ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରସିଡେଣ୍ଟସ୍ ଅ।ୱାର୍ଡ
ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍): ରାଜ୍ୟରେ ହକିର ବିକାଶ ତଥା ଏହାକୁ ଅ ।ଗକୁ ବଢାଇବା ପାଇଁ ଉଲ୍ଳେଖନୀୟ ଅବଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଅ ।ନଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଟସ୍ ସମ୍ମାନରେ ସମ୍ମାନିତ କରିଛି । ଭର୍ଚୁଅ ।ଲରେ ଅ ।ୟୋଜିତ ଏକ ସ୍୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଣ୍ଡିଅ ।ନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟରେ ହକିର ପ୍ରଚାର ଓ ପ୍ରସାର ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ କରାଯାଇଛି । ଓଡ଼ିଶା ଭାରତୀୟ ହକି ଦଳର ପ୍ରୟୋଜକ ରହିଛି ।

୨୦୨୩ରେ ହକି ବିଶ୍ୱକପ ପାଇଁ ମଧ୍ୟ ଓଡିଶା ପ୍ରସ୍ତୁତ ହୋଇଛି । ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଅ ।ରମ୍ଭ କରିିଛନ୍ତି । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନ୍ସ ଟ୍ରଫି, ୨୦୧୭ରେ ହକି ୱାଲ୍ଡ ଲିଗ୍ର ଅ ।ୟୋଜନ କରି ହକି ଜଗତରେ ନିଜର ଏକ ସ୍୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା । ଏସବୁ ପଛରେ ୫-ଟି ସଚିବଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାଣ୍ଡିଅ।ନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାପରେ ତାଙ୍କୁ ଅଭିନନ୍ଦନ ଜଣାଇଛି ହକି ଇଣ୍ଡିଅ। ।
