ଦୁଇଦିନିଆ ଭାରତ ବନ୍ଦ: ସାମିଲ୍ ହେଲାନି ପେଟ୍ରୋଲିମ୍ ଡିଲର ସଂଘ

0
62deb3a5-f50a-4483-a102-fb107ef13141-750x430

କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ରେଳରୋକ

ଭୁବନେଶ୍ବର: ୧୨ ଦଫା ଦାବି ନେଇ ଆଜିଠୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସଂଗଠନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦରୁ ଭାରତୀୟ ପେଟ୍ରୋଲିମ୍ ଡିଲର୍ ମହାସଂଘ ସାମିଲ୍ ହୋଇନାହିଁ। ଏହି କାରଣରୁ ରାଜ୍ୟ ଅଧିକଂଶ ସ୍ଥାନରେ ପେଟ୍ରୋଲ୍ ପମ୍ପଗୁଡ଼ିକ ଖୋଲା ରହିଛି। ତେବେ ରାଜଧାନୀରେ ସକାଳେ ପେଟ୍ରୋଲ୍ ପମ୍ପଗୁଡ଼ିକ ବନ୍ଦ ରହିଛି। ମାତ୍ର ଉପରବେଳା ପେଟ୍ରୋଲ୍ ପମ୍ପଗୁଡ଼ିକ ଖୋଲା ରହିବ ବୋଲି ପେଟ୍ରୋଲିମ୍ ଡିଲର ସଂଘ ପକ୍ଷରୁ କୁହାଯାଇଛି।

ଏଣେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ପିକେଟିଂ ସହ ବିକ୍ଷୋଭ କରାଯାଇଛି। ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ନାରାବାଜି କରାଯିବା ସହ ରେଳରୋକ କରାଯାଇଛି। ଏଣେ କଟକ ରେଳ ଷ୍ଟେସନରେ ନାରାବାଜି କରାଯିବା ସହ ରେଳରୋକ କରାଯାଇଛି।  ଠିକ୍ ସେହିପରି ବାଲେଶ୍ବରରେ କିଛି ସମୟ ଲାଗି ନାରାବାଜି କରାଯିବା ସହ ରେଳରୋକ କରାଯାଇଛି। ତେବେ ବାଲେଶ୍ବରରେ ବସ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ କଟକ-ଭୁବନେଶ୍ବରରେ ବସ୍ ଚଳାଚଳ ଉପରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ। ସୂଚନାଯୋଗ୍ୟ, ବ୍ୟାଙ୍କ ଘରୋଇକରଣ ଓ ଇପିଏଫ୍ ସୁଧହାର ହ୍ରାସ ନିଷ୍ପତ୍ତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ଓ ବାମ ଦଳ ପକ୍ଷରୁ ସମର୍ଥନ କରାଯାଉଛି।

Leave a Reply

Your email address will not be published. Required fields are marked *