ଏସ୍‌ବିଆଇ ଦ୍ୱାରା ଆନ୍ତର୍ଜାତୀୟ ଏମଏସଏମଇ ଦିବସ ପାଳିତ

0
sbi

ବିନା ସିକୁରିଟୀରେ ୨୦,୮୧୨ ଗ୍ରାହକଙ୍କୁ ୬୪୫ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଏମ.ଏସ.ଏମ.ଇ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏସ୍‌ବିଆଇ ର ଭୁବନେଶ୍ୱର ମଣ୍ଡଳ, ସାଂପ୍ରତିକ କୋଭିଡ-୧୯ ପରିସ୍ଥିତିରେ ଈ-ଟାଉନହଲ ସଭାର ଅ ।ୟୋଜନ କରିଥିଲା, ଯାହାଦ୍ୱାରା ଓଡିଶାରେ ଥିବା ଏସ.ବି.ଅ ।ଇର ୨୧ ଟି କ୍ଷେତ୍ରୀୟ କର‌୍ୟାଳୟ ଏହି ସଭା ମାନଙ୍କୁ ସଂଚାଳନ କରିଥିଲେ ।
ବିଶ୍ୱ ଅର୍ଥନୀତିରେ ଏମ.ଏସ.ଏମ.ଇ ର ପ୍ରମୁଖ ଭୂମିକା ପରି ଭାରତୀୟ ଅର୍ଥନୈତିକ ବିକାଶ ରେ ଏମ.ଏସ.ଏମ.ଇ ର ଗୁରୁô ସମ୍ପର୍କରେ ଏହି ଈ-ଟାଉନହଲ ସଭାରେ ଅ ।ଲୋଚନା ହୋଇଥିଲା । ବ୍ୟାଙ୍କରେ ଏସ.ଏମ.ଇ ଗ୍ରାହକମାନେ ନିଜନିଜ କର୍ମକ୍ଷେତ୍ରରେ ଥାଇ ଏହି ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ସମ୍ପ୍ରତି କୋଭିଡ-୧୯ ବେଳେ ଦେଶର ଅର୍ଥନୈତିକ ମାନ୍ଦାବସ୍ତାକୁ ମୁକାବିଲା କରିବାପାଇଁ ଏସ.ବି.ଅ ।ଇ ର ଭୂମିକା ସମ୍ପର୍କରେ ଅ ।ଲୋକପାତ କରିଥିଲେ ।
ଭାରତ ସରକାରଙ୍କ ଅ ।ତ୍ମନିର୍ଭର ଭାରତ ଯୋଜନାରେ ଏସ.ବି.ଅ ।ଇ ଦ୍‌ାରା ଓଡିଶାରେ ଏଜାଏ ଜି.ଇ.ସି.ଏଲ ସ୍କିମ ମାଧ୍ୟମରେ ବିନା ସିକୁରିଟୀରେ ୨୦,୮୧୨ ଏସ.ଏମ.ଇ ଗ୍ରାହକଙ୍କୁ ୬୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛିଛ ଏତଦ ବ୍ୟତୀତ ଋଣ କିସ୍ତି ପଇଠ କରିବା କ୍ଷେତ୍ରରେ ମଧ୍ୟ ଅ ।ସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ସେହିପରି ଇ-ମୁଦ୍ରା ଯୋଜନାରେ ମଧ୍ୟ ଏସ.ବି.ଅ ।ଇର ୧୪,୬୦୩ ଏସ.ଏମ.ଇ ଗ୍ରାହକ, ଏଜାଏ ୭୦କୋଟି ଟଙ୍କା ଉଠାଣ କରି ବିନିଯୋଗ କରିପାରିଛନ୍ତି । ଏହି ସଭାମାନଙ୍କରେ ବହୁ ସଂଖ୍ୟକ ଗ୍ରାହକ ସାମିଲ ହେବା ସହିତ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ ଓ ସେ ସବୁର ସନ୍ତୋଷଜନକ ଉତ୍ତର ବ୍ୟାଙ୍କର ଅଧିକାରୀମାନେ ରଖିଥିଲେ । ନିକଟରେ ଏସ.ବି.ଅ ।ଇର ବିଭିନ୍ନ ପଦକ୍ଷେପ ଯଥା- ସ୍ୱ୍‌ତନ୍ତ୍ର ଏସ.ଏମ.ଇ ଶାଖା, ଓଡିଶାରେ ବ୍ୟାଙ୍କର ୪ଟି ଜୋନରେ ଏସ.ଏମ.ଇ ଏ.ଜି.ଏମ ସ୍ଥାପନା ପ୍ରର୍ଭୁତି ଗ୍ରାହକ ମାନଙ୍କୁ ଅ ।ନନ୍ଦିତ କରିଥିବା ମନେହେଉଥିଲା । ଏହି ସଭାରେ କୋଭିଡ-୧୯ ପାଇଁ ଅ ।ବଶ୍ୟକ ଥିବା ସତର୍କତା ସମ୍ପର୍କରେ ମଧ୍ୟ ଗୁରୁô ପ୍ରଦାନ କରଯାଇଥିଲା ।

Leave a Reply

Your email address will not be published. Required fields are marked *