ଫ୍ଲିପ୍କାର୍ଟର \”ଷ୍ଟେ ଅ ।ଟ୍ ହୋମ୍\’ ପ୍ରତିଯୋଗିତାରେ ଜିତିଲେ ଯୁବରାଜ ସିଂହ
ଫ୍ଲିପ୍କାର୍ଟର \”ଷ୍ଟେ ଅ ।ଟ୍ ହୋମ୍\’ ପ୍ରତିଯୋଗିତାରେ \”ଏଣ୍ଟର୍ଟେଇନର୍ ନଂ ୧\’ ହୋଇ ୧ କୋଟି ଟଙ୍କା ଜିତିଛନ୍ତି ଯୋଦ୍ଧପୁରର ଜଣେ ଶ୍ରମିକଙ୍କ ପୁଅ ଯୁବରାଜ ସିଂହ । ଖୁବ୍ ଭଲ ନୃତ୍ୟ ପ୍ରଦର୍ଶନ କରୁଥିବା କାରଣରୁ ସେ ବାବା ଜାକ୍ସନ ଭାବେ ମଧ୍ୟ ଖୁବ୍ ପରିଚିତ । ଇ-କମର୍ସ ସାଇଟ୍ ଫ୍ଲିପ୍କାର୍ଟ ଦ୍ୱାରା ଅ ।ୟୋଜିତ ଏହି ପ୍ରତିଯୋଗିତା ପାଇଁ ଯୁବରାଜ ରାତାରାତି କୋଟିପତି ହୋଇ ଯାଇଛନ୍ତି । ଫ୍ଲିପ୍କାର୍ଟର ଏହି ପ୍ରତିଯୋଗିତାରେ ପ୍ରତି ସପ୍ତାହକୁ ଜଣେ ବିଜେତାଙ୍କ ନାମରେ ୧୦ ଲକ୍ଷ ଟଙ୍କା ଘୋଷଣା ହୋଇଥାଏ ମେଗା ବିଜେତାଙ୍କୁ ୧ କୋଟି ଟଙ୍କା ମିଳିଥାଏ । ଫ୍ଲିପ୍କାର୍ଟର ହୋଷ୍ଟ ଅରୁଣ ଧାୱନ ଏହି ପୁରସ୍କାର ଘୋଷଣା କରିବା ସମୟର ଭିଡିଓ ସୋସିଅ ।ଲ୍ ମିଡିଅ ।ରେ ଭାଇରାଲ୍ ହୋଇଛି ।
ଏହି ପ୍ରତିଯୋଗିତାର ବିଜେତା ହେବା ପରେ ଯୁବରାଜ କହିଛନ୍ତି , \”ମୋତେ ଏଣ୍ଟର୍ଟେଇନ୍ର ନଂ ୧ ବନେଇଥିବାରୁ ଅ ।ପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ । ଏଭଳି ଲକ୍ଡାଉନ୍ ସମୟରେ ମୁଁ ମୋ ଜୀବନର ଏତେ ବଡ଼ ସଫଳତା ପାଇବି ବୋଲି କେବେ ଭାବିନଥିଲି । ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ୍ ।\’ ଯୁବରାଜଙ୍କ ବାପା ଯୋଦ୍ଧପୁରରେ ଟାଇଲ୍ ଫିଟିଂ କାମ କରନ୍ତି । ଯୁବରାଜଙ୍କ ବିଜୟ ତାଙ୍କ ପରିବାରରେ ଖୁସି ଭରି ଦେଇଛି । ତାଙ୍କ ସଫଳତା ଏବେ ପୂରା ସହରରେ ଚର୍ଚ୍ଚା ପାଲଟିଛି ।
