କିମ୍ସ କୋଭିଡ ହସପିଟାଲରେ ହଜାରେ ରୋଗୀ ଚିକିତ୍ସିତ
ଭୁବନେଶ୍ୱର, (ନି.ପ୍ର) : କିମ୍ସ ଓଡ଼ିଶା କୋଭିଡ ହସପିଟାଲରେ ଜୁନ ୧୧ ସୁଦ୍ଧା ୧୦୨୦ ରୋଗୀ ଚିକିତ୍ସିତ ହୋଇଛନ୍ତି । ଓଡ଼ିଶାର ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ମୋଟ ୩ହଜାର ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ରୋଗୀ କିମ୍ସ କୋଭିଡ ହସପିଟାଲରେ ଚିକିିତ୍ସିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କିମସ ପରିଚାଳନାରେ ରାଜ୍ୟର କନ୍ଧମାଳ, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ୩ଟି କୋଭିଡ ହସପିଟାଲ ମଧ୍ୟ କାର୍ଯ୍ୟ କରୁଛି । ଅପ୍ରେଲ ୨ରେ କିମସ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ ହେବା ପରେ ୫ତାରିଖରେ ପ୍ରଥମ ରୋଗୀ ଭର୍ତ୍ତି ହୋଇଥିଲେ । ଜୁନ ୧୧ ସୁଦ୍ଧା କିମସ କୋଭିଡ ହସପିଟାଲରେ ୭୦୦ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ ବଲାଙ୍ଗୀରସ୍ଥିତ କିମସ କୋଭିଡ ହସପିଟାଲରେ ୧୪୮, ଫୁଲବାଣୀରେ ୧୦୧ ଓ ମୟୂରଭଞ୍ଜରେ ୮୪ଜଣଙ୍କୁ ଚକିତ୍ସା କରାଯାଇଛି । ଏହ ସବୁ ହସପିଟାଲରେ ରୋଗୀ କେବଳ ଚିକିତ୍ସିତ ହେଉନାହାନ୍ତି, କରୋନା ଅ ।କ୍ରାନ୍ତମାନେ କିମସ ଡାକ୍ତର ଓ ନର୍ସଙ୍କ ସେବାରେ ବ୍ୟାପକ ସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇ କିଟ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯଥେଷ୍ଟ ପୂର୍ବରୁ ସଚେତନ ହୋଇ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ସହରରେ କୋଭିଡ ହସପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ କ୍ରମେ କିମସରେ ୫ଶହ ଶଯ୍ୟା ଓ ୫୦ଟି ଅ ।ଇସିୟୁ ଶଯ୍ୟା ବିଶିଷ୍ଟ କିମସ ଓଡିଶା କୋଭିଡ ହସପିଟାଲ ହେଉଛି ଦେଶର ପ୍ରଥମ କୋଭିଡ ହସପିଟାଲ ଅ ।ରମ୍ଭ ହେଲା । ଜୁନ ୧୧ ତାରିଖ ସୁଦ୍ଧା ମାତ୍ର ୬୮ ଦିନ ମଧ୍ୟରେ କିମସ ରାଜ୍ୟର ସର୍ବାଧିକ ୧ହଜାର କୋଭିଡ ରୋଗୀଙ୍କ ଚିକିତ୍ସା ଯୋଗାଇ ଦେଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ସହିତ ଓଡ଼ିଶା କୋଭିଡ ହସପିଟାଲ କିମସରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ରୋଗୀ ସେବା କରିଅ ।ସୁଥିବା ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟ କୋଭିଡ ଯୋଦ୍ଧାଙ୍କୁ ଶ୍ରୀ ସାମନ୍ତ ଭୂୟସୀ ପ୍ରଶଂସା କରିଛନ୍ତି ।
