ଏସ୍ବିଆଇର ୬୫ତମ ବ୍ୟାଙ୍କ ଦିବସ ପାଳିତ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ଭାରତୀୟ ଷ୍ଟେଟ୍ବ୍ୟାଙ୍କ ବୁଧବାର ତାର ୬୫ତମ ବ୍ୟାଙ୍କ ଦିବସ ପାଳନ କରିଛି । ଏହି ଅବସରରେ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ବିଭିନ୍ନ ପ୍ରକାର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନିଅ ।ଯାଇଛି । ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଏକ ଆମ୍ବୁଲାନ୍ସ ସ୍ଥାନୀୟ ଏମ୍ସକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳିଙ୍କ ଉପସ୍ଥିତିରେ ଏସ୍ବିଆଇର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ, ମହାପ୍ରବନ୍ଧକ ସି ଏଲ୍ ଏନ୍ ଚାରିୟାଲୁ, ମହାପ୍ରବନ୍ଧକ ବିଜୟ କୁଜୁରଙ୍କ ଉପସ୍ଥିତିରେ ଏହି ଆମ୍ବୁଲାନ୍ସ ହସ୍ତାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ଜୀବନଜ୍ୟୋତି ଅନାଥ ଅ ।ଶ୍ରମର ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ୍ ଓ ଖାଦ୍ୟ ପୁଡିଅ । ବଣ୍ଟନ କରାଯିବାସହ କପିଳପ୍ରସାଦ ସରକାରୀ ଉଚ୍ଚବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ସାଇକେଲ୍ ପ୍ରଦାନ କରାଯାଇଥିଲା । ଭାରତୀୟ ଷ୍ଟେଟ୍ବ୍ୟାଙ୍କ ସବୁବେଳେ ଏବଂ ସବୁସମୟରେ ସମାଜର ସବୁବର୍ଗର ଲୋକଙ୍କ ପାଖରେ ଛିଡା ହୋଇଥାଏ । ଆଗାମୀଦିନରେ ଆହୁରି ଅନେକ ସମାଜସେବା କାମ ମଧ୍ୟ କରାଯିବା ଲକ୍ଷ୍ୟ ରଖାଯାଇଛି ।
