ବିଓଆଇ ମହାପ୍ରବନ୍ଧକଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆର ନ୍ୟାସନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍ (ଏନ୍ଜିବି) କାର୍ଯ୍ୟକାରୀ ହେବାପରେ ଏହି ଗ୍ରୁୃପ୍ର ମୁଖ୍ୟ ତଥା ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନସ୍ତ ବ୍ରହ୍ମପୁର ଏରିଆ କାର୍ଯ୍ୟାଳୟ ଅନ୍ତର୍ଗତ ଗୋପାଳପୁରଠାରେ ଅନୁଷ୍ଠିତ ଶାଖା ପ୍ରବନ୍ଧକମାନଙ୍କ ସମୀକ୍ଷା ବୈଠକ ଏବଂ ଗ୍ରାହକ ସମ୍ମିଳନୀରେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଅରବିନ୍ଦ ମିଶ୍ରଙ୍କ ସମେତ ୩୫ଟି ଶାଖାର ମୁଖ୍ୟ ଏବଂ ୨୦ଜଣରୁ ଅଧିକ ସମ୍ମାନୀୟ ଗ୍ରାହକ ଯୋଗ ଦେଇଥିଲେ ।
ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ମିଶ୍ର ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଗୁଡିକର ପ୍ରଗତି ପାଇଁ ଅଧିକ ଧ୍ୟାନ ଦେବା ନିମନ୍ତେ ଶାଖା ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ସେ ବିଶେଷକରି ମତ୍ସ୍ୟ, ଦୁଗ୍ଧ, କୁକୁଡାଚାଷ ଏବଂ ଚାରାରୋପଣ ଶିଳ୍ପଗୁଡିକ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିସହିତ ସମ୍ପୃକ୍ତ ଶାଖାଗୁଡିକର ସେବା କ୍ଷେତ୍ର ମଧ୍ୟରେ କାର୍ଯ୍ୟକରୁଥିବା ସ୍ୱୟଂସହାୟକ ଗୋଷ୍ଠୀଗୁଡିକୁ ବ୍ୟାଙ୍କ ସହିତ ଯୋଡବା ପାଇଁ ଆଭିମୁଖ୍ୟ ରଖିବାକୁ ଶାଖା ପ୍ରବନ୍ଧକମାନଙ୍କୁ କହିଥିଲେ । ମହାପ୍ରବନ୍ଧକ ଶ୍ରୀ ମିଶ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ କରାଯାଇଥିବା ଏନଜିବି ଗ୍ରୁପ ଦ୍ୱାରା ଗ୍ରାହକମାନେ ତୁରନ୍ତ ଫଏସଲା ପାଇପାରିବେ ବୋଲି ଭରସା ଦେଇଥିଲେ । ଗ୍ରାହକମାନେ ବ୍ୟାଙ୍କଦ୍ୱାରା ବିଭିନ୍ନ ସମୟରେ ଦିଆଯାଉଥିବା ସମୟପୋଯୋଗୀ ବ୍ୟାଙ୍କ
ସେବା ପାଇଁ ବ୍ୟାଙ୍କର ପ୍ରଶଂସା କରିଥିଲେ ।
