ଗଞ୍ଜାମ ସ୍ଥିତି ସଙ୍ଗୀନ

0
6

୩ ନୁହେଁ, ଜଣଙ୍କର ମୃତ୍ୟୁ: ଜିଲ୍ଲାପାଳ
୩ଜଣଙ୍କ ମୃତ୍ୟୁ ହୋଇଛି: ସରପଞ୍ଚ
ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଘୋଷଣା କଲେ ସରପଞ୍ଚ
ବ୍ରହ୍ମପୁର, (ପ୍ରବାହ ନ୍ୟୁଜ୍‌):
କରୋନା ସଂକ୍ରମଣ ବ୍ୟାପୁଥିବାରୁ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର ଜାହାଡ଼ା ପଞ୍ଚାୟତକୁ ଶନିବାର ୬ ଦିନ ଲାଗି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ସୁଲତା ବେହେରା । ସେ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାର ଜାରି କରି ସୂଚନା ଦେଇଛନ୍ତି ଯେ ଗତ ୨ ଦିନ ମଧ୍ୟରେ ଜାହାଡ଼ା ଗ୍ରାମ ପଞ୍ଚାୟତ ଅଞ୍ଚଳରେ କରୋନାରେ ୩ ଜଣଙ୍କର ଜୀବନହାନୀ ଘଟିଥିବାରୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତକାଲି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଧରାକୋଟ ବ୍ଲକ୍ ଉପାଧ୍ୟକ୍ଷ ଭଗବାନ ସ୍ୱାଇଁଙ୍କର ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର ଆଇସୋଲେସନ୍ ୱାର୍ଡ଼ରେ ମୃତ୍ୟୁ ଘଟିଥିଲା । ତେବେ ଉପାଧ୍ୟକ୍ଷଙ୍କ ସମେତ କରୋନା ମହାମାରୀରେ ୩ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ସରପଞ୍ଚ ସୁଲତା ବେହେରା ଜାରି କରିବା ପରେ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଟୁଇଟ୍ କରି ଖଣ୍ଡନ କରିଛନ୍ତି । ଜାହାଡ଼ା ପଞ୍ଚାୟତରେ କରୋନାରେ ୩ଜଣଙ୍କର ନୁହେଁ ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣଙ୍କ ମୃତ୍ୟୁ ଘଟଣା ମିଛ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଦିଆଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ ଜାହାଡ଼ା ପଞ୍ଚାୟତର ସରପଞ୍ଚ କରୋନା ଆକ୍ରାନ୍ତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ । ସରପଞ୍ଚ ଠିକ୍ ଭାବେ ଜାଣିନାହାନ୍ତି । ବିଭାଗୀୟ ସୂତ୍ରରୁ ଯାହା ଘୋଷଣା ହେଉଛି ତାହା ହିଁ ସଠିକ୍ । ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ଘଟଣା ଏକ ଗ୍‌ୁଜବ ଏବଂ ସେଠାରେ ଜଣେ ମାତ୍ର କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଛନ୍ତି । ଅନ୍ୟ ୨ଜଣଙ୍କର ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ । ସରପଞ୍ଚମାନଙ୍କୁ ଜିଲ୍ଲାପାଳ କହିଛନ୍ତି ଯେ, କରୋନା ଆକ୍ରାନ୍ତରେ ଯେ କେହି ମୃତ୍ୟୁ ହେବେ ତାହା ସ୍ପଷ୍ଟ ହେଲା ପରେ କିିଛି କୁହନ୍ତୁ । ଏନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗ ଟୁଇଟ୍ କରି କହିଛନ୍ତିଯେ, ଜାହାଡ଼ା ପଞ୍ଚାୟତରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏକ ଗୁଜବ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ସେହି ମାର୍ଗଦର୍ଶିକାକୁ ଜିଲ୍ଲାପ୍ରଶାସନ କଡ଼ାକଡ଼ି ଭାବେ ପାଳନ କରୁଛି । କରୋନା ଆକ୍ରାନ୍ତରେ ଯାହାଙ୍କ ମୃତ୍ୟୁ ହେବ ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରକ୍ରୀୟା ରହିଛି । ଜାହାଡ଼ା ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରକ୍ରିୟା ସମ୍ପାଦନ କରାଯାଇଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ତେଣୁ ଜାହାଡ଼ାରେ ମାତ୍ର ଜଣଙ୍କର କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଛି । ତେବେ ସେଠାରେ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *