ଅଧିକ ଚାପରେ ଏବର ମଧ୍ୟବୟସ୍କ

0
f-PRESSURE

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଏପରିକି କୋଭିଡ୍‌-୧୯ ଅ ।ରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି ଦେଖାଦେଇଅ ।ସିଛି । ପେନ୍ ଷ୍ଟେଟ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନ ବେଳେ ସବୁ ବର୍ଗକୁ ବିଚାରକୁ ନିଆଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ୧୯୯୦ ତୁଳନାରେ ୨୦୧୦ରେ ଲୋକଙ୍କ ଉପରେ ସାମାନ୍ୟ ଚାପ ବୃଦ୍ଧି ପାଇଛି । କିନ୍ତୁ ଗବେଷକମାନେ ଯେତେବେଳେ ବୟସକୁ ୪୫ରୁ ୬୪ ମଧ୍ୟରେ ସୀମିତ ରଖିଦେଲେ, ସେତେବେଳେ ସେମାନଙ୍କ ଚାପରସ୍ତର ବହୁଗୁଣିତ ହୋଇଯାଇଥିଲା । ଗବେଷକ ଡାଭିଡ୍ ଏମ୍‌. ଅ ।ଲ୍ମୈଡା ଜାଣିବାକୁ ପାଇଥିଲେ ଯେ, ୧୯୯୦ ଅପେକ୍ଷା ୨୦୧୦ରେ ଲୋକେ ୧୯ ପ୍ରତିଶତ ଅଧିକ ଅବସାଦରେ ରହୁଛନ୍ତି । ଅର୍ଥାତ୍ ବର୍ଷକୁ ଏମାନେ ୬୪ରୁ ଊର୍ଦ୍ଧ୍ୱ ଦିନ ଅଧିକ ଚାପରେ ରହିଥାଆନ୍ତି ।
\”ଅ ।ମେରିକାନ୍ ସାଇକୋଲୋଜିଷ୍ଟ\’ରେ ଏ ସଂକ୍ରାନ୍ତ ଲେଖା ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ, ରିସର୍ଚ୍ଚ ଟିମ୍ ୧୯୯୫ରେ ୧,୪୯୯ ବୟସ୍କ ଓ ୨୦୧୨ରେ ୭୮୨ ଜଣ ବିଭିନ୍ନ ବୟସ୍କଙ୍କୁ ନେଇ ଅଧ୍ୟୟନ କରିଥିଲେ । ଏ ସମସ୍ତଙ୍କର ଦୈନିକ ୮ ଦିନ ଯାଏ ସାକ୍ଷାତକାର ନିଅ ।ଯାଇଥିଲା । ଏଥିରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ବିଗତ ୨୪ ଘଣ୍ଟାର ଚାପଗ୍ରସ୍ତ ଅଭିଜ୍ଞତା ବଖାଣିବାକୁ କୁହାଯାଉଥିଲା । ପରିବାର କିମ୍ବା ସାଙ୍ଗସାଥୀଙ୍କ ମଧ୍ୟରେ ଉଚ୍ଚବାଚ କିମ୍ବା ଘରେ ବା କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏଥିରେ ଗୁରୁତ୍ୱ ଦିଅ ।ଯାଇଥିଲା । ସେଥିରୁ ଲୋକଙ୍କ ଚାପଗ୍ରସ୍ତ ଜୀବନକୁ ବୁଝିବା ସମ୍ଭବ ହୋଇଥିଲା ବୋଲି ଅ ।ଲମୈଡା କହିଛନ୍ତି । ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରିବା ପରେ ଗବେଷକମାନେ ଜାଣିପାରିଥିଲେ ଯେ, ୧୯୯୦ ଅପେକ୍ଷା ୨୦୧୦ରେ (ପୃଷ୍ଠା-୭)
ସେମାନଙ୍କ ଚାପ ବହୁମାତ୍ରରେ ବଢ଼ିଚାଲିଥିଲା । ତେବେ କେତେକ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଅ ।ର୍ଥିକ ଅବସ୍ଥା ଖରାପ ଥିବା ନେଇ ଚିନ୍ତିତ ହୋଇପଡ଼ୁଥିବା କହିଥିବା ବେଳେ ୧୭ ପ୍ରତିଶତ ସେମାନଙ୍କ ଭବିଷ୍ୟତ ଯୋଜନାକୁ ଚାପ ଘୋର ପ୍ରଭାବିତ କରିବ ବୋଲି ଅ ।ଶଙ୍କା ବ୍ୟକ୍ତ କରିଥିଲେଛ
ଅ ।ଲମୈଡା ଅ ।ଶ୍ଚର୍ଯ୍ୟ ପ୍ରକଟ କରିଥିଲେ, ଗତ ୯୦ ଦଶକ ଅପେକ୍ଷା ବର୍ତ୍ତମାନ ଲୋକଙ୍କ ଚାପ ପରିମାଣ ବୃଦ୍ଧି ପାଇଥିଲେ ହେଁ ବିଶେଷକରି ବିଭିନ୍ନ ବର୍ଗଙ୍କ ବୟସ ମୁଖ୍ୟତଃ ପ୍ରଭାବିତ କରିଥିଲା । ଆମେ ଭାବୁଥିଲୁ ଯେ, ଯୁବବର୍ଗଙ୍କ ପାଇଁ ଅର୍ଥନୈତିକ ଅସ୍ଥିରତା ଯୋଗୁ ଜୀବନ ଅଧିକ ଚାପଗ୍ରସ୍ତ ହେଉଛି । କିନ୍ତୁ ତାହା ଭାବିବା ଠିକ୍ ନ ଥିଲା ବୋଲି ସେ କହିଥିଲେ । କିନ୍ତୁ ମଧ୍ୟବୟସ୍କମାନେ ସବୁଠାରୁ ଅଧିକ ଚାପଗ୍ରସ୍ତ ଅଛନ୍ତି । କାରଣ ସେମାନଙ୍କ ପିଲାମାନେ ଅସ୍ଥିର ନିଯୁକ୍ତି ବଜାରରେ ଘଣ୍ଟି ହେଉଥିବା ବେଳେ ନିଜ ମାତାପିତାଙ୍କ ଦାୟିତ୍ୱ ନେଇ ଚିନ୍ତିତ ଥାଅ ।ନ୍ତି । ଏହି ବୟସର ବ୍ୟକ୍ତି ଏଭଳି ପିଢ଼ିଗତ ସମସ୍ୟା ବୁଝିବାକୁ ଯାଇ ଚାପରେ ଚିପୁଡ଼ି ହୋଇଯାଇଥାଅ ।ନ୍ତି ବୋଲି ଅ ।ଲମୈଡା କହିଛନ୍ତି ।

Leave a Reply

Your email address will not be published. Required fields are marked *