କମେଡି ଫିଲ୍ମରେ କାଟ୍ରିନା

0
Katrina Kaif Hot Pictures-1

ଫିଲ୍ମମେକର୍ ବିକାଶ ବହଲ୍ ଏକ କମେଡି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିରେ ପ୍ରଥମଥର ପାଇଁ ଏକତ୍ର ଅ ।ସିବେ ଅମିତାଭ ବଚ୍ଚନ ଓ କାଟ୍ରିନା କୈଫ୍ । ଦୁହେଁ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଦେବେ । ଦୁହିଁଙ୍କୁ ଏଥିରେ ପିତା-ପୁତ୍ରୀ ଭୂମିକାରେ ଦେଖିବାକୁ ମିଳିବ । ପୂର୍ବରୁ ଅମିତାଭ ଓ କାଟ୍ରିନା ପିତା-ପୁତ୍ରୀ ଭାବେ ଅ ।ସିଥିଲେ ଏକ ବିଜ୍ଞାପନ ଫିଲ୍ମରେ । କିନ୍ତୁ ଦୁହେଁ ଏକତ୍ର ତେବେ କୌଣସି ଫିଲ୍ମ କରିନାହାନ୍ତି । ଫିଲ୍ମର ଟାଇଟଲ୍ ବର୍ତ୍ତମାନ ପାଇଁ ରହିଛି \”ଡେଡ୍‌ଲୀ\’ । ଏହାର ଶୁଟିଂ ମେ ମାସରେ ହେବାର ଥିଲା । କିନ୍ତୁ କରୋନା କଟକଣା ପାଇଁ ଶୁଟିଂ ସ୍ଥଗିତ ରହିଛି । ସ୍ଥିତି ସୁଧୁରିଲେ ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ । ମେଗା ଷ୍ଟାର୍ ଅମିତାଭଙ୍କ ସହ ପ୍ରଥମ ଫିଲ୍ମ କରିବାକୁ ଯାଉଥିବାରୁ ଏହାକୁ ନେଇ କାଟ୍ରିନା ଖୁବ୍ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *