ଗୀତିକାର ସୁରେଶ ପରିଡ଼ା

0
Presentation1

ଓଡ଼ିଅ । ଫିଲ୍ମରେ ପ୍ରଥମେ ଗୀତ ଲେଖିବାର ସୁଯୋଗ ସୁରେଶ ପରିଡ଼ାଙ୍କୁ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଗୀତିକାର ସ୍ୱରୂପ ନାୟକ । ଫିଲ୍ମଟି ଥିଲା \”କି ହେବ ଶୁଅ । ପୋଷିଲେ\’ । ଏଥିରେ ସେ ଲେଖିଥିଲେ ଗୋଟିଏ ଗୀତ- \”ଶୁଅ । ପୋଲିଥିଲା କେତେ ସେନେହ ଦେଇ, ଗଲାବେଳେ ଚାରିକାନ୍ଧ ପାଇଲା ନାହିଁ\’ । ବେଶ୍ ଲୋକପ୍ରିୟ ବି ହୋଇଥିଲା । ସେ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ସହିତ ସୁରେଶଙ୍କର ବେଶ୍ ଭଲ ସମ୍ପର୍କ ଥିଲା । ଅକ୍ଷୟ ବି ତାଙ୍କୁ ଚଳଚ୍ଚିତ୍ରରେ ଗୀତଲେଖିଥିବା ପାଇଁ ସୁଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମିଶ୍ର ବଦର୍ସଙ୍କ ସୁପରହିଟ୍ ସିନେମା \”କୋଟିଏ ମଣିଷ ଗୋଟିଏ ଜଗା\’ର ସଙ୍ଗୀତ କମ୍ପୋଜ କରୁଥାନ୍ତି ସେତେବେଳେ ଅକ୍ଷୟ ମହାନ୍ତି । ୧୯୯୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଗୀତ ଲେଖିବା ପାଇଁ ସେ ସୁରେଶଙ୍କୁ ଡାକିଲେ । ତିରୁମାଲା ପିକ୍‌ଚର୍ସ ଭଳି ସମ୍ମାନଜନକ ବ୍ୟାନର, ବିଜୟ ଭାସ୍କରଙ୍କ ପରି ହିଟ୍ ଡିରେକ୍ଟର ଓ ଅକ୍ଷୟ ମହାନ୍ତିଙ୍କ ଭଳି କମ୍ପୋଜରଙ୍କ ସହିତ କାମ କରିବାର ସୁଯୋଗକୁ ହାତଛଡ଼ା କରି ନଥିଲେ ସୁରେଶ । ନିର୍ଦ୍ଧାରିତ ସମୟରେ ସୁରେଶ ପହଞ୍ôଚଲେ ତିରୁମାଲା ପିକଚର୍ସର କଟକ ଝାଞ୍ଜିରିମଙ୍ଗଳା ଅଫିସ୍‌ରେ । ସେଠି ମ୍ୟୁଜିକ୍ ସିଟିଂ ଚାଲିଥାଏ । ଉପସ୍ଥିତ ଥାଅ ।ନ୍ତି ପ୍ରଯୋଜକ ଦିଲ୍ଲୀପ ମିଶ୍ର, ନିର୍ଦ୍ଦେଶକ ବିଜୟ ଭାସ୍କର, ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ସମେତ ପ୍ରାୟ ଦଶଜଣ । ସୁରେଶଙ୍କୁ ଦେଖି ଅକ୍ଷୟ କହିଲେ, \”ଅ । ଅ । ସୁରେଶ, ବସ୍ । ତତେ ଦିଟା ଗୀତ ଲେଖିବାର ଅଛି । ତୁ ଅ ।ଗେ ପ୍ରଥମ ଗୀତଟି ଲେଖ୍ ।\’ଗୀତର ସିକ୍ୱେନ୍‌ସ୍ ବି ବୁଝାଇ ଦେଲେ । କହିଲେ, \”ନାୟକ ବିଜୟ ମହାନ୍ତି ହନୁମାନ ଭକ୍ତ । ଅ ।ଉ ନାୟିକା ଋତୁପର୍ଣ୍ଣା ସେନ୍‌ଗୁପ୍ତ ତା\” ଉପରେ ପଡ଼ି ପ୍ରେମ କରୁଛି ଏବଂ ତାକୁ ସିଡ୍ୟୁସ୍ କରିବାକୁ ଚାହୁଁଛି ।’
ଏହା ଶୁଣିବା ମାତ୍ରେ ସୁରେଶ ବଡ଼ ଅଡୁଅ ।ରେ ପଡ଼ିଗଲେ । ଭାବିଲେ, ଅ ।ଗରୁ ରୋମାଣ୍ଟିକ୍ କବିତା ଲେଖିଛି, ଜୀବନଧର୍ମୀ ଗୀତ ଲେଖିଛି, ହେଲେ ସିଡ୍ୟୁସ୍ କରିବା ଗୀତ ତ ଲେଖିନାହିଁ । ଏଇଟା ତ ଶୀର୍ଷାନନ୍ଦ ଦାସକାନୁନ୍‌ଗୋ ଭଲ ଲେଖି ପରିଥାଅ ।ନ୍ତେ । ଖୋକାଭାଇ ଶିର୍ଷାନନ୍ଦଙ୍କୁ ନ ଡାକି କାହିଁକି ମୋତେ ଡାକିଲେ ବୋଲି ଭାବି ମନେ ମନେ ବିସ୍ମିତ ହୋଇଥିଲେ । ହେଲେ ଖୋକାଭାଇଙ୍କୁ କିଛି କହିନଥିଲେ । ତା\’ ପରେ ଅକ୍ଷୟ କହିଲେ \”ତୁ ଅ ।ଗେ ଚାରିପାଞ୍ଚଟା କ୍ୟାଚିଂ ଫାଷ୍ଟ ଲାଇନ କାଢ଼ \’ । ସେଇଠି ବସି ସମସ୍ତଙ୍କ ଗହଣରେ ସୁରେଶ ପ୍ରାୟ ଘଣ୍ଟାଏ ଯାଏ କାଗଜ କଲମ ଧରି ଚିନ୍ତା କରି କିଛି ଲେଖୁଥାନ୍ତି ଓ ମଝିରେ ମଝିରେ ପ୍ରଥମ ଲାଇନ ଶୁଣାଉଥାନ୍ତି । ତାହା କାହାରିକୁ ପସନ୍ଦ ହେଉ ନଥାଏ । ଏମିତି କି ଚା ଦେଉଥିବା ପିଲାଟି ବି କହୁଥାଏ, \”ସାର୍ ଜମୁନାହିିଁ ।\’ ସେତେବେଳେକୁ ଏଇଗୀତ ତାଙ୍କ ଦେଇ ହବନି ବୋଲି ଧରି ନେଇଥିଲେ ସୁରେଶ । ଏମିତି ଭାବୁ ଭାବୁ କାଗଜରେ ଲେଖିଲେ \”ମୁଁ କୁଅ ।ଁରୀ କିଶୋରୀ, ମୁଁ ଲହୁଣୀରେ ତିଅ ।ରି… ।\’ ଏଇଟା ଏଥର ଶୁଣାଇଲେ ସମସ୍ତଙ୍କୁ । ଏ ଲାଇନ ଟି ଏକାଥରକେ ସମସ୍ତଙ୍କ ମନକୁ ପାଇଲା । ଏହା ପରେ ସୁରେଶ ଫାଷ୍ଟ ଲାଇନର ପଦ ପୂରଣ କରିବାକୁ ଚେଷ୍ଟାକଲେ ।
\”ବାଲ ବ୍ରହ୍ମଚାରୀ\’ ଶବ୍ଦଟିକୁ ପ୍ରୟୋଗକରି ମୁଖଡ଼ାକୁ ପୂରଣ କରିବାକୁ ଅକ୍ଷୟ କହିତବା ପରେ ସୁରେଶ ଲେଖିଲେ, \”ମୁଁ କୁଅ ।ଁରୀ କିଶୋରୀ, ମୁଁ ଲହୁଣୀରେ ତିଅ ।ରି, ଅ ।ରେ ଅ । ପାଖକୁ ଅ । ବାଲବ୍ରହ୍ମଚାରୀ ।\’ ଏମିତି ଭାବେ ଗୀତର ମୁଖଡ଼ା ଲେଖି ସାରିବା ପରେ ଅକ୍ଷୟ ହଠାତ୍ ହାରମୋନିୟମ ଛାଡ଼ି ସୁରେଶଙ୍କ ଉଦ୍ଦେଶ୍ୟରେ କହିଲେ, \”ଅ । ଟିକେ ବାହାରୁ ଅ ।ସିବା… ।\’
ଖୋକାଭାଇ ଓ ସୁରେଶ ଝାଞ୍ଜିରମଙ୍ଗଳା ଛକକୁ ଯାଇ ଚା\’ ପିଇ ଫେରିବା ପରେ ହଠାତ୍ ହାରମୋନିୟମ ଧରି ଅକ୍ଷୟ \”ମୁଁ କୁଅ ।ଁରୀ କିଶୋରୀ\’ ଗୀତର ଟ୍ୟୁନିଂ କଲେ । ମନେ ହେଉଥିଲା ଯେପରି ଚା ପିଇବାକୁ ଯିବା ଓ ଅ ।ସିବା ଭିତରେ ସେ ସ୍ୱର କରିଦେଇଥିଲେ । ସ୍ୱରଟି ବି ସମସ୍ତଙ୍କ ମନକୁ ପାଇଥିଲା । ମୁଖୁଡ଼ାର ଟ୍ୟୁନିକ୍ ହୋଇଯିବା ପରେ ଅଳ୍ପ ସମୟ ମଧ୍ୟରେ ସୁରେଶ ଅନ୍ତରା ଦୁଇପଦ ଲେଖିଦେଲେ ।
ଏଇ ଗୀତ ଲେଖାର ସ୍ମୃତିସବୁ ସେ ଅ ।ଜି ବି ଭୁଲି ନାହାନ୍ତି । ଏହି ଲୋକପ୍ରିୟ ଗୀତଟି ବିଜୟ ମହାନ୍ତି ଓ ଋତୁପର୍ଣ୍ଣା ସେନଗୁପ୍ତଙ୍କ ଉପରେ ପିକ୍‌ଚରାଇଜ ହୋଇଥିଲା । ଗୀତା ଦାସ ଓ ଦେବାଶିଷ ମହାପାତ୍ରଙ୍କ ସ୍ୱରରେ ଏହା ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା ।

Leave a Reply

Your email address will not be published. Required fields are marked *