ଆରବିଆଇରୁ ଉଠିବ ୨୫୦୦ କୋଟି

0
RBI

ଭୁବନେଶ୍ୱର, : କରୋନା ସଙ୍କଟ ସମୟରେ ଓଡିଶା ସରକାର ରିଜର୍ଭ ବ୍ୟାଙ୍କ୍ରେ ଗଚ୍ଛିତ ରଖିଥିବା ଅର୍ଥରୁ ଏବେ ୨୫୦୦ କୋଟି ଟଙ୍କା ଉଠାଇ ପାରିବେ । ରିଜର୍ଭବ୍ୟାଙ୍କ୍ ଏଥିପାଇଁ ଅନୁମତି ଦେବା ଫଳରେ ରାଜ୍ୟ ସରକାରଙ୍କୁ ଅ ।ଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ ।
ରାଜ୍ୟ ସରକାର ରିଜର୍ଭ ବ୍ୟାଙ୍କର କନସୋଲିଡେଟେଡ ସିଙ୍କିଙ୍ଗ୍ ଫଣ୍ଡ୍ (ସିଏସ୍‌ଏଫ୍‌)ରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜମା ରଖିଛନ୍ତି । ସରକାରଙ୍କ ସଫଳ ଅ ।ର୍ଥିକ ପରିଚାଳନା ଯୋଗୁଁ କରୋନା ଭଳି ବିପତ୍ତି ସମୟରେ ଏବେ ଏହି ଅର୍ଥ ସହାୟକ ହୋଇଛି । ଏହି ପାଣ୍ଠିରେ ଅର୍ଥ ଜମା ରଖିବା କ୍ଷେତ୍ରରେ ମହାରାଷ୍ଟ୍ର ଓ ଗୁଜୁରାଟ ପଛକୁ ଓଡିଶା ତୃତୀୟ ସ୍ଥାନରେ ରହିଛି । ଅ ।ଜିର ଦିନରେ ରର୍ଭିଭବ୍ୟାଙ୍କରେ ରାଜ୍ୟ ସରକାରଙ୍କର ୧୩,୦୦୩ କୋଟି ୫୪ଲକ୍ଷ ଟଙ୍କା ରହିଛି ।
ବର୍ତ୍ତମାନ କରୋନା ବିପତ୍ତି ସମୟରେ ରିଜର୍ଭବ୍ୟାଙ୍କ ଏହି ପାଣ୍ଠିରୁ ଅର୍ଥ ଉଠାଣ ପାଇଁ ନିୟମକୁ କୋହଳ କରିଛି । ଅ ।ସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୨୫୦୦ କୋଟି ଟଙ୍କା ଉଠାଯାଇ ପାରିବ । ଚଳିତ ଅ ।ର୍ଥକ ବର୍ଷରେ ଓଡିଶା ସରକାର ଏହି ପାଣ୍ଠିରୁ ୮୦୦ କୋଟି ଟଙ୍କା ଉଠାଇବାର ଅନୁମତି ଥିଲା । କିନ୍ତୁ କରୋନା ପାଇଁ ଲାଗୁ କୋହଳ ବ୍ୟବସ୍ଥାରେ ସରକାର ଅ ।ଉ ଅତିରିକ୍ତ ୧୭୦୦ କୋଟି ଟଙ୍କା ଉଠାଇବାପାଇଁ ରିଜର୍ଭବ୍ୟାଙ୍କ୍ ଅନୁମତି ଦେଇଛନ୍ତି । ଏହା ଫଳରେ ରାଜ୍ୟ ସରକାର ଅ ।ବଶ୍ୟକ କରୁଥିବା ୧୭୦୦ କୋଟି ଟଙ୍କା ଅ ।ଉ ଖୋଲା ବଜାରରୁ ଉଠାଇବେ ନାହିଁ ।
କରୋନା ପରିପ୍ରେକ୍ଷୀରେ ଖୋଲା ବଜାରରୁ ଅଧିକ ଋଣ ଉଠାଇବାପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅନୁମତି ଦେଇଛନ୍ତି । ରାଜ୍ୟର ମୋଟ୍ ଘରୋଇ ଉତ୍ପାଦନ (ଜିଏସ୍ଡିପି) ୬ଲକ୍ଷ କୋଟି ଟଙ୍କା ଥିବାବେଳେ ଓଡିଶା ଦେଢ ଲକ୍ଷ କୋଟି ଟଙ୍କାର ଋଣ କରିପାରିବେ ବୋଲି କେନ୍ଦ୍ରୀୟ ଅନୁମତି ମିଳିଛି । ୨୦୧୯-୨୦ ମସିହାରେ ରାଜ୍ୟର ରାଜସ୍‌୍ୱ ଏକ ଲକ୍ଷ ୨ହଜାର କୋଟି ଟଙ୍କା ଥିବାବେଳେ କେରାନା ମହାମାରୀ ଯୋଗୁଁ ରାଜସ୍‌୍ୱ ଅ ।ଦାୟ ଚଳିତବର୍ଷ ପ୍ରଭାବିତ ହୋଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ୍ର ରିପୋର୍ଟ ଅନୁଯାୟୀ କରୋନା ପାଇଁ ଶିଳ୍ପ ଓ ବ୍ୟବସାୟ ପ୍ରଭାବିତ ହୋଇଥିବା ଯୋଗୁଁ ଓଡିଶା ୫୪,୦୩୩ କୋଟି ଟଙ୍କା ହରାଇବ ଯାହାକି ରାଜ୍ୟ ଜିଏସ୍ଡିପିର ୯.୪ ପ୍ରତିଶତ । ଯଦିଓ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କ୍ଷତି ନେଇ ବିସ୍ତୃତ ଅ ।କଳନ କରିନାହାନ୍ତି ତଥାପି ଏସ୍ୱିଅ ।ଇର ଅ ।କଳନକୁ ଅଧିକାରୀମାନେ ଅଣଦେଖା କରିପାରୁ ନାହାନ୍ତି ।
ଏଭଳି ସ୍ଥିତିରେ ପୂର୍ବବର୍ଷ ତୁଳନାରେ ରାଜସ୍‌୍ୱ ହ୍ରାସ ପାଇବା ଜଳ ଜଳ ଦିଶୁଥିବାବେଳେ ଦେଢ ଲକ୍ଷ କୋଟି ଟଙ୍କାର ବଜେଟ୍ ପାଇଁ ପାଣ୍ଠି ଯୋଗାଡ କରିବା ଅତ୍ୟନ୍ତ କଷ୍ଟକର ହେବ । ଅନ୍ୟ ପକ୍ଷରେ କରୋନା ପାଇଁ ହେଉଥିବା ଖର୍ଚ୍ଚ ବଢି ବଢି ଚାଲିଥିବାରୁ ଏହାର ପ୍ରଭାବ ରାଜକୋଷ ଉପରେ ପଡୁଛି । ଏଭଳି ସ୍ଥିତିରେ ରାଜ୍ୟରେ ଥିବା ବିଭିନ୍ନ ସଂସ୍ଥା ନିକଟରେ ଅର୍ଥ ଗଚ୍ଛିତ ଥିବାରୁ ସରକାର ଅର୍ଥ ପାଇଁ ଖୋଲା ବଜାର ଉପରେ ନିର୍ଭର କରିବା ଅ ।ବଶ୍ୟକ ନଥିବା ଅଧିକାରୀମାନେ ସ୍‌୍ୱୀକାର କରୁଛନ୍ତି ।
ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓଡିଶା ପ୍ରତି ସକରାତ୍ମକ ମନୋଭାବ ପୋଷଣ କରୁଥିବାବେଳେ କେନ୍ଦ୍ର ସରକାର ମଧ୍ୟ ତାଙ୍କର ଅଂଶଧନ ଠିକଣା ସମୟରେ ପ୍ରଦାନ କରୁଛନ୍ତି । ଗତ ତିନିମାସ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟର ଅଂଶଧନ ବାବଦକୁ ୩୦୦୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଖୁବ୍‌ଶୀଘ୍ର ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବେ ବୋଲି ଅ ।ଶା କରାଯାଉଛି । ଉଭୟ କେନ୍ଦ୍ର ଓ ଅ ।ରବିଅ ।ଇ ଓଡିଶା ପ୍ରତି ଅନୁକୂଳ ମନୋଭାବ ପୋଷଣ କରୁଥିବାରୁ ସେମାନଙ୍କ ଠାରୁ ଏଭଳି ତିରୋଟ ସମୟରେ ଅ ।ର୍ଥିକ ସହାୟତା ପାଇବା ନେଇ ରାଜ୍ୟ ସରକାର ଆଶା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *