍ଗାସ୍କା ଅଞ୍ଚଳରେ ପଡିଥିବା ଗ୍ରହାଣୁ ଭଳି ଅନ୍ୟ ଏକ ଗ୍ରହାଣୁ ୧ହଜାର ବର୍ଷରେ ଥରେ ଖସିବାର ସଂଭାବନା ରହିଛିଛ ପୃଥିବୀ ନିକଟରେ ଥିବା ଏହି ଭଳି ପିଣ୍ଡ ମାନଙ୍କୁ ଠାବ କରି ସେମାନଙ୍କ ଅ ।କାର, ଗଠନ ତଥା କକ୍ଷପଥ ଗଣନା କରାଯାଉଛି ଓ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନାଙ୍କୁ ଅ ।କଳନ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଗଲାଣି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରଟି ଏପରି ପିଣ୍ଡ ଠାବ କରାଯାଇଛି ଯାହାକି ଭବିଷ୍ୟତରେ ପୃଥିବୀରେ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି । ସେଗୁଡିକୁ କିପରି ମହାକାଶରେ ଧ୍ୱଂସ କରାଯାଇପାରିବ ନଚେତ ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇଦେଇ ପୃଥିବୀ କକ୍ଷ ପଥରୁ ଦୁରେଇଦିଅ ।ଯାଇପାରିବ ସେଥିପାଇଁ ଅନେକ ପ୍ରକାରର ଉପାୟ ତଥା ଯୋଜନା ମାନ ପ୍ରସ୍ତୁତ କରାଯାଉଛି । ନିକଟରେ ୨୦୧୬ ମସିହା ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତ୍ତି ଦ୍ୱାରା ଅନୁମୋଦିତ କରାଯାଇ ସ୍ଥିର କରଯାଇଥିଲା ଯେ ପ୍ରତି ବର୍ଷ ଜୁନ ମାସ ୩୦ ତାରିଖକୁ ଅ ।ନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରାଯିବ ଓ ସେହିଦିନଠାରୁ ବିଶ୍ୱର ସବୁ ଦେଶ ଏହାକୁ ପାଳନ କରିଅ ।ସୁଛନ୍ତି । ୧୯୪ ଟି ଦେଶର ଜ୍ୟୋର୍ତିବିଜ୍ଞାନୀ ଓ ବୈଜ୍ଞାନିକମାନେ ମିଳିତ ଭାବରେ ପୃଥିବୀ ପ୍ରତି ବିପଦ ଥିବା ସବୁ ପିଣ୍ଡ ଉପରେ ଗବେଷଣା କରିବା ସହ ସେମାନେ ଯେପରି ପୃଥିବୀର କୌଣସି କ୍ଷତି କରିପାରିବେନାହିଁ ସେଥିପାଇଁ ଯତ୍ନବାନ ଅଛନ୍ତି । ଏଭଳି ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ ସେଥିପାଇଁ ଅନେକ ଜ୍ୟୋର୍ତିବିଜ୍ଞାନୀ ଓ ବୈଜ୍ଞାନିକ ଏହି ଭଳି ଗ୍ରହାଣୁ ମାନଙ୍କୁଠାବ କରି ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଆସନ୍ତା କିଛି ବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡ ଦ୍ୱାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ ତେଣୁ ସେଥିପାଇଁ ଆମର ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *