ଅହମଦୀୟା ମୁସଲିମ ସମ୍ପ୍ରଦାୟରେ ଖିଲାଫତ ଦିବସ

0
11

ହମଦୀୟା ମୁସଲିମ ଖିଲାଫତ ବିଶ୍ୱ ପାଇଁ ଶାନ୍ତିର ଅ ।ହ୍ୱାନ ଦେଉଛି : ମୌଲାନା ଫଜଲ ହକ ଖାଁ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ଖିଲାଫତର ଅର୍ଥ ହେଲା କୌଣସି ଅବତାର ବା ଯୁଗସଂସ୍କାରକ ଅଥବା ନବି, ରସୁଲଙ୍କ ମରଣାନ୍ତେ ତାଙ୍କ କାର୍ଯ୍ୟକୁ ଐଶୀ ଅ ।ଦେଶାନୁଯାୟୀ ଅ ।ଗକୁ ବଢାଇବା । ଖିଲାଫତ ଏକ ଐଶୀ ଉପହାର । ଯେପରି ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମଙ୍କ ପରେ ଇସଲାମ ଇତିହାସରେ ହଜରତ ଅବୁବକର ସିଦ୍ଦିକ, ହଜରତ ଉମର ଫାରୁକ, ହଜରତ ଉସମାନ ଗନି ଏବଂ ହଜରତ ଅଲି ଇସଲାମୀୟ ଖିଲାଫତର କାର୍ଯ୍ୟଭାରକୁ ତୁଲାଇଥିଲେ । ଖିଲାଫତ ପଦବୀରେ ଅଧିଷ୍ଠିତ ମହାପୁରୁଷକୁ ଖଲିଫା କୁହାଯାଏ । ଇସଲାମୀୟ ଖିଲାଫତ ବ୍ୟବସ୍ଥାର ପରି ସମାପ୍ତି ପରେ ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମଙ୍କ ୧୪୦୦ ବର୍ଷ ପରେ ଅହମଦୀୟା ମୁସଲିମ ସମାଜରେ ପୁନର୍ବାର ଖିଲାଫତର ସୁବ୍ୟବସ୍ଥା ୧୯୦୮ ମସିହାରୁ ଯୁଗସଂସ୍କାରକ ହଜରତ ମିର୍ଜା ଗୁଲାମ ଅହମଦଙ୍କ ବିୟୋଗ ପରେ ଅହମଦୀୟା ଖିଲାଫତର ସୂତପାତ ହୋଇଥିଲା । ଏହିଭଳି ମତ ପ୍ରକାଶ ପାଇଛି, ଭୌମନଗର ୟୁନିଟ-୪ ସ୍ଥିତ ଅହମଦୀୟା ମୁସଲିମ ମସଜିଦରେ ଖିଲାଫତ ଦିବସ ପାଳିତ ଉତ୍ସବରେ । ଏହି ଉତ୍ସବରେ ଭୂବନେଶ୍ୱର ଅହମଦୀୟା ମୁସଲିମ ସଂଗଠନର ମୌଲାନା ଫଜଲ ହକ ଖାଁ ପୌରୋହିତ କରିଥିଲେ । ପବିତ୍ର କୋରାନ ପାଠ ଅଲିମ ଅହମଦ କରିଥିବା ବେଳେ ଅବ୍ଦୁଲ ଶମିମ ଅହମଦ ଉର୍ଦ୍ଦୁ ସଂଗୀତ ଗାନ କରିଥିଲେ ।
ଅହମଦୀୟା ମୁସଲିମ ଖିଲାଫତ ବିଶ୍ୱ ପାଇଁ ଶାନ୍ତିର ଅ ।ହ୍ୱାନ ଦେଉଛି । ଏହି ଉତ୍ସବରେ ଲକଡ଼ାଉନର ନିୟମ ତଥା ସାମାଜିକ ଦୂରତାର ନିୟମକୁ ରକ୍ଷା କରାଯିବା ସହ ବିଶ୍ୱଶାନ୍ତି ଓ କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ନିରବ ପ୍ରାଥନା ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *