auto

ଅଟୋରେ ୧ ବିଏଚକେ ଘର । କଥାଟା ଟିକେ ଅଡୁଆ ଲାଗୁଥିଲେ ବି ଘଟଣାଟି ସତ । ପୁଣି ଏହାକୁ ତିଅ ।ରି କରିବାରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ଟଙ୍କା । ପୁରୁଣା ଜିନିଷକୁ ରିସାଇକଲ କରି ଏହାକୁ ତିଆରି କରିଛନ୍ତି ଅରୁଣ । ଏଥିପାଇଁ ତାଙ୍କୁ ୫ ମାସ ସମୟ ଲାଗିଛି । ଅରୁଣ ବେଙ୍ଗାଲୁରୁର ଡିଜାଇନ ଅ ।ଣ୍ଡ ଆର୍କିଟେକ୍ଟ କମ୍ପାନୀ ବିଲ୍ୱୋର୍ଡ ସହିତ ମିଶି ଏହାକୁ ନିର୍ମାଣ କରିଛନ୍ତି ।
ଏହାର ଏକ ସ୍ୱତନ୍ତ୍ରତା ହେଉଛି ଏହା ଏକ ମୁଭେବୁଲ ହୋମ୍ ଅର୍ଥାତ ଅଟୋରେ ଘରଟିକୁ ଯେକୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ ।
ପ୍ରକୃତରେ କଥା ହେଲା ଏହି ଘରକୁ ଏକ ଅଟୋ ରିକ୍ସାରେ ତିଆରି କରାଯାଇଛି । ଏହାକୁ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା ୨୩ ବର୍ଷୀୟ ଅରୁଣ ପ୍ରଭୁ । ଏହି ଘରେ ଗୋଟିଏ ବେଡରୁମ୍‌, ଲିଭିଂ ରୁମ୍‌, ରୋଷେଇଘର ସହିତ ଶୌଚାଳୟ ବି ରହିଛି । ଏହି ଘରେ ୨ ଜଣ ବ୍ୟକ୍ତି ଅ ।ରାମରେ ରହିପାରିବେ । ଏହା ସହିତ ଅଟୋର ଛାତ ଉପରେ ଏକ ଅ ।ରାମ ଦାୟକ ଚୌକି ମଧ୍ୟ ରହିଛି । ସେଠାରେ ବସି ଖୋଲା ପବନର ମଜା ନେଇପାରିବେ ।
୩୬ ବର୍ଗ ଫୁଟରେ ତିଅ ।ରି ହୋଇଥିବା ଏହି ଘରେ ପାଣି ପାଇଁ ୨୫୦ ଲିଟର ଏକ ପାଣି ଟାଙ୍କି ରହିଛି । ବିଦ୍ୟୁତ୍ ପାଇଁ ୬୦୦ ୱାଟର ସୋଲାର ପ୍ୟାନେଲ ଖଞ୍ଜାଯାଇଛି । ଘରର କବାଟ ଥିବାବେଳେ ଛାତ ଉପରକୁ ଯିବାକୁ ସିଡି ବି ରହିଛି ।

Leave a Reply

Your email address will not be published. Required fields are marked *