କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !
ନ୍ୟୁୟର୍କ,(ଏଜେନ୍ସି): କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ । କରୋନାରୁ ମୁକ୍ତି ପାଇବାକୁ ଏବେ ସାରା ବିଶ୍ୱରେ ଗବେଷଣା ଜାରି ରହିଛି । ଏବେ ପର୍ଯ୍ୟନ୍ତ ମଧ୍ୟ କରୋନାର ଲକ୍ଷଣ ଭିନ୍ନ ଭିନ୍ନ ରୋଗୀଙ୍କଠାରେ ଅଲଗା ହେଉଥିବାରୁ ଏହାର ଲକ୍ଷଣକୁ ନେଇ ମଧ୍ୟ ବେଳେ ବେଳେ ଦ୍ୱନ୍ଦ୍ୱ ଉପୁଜୁଛି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି କରୋନା ସଂକ୍ରମିତ ରୋଗୀ ୩ ଦିନ ପରେ ଘ୍ରାଣ ଶକ୍ତି ହରାଇ ଥାଏ । ଅର୍ଥାତ ସଂକ୍ରମିତ ରୋଗୀ କୌଣସି ଗନ୍ଧ ବାରିପାରି ନ ଥାଏ ବୋଲି କୁହାଯାଉଛି । ଜର୍ନାଲ ଅଫ୍ ଅଟୋଲାରନଗୋଲୋଜି-ହେଡ ଅ ।ଣ୍ଡ ନେକ୍ ସର୍ଜରୀରେ ପ୍ରକାଶିତ ଏକ ଟେଲିଫୋନିକ ଅଧ୍ୟୟନରୁ ଏହା ଜଣାପଡିଛି । ଏଥିରେ ୬ ସପ୍ତାହ ମଧ୍ୟରେ କୋଭିଡ-୧୯ ପରୀକ୍ଷଣ କରିଥିବା ପ୍ରାୟ ୧୦୩ ଜଣ ରୋଗୀଙ୍କ ଲକ୍ଷଣକୁ ନେଇ ବିଶ୍ଳେଷଣ କରାଯାଇଥିଲା । ଏହି ଅଧ୍ୟୟନର ବିଶେଷଜ୍ଞ ଅହମ୍ମଦ ସେଦାଘାଟଙ୍କ ମତରେ ୧୦୩ ଜଣ ରୋଗୀଙ୍କ ମଧ୍ୟରୁ ୬୧ ପ୍ରତିଶତ ରୋଗୀଙ୍କ ପାଖରେ ଘ୍ରାଣ ଶକ୍ତି ପୂର୍ବାପେକ୍ଷା କମ୍ ପରିଲକ୍ଷିତ ହୋଇଥିଲା । ଏହି ଲକ୍ଷଣ ୩-୪ ଦିନ ମଧ୍ୟରେ ପରିଲକ୍ଷିତ ହୋଇଥିବା ବିଷେଜ୍ଞମାନେ କହିଛନ୍ତି ।
