ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

0
Soumya-Swaminathan-WHO-Chief-scientist-650x430

ନୂଆଦିଲ୍ଲୀ, (ଏଜେନ୍ସି): ଭାରତରେ ତିଅ ।ରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଅ ।ଣିବ । ତେବେ ଏହି ଟିକା ଚଳିତ ବର୍ଷ ଉପଲବ୍ଧ ହୋଇନପାରେ ବୋଲି କହିଛନ୍ତି ବିଶ୍ୱ ସ୍‌୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍‌୍ୱାମୀନାଥନ୍ । ଦେଶକୁ କୋଭିଡର ତୃତୀୟ ଲହର ଗ୍ରାସ କରିବ ଏବଂ ତାହା ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବା ଅ ।ଶଙ୍କା ପ୍ରକାଶ ପାଉଥିବା ଅବସରରେ ଏବେ ପିଲାଙ୍କ ପାଇଁ ଭାରତ ତିଅ ।ରି ନାଜାଲ ଟିକା ଅ ।ଶାର ସଂଚାର କରିଛି ।
ଜଣେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଭାବରେ ପରିଚିତା ସ୍‌୍ୱାମୀନାଥନ୍ ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଭାରତରେ କେତେକ ନାଜାଲ ଟିକା ସଂପ୍ରତି ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି । ଏହା ପିଲାମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ । ଏହା ଦେବା ସହଜ ଏବଂ ଏହା ନାସାରନ୍ଧ୍ରରେ ସ୍ଥାନୀୟ ସଂକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବ । ତେବେ ସେପର୍ଯ୍ୟନ୍ତ ଅଧିକରୁ ଅଧିକ ବୟସ୍କ ଲୋକ, ବିଶେଷକରି ଶିକ୍ଷକ ଓ ଅଭିଭାବକମାନେ ଟିକା ନେବାର ଅ ।ବଶ୍ୟକତା ରହିଛି । ତାହାସହିତ ଗୋଷ୍ଠୀ ସଂକ୍ରମଣ ଯେତେବେଳେ ସର୍ବନିମ୍ନସ୍ତରରେ ରହିଥିବ, ସେହି ସମୟରେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଅ ।ଯିବା ଉଚିତ । ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ସେହିଭଳି ପଦକ୍ଷେପ ନେଇଛନ୍ତି । ତାହାସହିତ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ମଧ୍ୟ ନେବାକୁ ପଡିବ ।

Leave a Reply

Your email address will not be published. Required fields are marked *