ରିଷ୍ଠ ବ୍ୟୁରୋକ୍ରାଟ୍ ଓ ସାରସ୍ୱତ ସ୍ରଷ୍ଟା
ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ଲୋକାର୍ପିତ

0
WhatsApp-Image-2021-06-11-at-19.30.57-1024x753

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌): ବରିଷ୍ଠ ବ୍ୟୁରୋକ୍ରାଟ୍ ବିଷ୍ଣୁପଦ ସେଠୀଙ୍କର ଏକ କବିତା ପୁସ୍ତକ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉନ୍ମୋଚନ କରିଛନ୍ତି । କବିତା ପୁସ୍ତକର ନାମ ରହିଛି \”ବିୟଣ୍ଡ୍ ହିୟର୍ ଅ ।ଣ୍ଡ୍ ଅଦର୍ ପୋଏମ୍ସ\’ । ଏଥିରେ ରହିଛି ୬୧ଟି କବିତା । ପୁସ୍ତକର ମୁଖବନ୍ଧ ରଚନା କରିଛନ୍ତି ପ୍ରତିଷ୍ଠିତ କବି ହରପ୍ରସାଦ ଦାସ । ୧୬୧ ପୃଷ୍ଠାର ଏହି କବିତା ପୁସ୍ତକର କଭର୍ ଡିଜାଇନ୍ କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ପୁସ୍ତକଟି ଜୀବନର ଅନୁଭୂତି, ମୃତ୍ୟୁର ଉପଲବ୍ଧି ଓ ଦାର୍ଶନିକ ଅନୁଧ୍ୟାନର ଏକ ପ୍ରତିଫଳନ ।ବରିଷ୍ଠ ବ୍ୟୁରୋକ୍ରାଟ୍ ଶ୍ରୀ ସେଠୀ ଜଣେ ଉତ୍ତମ ପ୍ରଶାସକ ସହ ଉଚ୍ଚକୋଟୀର ସାରସ୍ୱତ ସ୍ରଷ୍ଟା ଭାବେ ପରିଚିତ । ତାଙ୍କର ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି \”ମାଇଁ ୱାର୍ଲ୍ଡ ଅଫ୍ ୱାର୍ଡ୍ସ\’ ଓ \”ବିୟଣ୍ଡ୍ ଫିଲିଙ୍ଗ୍ସ\’ । ଶ୍ରୀ ସେଠୀ ସମ୍ପ୍ରତି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଅ । ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।







Leave a Reply

Your email address will not be published. Required fields are marked *