ଗୁରୁଗ୍ରାମରେ ପହଂଚିଲେ ପଙ୍ଗପାଳ ଦଳ

0
pangapal

ଆଦିଲ୍ଲୀ, (ଏଜେନ୍ସି): ପାକିସ୍ତାନ ରାସ୍ତାରେ ରାଜସ୍ଥାନ ଏବଂ ହରିୟାଣାରେ ପହଂଚିବା ପରେ ଶନିବାର ଏନସିଆର ଗୁରୁଗ୍ରାମରେ ପହଂଚିଛନ୍ତି ପଙ୍ଗପାଳ ଦଳ । ଗୁରୁଗ୍ରାମର ବିଳାସମୟ ଆବାସିକ ଅଂଚଳରେ ଥିବା ସୁଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ମଧ୍ୟ ଏହି ପତଙ୍ଗ ଆଚ୍ଛାଦିତ କରି ପକାଇଛନ୍ତି । ଗୁରୁଗ୍ରାମର ବ୍ୟସ୍ତବହୁଳ ଏମ୍‌ଜି ରୋଡ୍ ଏବଂ ଆଇଏଫଏଫ୍ ସିଓ ଛକ ଅଂଚଳ ମଧ୍ୟ ପଙ୍ଗପାଳରେ ଆବୃତ ହୋଇପଡ଼ିଛି । ଏହାଛଡ଼ା ଡିଏଲ୍ ଏଫ୍ ଫେଜ୍ ୧-୪, ଭିଲେଜ୍ ଚକ୍କରପୁର, ସିକନ୍ଦରପୁର ଏବଂ ସୁଖରାଲି ଅଂଚଳରେ ମଧ୍ୟ ପଙ୍ଗପାଳ ପ୍ରବେଶ କରିଛନ୍ତି ।
ଗୁରୁଗ୍ରାମର ସ୍ଥାନୀୟ ଅଧିବାସୀ ବାସନକୁସନ ପିଟି, ଟିଣ ବାଡେଇ, ବାଣ ଫୁଟାଇଏବଂ ଯଥା ସମ୍ଭବ ବଡ଼ ପାଟି କରି ପଙ୍ଗପାଳଘଉଡ଼ାଉଛନ୍ତି । ଜୋରରେ ପବନ ବହୁଥିବାରୁ ପଙ୍ଗପାଳମାନେ ଘଂଟାକ ମଧ୍ୟରେ ଗୁରୁଗ୍ରାମର ବ୍ୟାପକ ଅଂଚଳକୁ ଚରିଯାଇଛନ୍ତି ।
ଅନ୍ୟପକ୍ଷରେ ହରିୟାଣା କୃଷି ମନ୍ତ୍ରୀ ଜୟପ୍ରକାଶ ଦଲାଲ ଶନିବାର ସକାଳେ ପଙ୍ଗପାଳଙ୍କ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ରେୱାରୀରେ ଯାଇଥିଲେ । ସେ ରେୱାରୀ ଜିଲ୍ଲା ଡେପୁଟି କମିଶନର ୟଶେନ୍ଦ୍ର ସିଂଙ୍କ ସହ ପ୍ରଭାବିତ ଅଂଚଳକୁ ଯାଇ ଫସଲରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ ।
ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ପଙ୍ଗପାଳ ମହାରାଷ୍ଟ୍ର ଦେଇ ରାଜସ୍ଥାନ ଦେଇ ରାଜ୍ୟରେ ପ୍ରବେଶ କରିଥିଲେ । ଏହିପଙ୍ଗପାଳ ଦଳ ଏକ ବ୍ୟାପକ ଅଂଚଳରେ ବ୍ୟାପି ଯାଇ ନରନାଉଲ୍‌-ରେୱାରୀର ୩୦ ରୁ ଅଧିକ ଗାଁରେ ୫ ଘଂଟା ମଧ୍ୟରେ ୧ ହଜାର ଏକରରୁ ଅଧିକ ଫସଲ ନଷ୍ଟ କରିଛନ୍ତି । ରେୱାରୀର ଜାଟୁସାନା ଅଂଚଳର ୧୦ ଟି ଗାଁରେ ୨୦ ଟି ଅଗ୍ନିଶମ ଟିମ୍ ରାତି ୧୨ ଟା ରୁ ସ୍ପ୍ରେ କରିବା ଆରମ୍ଭ କରିଥିଲେ, ଯାହା ସକାଳ ପର୍ଯ୍ୟନ୍ତ ଚାଲିଥିଲା ।
ସୂଚନା ଅନୁଯାୟୀ ଏହି ପଙ୍ଗପାଳ ଦଳରେ ପ୍ରାୟ ୬୦ ଲକ୍ଷ ପଙ୍ଗପାଳ ରହିଛନ୍ତି । ସେମାନେ ପ୍ରାୟ ୧୦ କିଲୋମିଟର ଲମ୍ବ ଏବଂ୬ କିଲୋମିଟର ପ୍ରସ୍ଥ ଅଂଳଚରେ ବ୍ୟାପିଛନ୍ତି ।

Leave a Reply

Your email address will not be published. Required fields are marked *