Chakwara Village & Farmers

(ପ୍ରବାହ ନ୍ୟୁଜ୍‌): ହାରର ବୈଶାଳୀ ଜିଲ୍ଲାର ଏକ ଗାଁ ଚକୱାରା । ଲୋକସଭା ପ୍ରାୟ ୧ ହଜାର । ୨୦ବର୍ଷ ପୂର୍ବେ ଏକ ଅତି ଗରିବ ଗାଁ ଥିଲା ଚକୱାରା । ଗାଁର ଯୁବକଙ୍କ ନିକଟରୁ ନା ଥିଲା କାମଧନ୍ଦା ନା ଚାକିରି । ଅର୍ଥାଭାବରେ ଦୁଃଖ କଷ୍ଟରେ ଦିନ ବିତୁଥିଲା । ଆଜି ପରିସ୍ଥିତି ବଦଳିଯାଇଛି । ବଦଳିଯାଇଛି ମଧ୍ୟ ଗାଁର ଚିତ୍ର । ଲୋକଙ୍କ ନିକଟରେ ରହିଛି କୋଠାବାଡି, ଅ ।ଧୁନିକ ସୁଖସ୍ୱାଚ୍ଛନ୍ଦ୍ୟ ଏବଂ ବ୍ୟାଙ୍କ ବାଲାନ୍ସ । ଏହା କେବଳ ସମ୍ଭବ ହୋଇପାରିଛି ସେମାନଙ୍କ ପରିଶ୍ରମ ଯୋଗୁ । ଆତ୍ମନିର୍ଭରଶୀଳତାର ଉଦାହରଣ ପାଲଟିଯାଇଛି ଚକୱାରା । କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେମାନଙ୍କ ସଫଳତାରେ । ସେମାନେ ଫୁଲକୋବି ଚାଷ କରୁଛନ୍ତି । ଫୁଲକୋବି ମଞ୍ଜି ମାର୍କେଟିଂ କରୁଛନ୍ତି । ଗାଁରେ ରହିଛି ୫୦ରୁ ଅଧିକ ଫୁଲକୋବି ସିଡ୍ ଫାର୍ମ । ଦେଶର ବିଭିନ୍ନ ସ୍ଥାନରୁ ସିଡ୍ ପାଇଁ ଅର୍ଡର ଅ ।ସୁଛି ସେମାନଙ୍କ ନିକଟକୁ । କୋଭିଡ ଲକ୍‌ଡାଉନ୍ ସତ୍ତ୍ୱେ ଗାଁର ଯୁବକମାନେ ପ୍ରସ୍ତୁତ କରିଛନ୍ତି ପ୍ରାୟ ୧ଟନ୍ ଫୁଲକୋବି ସିଡ୍ । ଗ୍ରାମର ସଞ୍ଜୀବ କୁମାର ଏକ ନୂଆ ଭେରାଇଟିର ସିଡ୍ ଡେଭେଲପ୍ କରିଛନ୍ତି । ତାଙ୍କୁ ରାଜ୍ୟ ସରକାରଙ୍କ ପ୍ଲାଣ୍ଟ ଜିନୋମ ସେଭିୟର୍ ଫାର୍ମର୍ ଅ ।ୱାର୍ଡ ମିଳିଛି । ଏହି ସିଡ୍‌ର ନାମ ରହିଛି \”ସଞ୍ଜୀବ ସିଲେକ୍ସନ\’ । ସଞ୍ଜୀବ ସିଲେକ୍ସନର ଜର୍ମ ପ୍ଲାଜ୍‌ମାରୁ ଭାଗଲପୁରର ସାବୋର୍‌ରେ ବିହାର ଏଗ୍ରିକଲ୍‌ଚର ୟୁନିଭର୍ସିଟି ମଧ୍ୟ ଏକ ନୂଅ । ଭେରାଇଟିର ଫୁଲକୋବି ସିଡ୍ \”ସାବୋର୍ ଏଗ୍ରିମ୍‌\’ ଡେଭେଲପ୍ କରିଛି ।

Leave a Reply

Your email address will not be published. Required fields are marked *