ଆସୁ ଅଛି ବର୍ଷା ରାଣୀ (ଲେଖିକା: ବାସନ୍ତୀ ଲତା ଜେନା )

0
Basanti Lata Jena

କଳା ବାଦଲଟା ଘୋଟି ଆସିଲାଣି
ଟୁପୁ ଟୁପୁ ପାଣି ଝରେ
ମୌସୁମୀ ଆସିଛି ବର୍ଷା ରାଣୀ ନେଇ
ନଦୀ ନାଳ ପାଣି ଭରେ l 1l
ବୃକ୍ଷ ଲତା ସବୁ ସୁନ୍ଦର ଦିଶନ୍ତି
ସବୁଜ ପତର ଦେହେ
ଲଣ୍ଡା ଗଛ ସବୁ ପଲ୍ଲବିତ ହୁଏ
ଶୋଭା ତାର ମନ ମୋହେ l 2l
ଓଳିରୁ ଝରଇ ଝର ଝର ପାଣି
ଦିଏ ହାତ ଓଦା କରି
ଜଳ ସୁଅ ଧାରେ ଫୋଟକା ଭାସଇ
ହାତେ ଧରୁଛି ମୟୂରୀ l 3l
ଝିପି ଝିପି ବର୍ଷା ମନ ମୋହି ନିଏ
ଗାଆଁ ପିଲାଙ୍କର ମେଳ
ବର୍ଷରେ ଭିଜନ୍ତି ନାଚି ଖେଳି ଥାନ୍ତି
ଫିଙ୍ଗା ଫିଙ୍ଗି ହୁ’ନ୍ତି ଜଳ l 4l

ପାଣି ସୁଅ ଧାରେ ଡ଼ଙ୍ଗା ଭସା ଅନ୍ତି
ଗାଇ ଥାନ୍ତି କେତେ ଗୀତ
ଆହୁଲା ମlରନ୍ତି ଆଗକୁ ଯିବାକୁ
ଭେଟିବୁ ସଙ୍ଗାତ ମିତ l 5l
ମାଆ କହୁ ଥାଏ ଆରେ କୁନା ମୁନା
ବର୍ଷରେ ଭିଜିବ ନାହିଁ
ସ୍କୁଲକୁ ଗଲେ ଛତା ବେଇ ଯିବ
ମେଘ ଆସୁଛି ଘନେଇ l 6l
ଭାରି ମଜ୍ଜା ଲାଗେ ବର୍ଷରେ ଭିଜିବା
ଅତୀତ ପଡଇ ମନେ
ପାଣି ଖେଳୁ ଥିଲୁ ଓଦା ହେଉ ଥିଲୁ
ଗାଳି ଖାଉ ଥିଲୁ ଦିନେ l 7l
ଘଡ଼ ଘଡି ଶବ୍ଦେ କାନ ତଡା ହୁଏ
ହସଇ ବିଜୁଳି ରାଣୀ
ସାରୁ ବୁଦା ମୂଳେ ବେଙ୍ଗ ରଡୁ ଅଛି
ରୂଷିଛି ବେଙ୍ଗୁଲି ରାଣୀ l 8l

ନଦୀ ବଢି ଦେଖିବାକୁ ସାହି ପିଲା
ନଦୀ କୂଳକୁ ଯାଆନ୍ତି
ବୁଢା ଠାରୁ ଛୁଆ ସମସ୍ତେ ଦେଖନ୍ତି
ଖୁସି କେତେ ହୋଇ ଥାନ୍ତି l 9l
ନଦୀର ବକ୍ଷତ ଫୁଲି ଯାଇ ଥାଏ
ବିସ୍ତୃତ ଶୋଭା ତାହାର
ଜଳ ସ୍ରୋତ ଦେଖିବାକୁ ଖୁସି ଲାଗେ
ଭରି ଯାଏ ମନ ମୋର l 10l
ନଦୀ ସେପଟରେ ଗାଆଁଟି ଦିଶଇ
କି ସୁନ୍ଦର ମନୋହର
ସବୁଜ ବୃକ୍ଷରେ ଭରି ରହି ଅଛି
ଶୋଭା ତାର ଗନ୍ତାଘର l 11l
ଛତା ଟିଏ ଧରି କୁନା ବାହାରିଲା
ହାତେ କିଛି ଗଛ ଧରି
ରାସ୍ତା କଡରେ ଗଛ ପୋତୁ ଅଛି
ଫୁଲଫଳ ଦେବ ଭରି l12l
ବର୍ଷା ଋତୁ ପରା ଜଗତର ବନ୍ଧୁ
କୁନି ଗୀତ ବୋଲୁ ଅଛି
ବର୍ଷାର ବିହୁନେ ସୃଷ୍ଟି ନାଶ ହୁଏ
କୁନା ତାକୁ ବୁଝାଉଛି l 13l

ବାସନ୍ତୀ ଲତା ଜେନା, ଶିକ୍ଷୟିତ୍ରୀ, ଗାନ୍ଧିନଗର, ନବରଙ୍ଗପୁର, ପିନ :764059. ମୋ 8658655979

Leave a Reply

Your email address will not be published. Required fields are marked *