Teajswin

ସଵୁ ଏଠି ମିଛ ମାୟା
ଆଜି ଯିଏ ନିଜର
କାଲି ପରା ସେ ସାତପର
ଇନ୍ଦ୍ରଜାଲ ଭରା ଏ ସଂସାର
ମାୟା ମୋହରେ ପରିପୂର୍ଣ୍ଣ
ଜିଵ ଥିବା ଯାଏ ଏଠି ସଭିଏଁ
ନିଜର
ପ୍ରାଣ ଛାଡିଗଲେ ନୁହେଁ
ଏଠି କେହି କାହାର

ଘର ଚଳାଇ ଝିଅ ଵାହାକରି
ପୁଅକୁ ମଣିଷ କରି ମଣିଲୁ
ସଭିଙ୍କୁ ପ୍ରିୟ
ମୁଣ୍ଡ ଝାଳ ତୁଣ୍ଡ ମାରି ଅରଜିଲୁ
ଯେତେ ଧନ
ରକ୍ତ କୁ ପାଣିକରି କଲୁ ଯେତେ
ଶ୍ରମ
ଗଲାପରେ ସୁଝିଦେଵେ ଝରାଇ
କେଇ ଵୁନ୍ଦା ଆଖି ଲୁହ
ଶରୀରକୁ ଶବ କହି ଟେକିବେ
ନାକ
ମଶାଣିକୁ ନେଵା ପାଇ ହେଵେ
ବ୍ୟାକୁଳ

ଘରଣୀ ଯିଵ ଦାଣ୍ଡ ଦୁଆର ଯାଏ
ଭାଇବନ୍ଧୁ ପରିଜନ ଜୁଇ ଜଳିବା
ଯାଏ
ସାହିପଡିଶା କୋକେଇ ଯାକ
ଯିଵେ
ପୁଅ ହାଣ୍ଡି ନେଇଯିଵ
ତୁଠ ସରିଯିବା ଯାଏଁ
ନିଜ ଦେହ ଏଠି ନିଜର ରହିଵ
ଜୁଇ ସରିବା ଯାଏଁ
ତେବେ କହତୋର ନିଜର କିଏ?

ସମସ୍ତେ ଦଶତୁଠ ଯାଏ
ଲୁହ ଝରେଇଵେ
ଏକାଦଶ ପରେ ମନରୁ ଭୁଲିବେ
କିଛିଦିନ ଗଲେ ଲିଭିଯିଵ ନାଁ
ଦୁନିଆ ରୁ ହଟିଯିଵ ପରିଚୟ
ନିଜର ଭାଵୁଥିବା ଲୋକ ଏଠି ଗଲାପରେ ନାମ ଶୁଣିଲେ
ଡରିଵେ
ଏଠି ପରା କେହି କାହାର ନୁହେଁ
ସଵୁ ଏଠି ଵନ୍ଧା ମିଛ ସମ୍ପର୍କ ର
ଡୋରିରେ

ତୋର ଅରଜନ ଯେତେ ଧନ
ନେଇଯିବେ ଭାଗ କରି
ସେଇ କେତେଦିନ ପକାଇଵେ
ମନ
ତାପରେ ଯିଏ ଯାହା ବାଟେ ଯିଏ
ଯିବେ ଲେଉଟି
କର୍ମ ଫଳ ହିଁ ଏକା
ସାଥିରେ ରହିଵ
ପରଜନ୍ମ ଭୋଗ ଯାଏ
କହ ଏଠି ତୋର ନିଜର କିଏ ?

ତେବେ କହ ଏଠି ନିଜର କିଏ??

ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡା

Leave a Reply

Your email address will not be published. Required fields are marked *