ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ସୋନୁ ସୁଦ୍‌

0
download (1)

ପ୍ରବାସୀ ଶ୍ରମିକଙ୍କ ପାଇଁ ବାସ୍ତବ ଜୀବନର ନାୟକ ସାଜିଥିବା ସୋନୁ ସୁଦ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଖା କରିଛନ୍ତି । ଠାକ୍‌ରେଙ୍କ ବାସଭବନ \”ମାତୋଶ୍ରୀ\’ରେ ସୋନୁ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଅସ୍ଲମ୍ ଶେଖ୍ ଓ ଅ ।ଦିତ୍ୟ ଠାକ୍‌ରେଙ୍କ ସହ ସାକ୍ଷାତ୍ କରିଛନ୍ତି । ବିଜେପି ସହ ମିଶି ସୋନୁ ସୁଦ୍ ପ୍ରବାସୀମାନଙ୍କୁ ସହଯୋଗ କରୁଛନ୍ତି ଓ ମହାରାଷ୍ଟ୍ର ସରକାରଙ୍କୁ ନୀଚା ଦେଖାଉଛନ୍ତି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ୍‌ଙ୍କ ମନ୍ତବ୍ୟ ପରେ ସୋନୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସୋନୁଙ୍କୁ ଦେଖା କରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଥିଲେ, ଭାରତର ସବୁ ଦଳ ସୋନୁଙ୍କୁ ସହଯୋଗ କରୁଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ ଏଥିରେ ସାମିଲ ଅଛି । ଏହା କୌଣସି ନିର୍ଦ୍ଦିଷ୍ଟ ଦଳର କଥା ନୁହେଁ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ଦଳ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି । ଅସହାୟମାନଙ୍କୁ ସହଯୋଗର ହାତ ବଢାଇବା ଅ ।ମ ସମସ୍ତଙ୍କ କର୍ତ୍ତବ୍ୟ । ଏଥିରେ ମହାରାଷ୍ଟ୍ର ସରକାରଙ୍କର କୌଣସି ଦ୍ୱନ୍ଦ୍ୱ ନାହିଁ । ସାଂସଦ ସଞ୍ଜୟ ରାଉତ୍ ଶିବସେନାର ମୁଖପତ୍ରରେ ନିଜ ସାପ୍ତାହିକ ସ୍ତମ୍ଭରେ ଏଭଳି ବିବାଦୀୟ ବୟାନ ଦେଇ ଲେଖିଥିଲେ, ଭଲ ଟଙ୍କା ମିଳିଲେ ସୋନୁ ଯେକୌଣସି ଦଳକୁ ବିଜ୍ଞାପିତ କରିପାରିବେ ।

Leave a Reply

Your email address will not be published. Required fields are marked *