କରୋନା ସାଙ୍ଗକୁ ଲଗାଣ ବର୍ଷା
ଭୁବନେଶ୍ୱର, (ନି.ପ୍ର) : ଏପଟେ କରୋନା, ସେପଟେ ଲଗାଣ ବର୍ଷା । ଡବଲ ବିପତ୍ତିରେ ଏବେ ଛନ୍ଦି ହୋଇଯାଇଛି ରାଜ୍ୟର ବହୁ ଜିଲ୍ଲା । ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ଚାଷ ଜମି ଜଳମଗ୍ନ । ପରିବା ଚାଷୀ କହୁଛନ୍ତି, ଅ ।ମ ସ୍ୱପ୍ନ ଉଜୁଡ଼ି ଗଲା । କେଉଁଠି ରାସ୍ତା ଓ ପୋଲ ଉପରେ ଅ ।ଣ୍ଠୁଏରୁ ଅଣ୍ଟାଏ ପାଣି ତ କେଉଁଠି ନିର୍ମାଣାଧୀନ ପୋଲ ଧୋଇ ହୋଇଯାଇଛି । କେଉଁଠି ନଦୀଜଳ ବିପଦ ସଙ୍କେତ ଉପରେ ତ କେଉଁଠି ଘାଇ ଭାଙ୍ଗି ଯାଇଛି, ଗାଁ ଭିତରେ ଓ ଘର ଭିତରେ ପାଣି । ବହୁସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ।
ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଅଗଷ୍ଟ ୧୩ରୁ ବର୍ଷୁଛି ଯେ ବଷୁର୍ୁଛି । ଲଘୁଚାପ ଦୁର୍ବଳ ହୋଇଥିଲେ ମଧ୍ୟ ଜାରି ରହିଛି ବର୍ଷା । ମାଲକାନଗିରିରେ ତ ୮ଦିନ ଧରି ଏଭଳି ସ୍ଥିତି ଲାଗି ରହିଛି । ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଲୋକେ ଘରୁ ବାହାରୁ ନାହାନ୍ତି । ମାଲକାନଗିରି, କୋରାପୁଟ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଟକ ଅ ।ଦି ବହୁ ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି ।
ପ୍ରଶାସନ ମଧ୍ୟ ଡବଲ ଟେନସନ୍ରେ । ସବୁ ଜିଲ୍ଲାରେ ପ୍ରଶାସନ ଏବେ କରୋନା ମୁକାବିଲାରେ ବ୍ୟସ୍ତ । ଏହି ସମୟରେ ଲଗାଣ ବର୍ଷା । କରୋନା ସ୍ଥିତି ପିକ୍ ପିରିୟଡରେ ଥିବାବେଳେ ବର୍ଷା ବିତ୍ପାତରେ ହାଲ ବେହାଲ ହୋଇ ଯାଇଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଅ ।ର୍ସି)ଽପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ, ସବୁଜିଲ୍ଲାରେ ହୋଇଛି ଲଗାଣ ବର୍ଷା । ବଲାଙ୍ଗିରର ପାଟଣାଗଡ଼ ବ୍ଲକ୍ ଅଞ୍ଚଳରେ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ଜଣ ଅ ।ହତ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ବରଗଡ଼ ପଦ୍ମପୁର ବ୍ଲକ୍ରେ ୨୪୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୧୦୦ ମିମି ବର୍ଷା ରେକର୍ଡ କରାଯାଇଛି । ବରଗଡ଼ରେ ୯୫ ମିମି, ସମ୍ବଲପୁରରେ ୮୫, ବଲାଙ୍ଗିରରେ ୭୩, ଦେବଗଡ଼ରେ ୭୧ ଓ ବୌଦ୍ଧରେ ୫୭ ମିମି ବର୍ଷା ହୋଇଛି । ୬ ଜିଲ୍ଲାରେ ହୋଇଛି ୨୫ରୁ ୫୦ ମିମି ବର୍ଷା ।
ପାଣିପାଗ ବିଭାଗ ପକ୍ଷରୁ ପୁଣି ବର୍ଷାର ଅ ।କଳନ କରାଯାଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି ଜିଲ୍ଲାରେ ପୁଣି ପ୍ରବଳ ବର୍ଷାର ଅ ।କଳନ କରାଯାଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅ ।ଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସହ ଝଡ଼ତୋଫାନର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ପାଣିପାଗ ବିଭାଗ ମଧ୍ୟ ଅ ।ଗାମୀ ୧୯ ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପର ସମ୍ଭାବନା ରହିଥିବା କହିଛି । ଏସ୍ଅ ।ର୍ସି କହିଛନ୍ତି ଯେ, ସାରା ରାଜ୍ୟରେ ଲଗାଣ ବର୍ଷା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

