୧୯ ଦିନରେ ପ୍ରାୟ ୪.୫ ନିୟୁତ ହିତାଧିକାରୀଙ୍କ କୋଭିଡ-୧୯ ଟିକାକରଣ

0



ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରିଛି ।

ମାତ୍ର ୧୯ ଦିନ ମଧ୍ୟରେ ଦେଶରେ ପ୍ରାୟ ୪.୫ ନିୟୁତ (୪୪,୪୯,୫୫୨) ହିତାଧିକାରୀଙ୍କ କୋଭିଡ-୧୯ ଟିକାକରଣ ହୋଇପାରିଛି ।

ମାତ୍ର ୧୮ ଦିନରେ ତ୍ୱରିତ ପ୍ରକ୍ରିୟାରେ ୪ ନିୟୁତ ଲୋକଙ୍କ ଟିକାକରଣ କରିବା କ୍ଷେତ୍ର୍ରରେ ବିଶ୍ୱରେ ଭାରତ ସର୍ବାଗ୍ରେ ରହିଛି । ଅନ୍ୟ କେତେକ ଦେଶ ଏଥିପାଇଁ ୬୫ ଦିନ ସମୟ ନେଇଛନ୍ତି । ଭାରତରେ ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ୨୦୨୧ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ।

ପ୍ରତିଦିନ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ଏଥିରେ ଅଗ୍ରଗତି ହେଉଥିବା ଦର୍ଶାଉଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୦୪୧ ସେନନ୍ରେ  ୩,୧୦,୬୦୪ ଜଣଙ୍କ ଟିକାକରଣ ହୋଇଛି । ଏ ପର୍ଯ୍ୟନ୍ତ ମୋଟ ୮୪,୬୧୭ ସେସନ୍ ହୋଇଛି ।

S.No.State/UTBeneficiaries Vaccinated
1A & N Islands2,772
   
2Andhra Pradesh2,15,171
   
3Arunachal Pradesh9,846
   
4Assam43,607
   
5Bihar2,64,097
   
6Chandigarh4,399
   
7Chhattisgarh1,01,564
   
8Dadra & Nagar Haveli926
   
9Daman & Diu561
   
10Delhi81,433
   
11Goa6,326
   
12Gujarat3,11,251
   
13Haryana1,29,866
   
14Himachal Pradesh43,926
   
15Jammu & Kashmir26,634
   
16Jharkhand67,970
   
17Karnataka3,16,638
   
18Kerala2,46,043
   
19Ladakh1,511
   
20Lakshadweep807
   
21Madhya Pradesh3,30,722
   
22Maharashtra3,54,633
   
23Manipur5,872
   
24Meghalaya4,806
   
25Mizoram9,995
   
26Nagaland4,244
   
27Odisha2,11,346
   
28Puducherry3,222
   
29Punjab63,663
   
30Rajasthan3,63,521
   
31Sikkim3,425
   
32Tamil Nadu1,33,434
   
33Telangana1,76,732
   
34Tripura32,340
   
35Uttar Pradesh4,63,793
   
36Uttarakhand54,153
   
37West Bengal3,01,091
    
38Miscellaneous57,212
Total44,49,552

ଏ ପର୍ଯ୍ୟନ୍ତ କୋଭିଡ-୧୯ ଟିକାକରଣ ହୋଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ୫୪.୮୭% ଟିକାକରଣ ୭ ରାଜ୍ୟରେ ହୋଇଛନ୍ତି ।

ଭାରତର ମୋଟ ସକ୍ରିୟ କରୋନା ମାମଲା ଆଜି ୧.୫୫ ଲକ୍ଷ (୧,୫୫,୦୨୫)କୁ ହ୍ରାସ ପାଇଛି ।

ଭାରତର ମୋଟ କରୋନା ମାମଲାର ମାତ୍ର ୧.୪୪% ରହିଛି ସକ୍ରିୟ କରୋନା ମାମଲା ।

ବିଗତ ଦିନ ମାନଙ୍କରେ ଦୈନିକ ସକ୍ରିୟ କରୋନା ମାମଲାର ସଂଖ୍ୟାରେ ହେଉଥିବା ପରିବର୍ତ୍ତନ କରୋନା ସକ୍ରିୟ ମାମଲାରେ ହେଉଥିବା ହ୍ରାସକୁ ଦର୍ଶାଉଛି ।

ଆଜି ଭାରତରେ ଦୈନିକ ପଜିଟିଭ ହାର ରହିଛି ୧.୮୨% । ବିଗତ କେଇ ସପ୍ତାହ (୧୯ ଦିନ) ଧରି ଦୈନିକ ପଜିଟିଭ୍ ହାର ୨%ରୁ ତଳେ ରହିଛି ।

ଦେଶରେ ଏବେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୦୪,୮୦,୪୫୫ ହୋଇଛି ।

ଦୈନିକ ନୂଆ ସୁସ୍ଥଙ୍କ ସଖ୍ୟା ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରୁଥିବାରୁ ସୁସ୍ଥତା ହାର ୯୭.୧୩%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା ତୁଳନାରେ ୬୭.୬ ଗୁଣ ଅଧିକ ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୮୬.୦୪% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ଗୋଟିଏ ଦିନରେ ସର୍ବାଧିକ ୭୦୩୦ ଜଣ ସୁସ୍ଥ ହୋଇଥିବା ବେଳେ କେରଳରେ ୬୩୮୦ ଏବଂ ତାମିଲନାଡ଼ୁରେ ୫୩୩ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ମାମଲା ମଧ୍ୟରୁ ୮୪.୬୭% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଗୋଟିଏ ଦିନରେ କେରଳରେ ସର୍ବାଧିକ ୬୩୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୯୯୨ ଏବଂ ତାମିଲନାଡ଼ୁରେ ୫୧୪ ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ କରୋନା ମୃତୁ୍ୟ ମଧ୍ୟରୁ ୭୧.୦୩ % ମୃତୁ୍ୟ ହୋଇଛି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ୩୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କେରଳରେ ୨୦ ଜଣଙ୍କ ମୃତୁ୍ୟ ହୋଇଛି । ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ୭ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

***

SR ��������������������������������������������������������������������������������������������������������������������������������������������������������������������������������������������������������

Leave a Reply

Your email address will not be published. Required fields are marked *