ମ୍ୟାଟ୍ରିକରେ କିସି ର ଶତ ପ୍ରତିଶତ ସଫଳତା

0
DSC_6835.JPG


ଭୁବନେଶ୍ୱର, ୧୮ ।୫: ଓଡିଶ଼ । ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥେô ର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ) କୁ ଶତ ପ୍ରତିଶତ ସଫଳତା ମିଳିଛି । କସିର ମୋଟ ୧୮୮୦ ଛାତ୍ରଛାତ୍ରୀ ଚଳିତବର୍ଷ ମ୍ୟାଟ୍ରିକ୍‍ ପରୀକ୍ଷା ଦେଇଥିବା ବେଳେ ୪୫ ପ୍ରତିଶତ ଛାତଛ୍ର ।ତ୍ରୀ ପ୍ରଥମ ଶେଣ୍ର ଓ ୫୫ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‍ କରିଛନ୍ତି ।

ଚଳିତବର୍ଷ ରାଜ୍ୟ ଫଳାଫଳ ୯୬.୪ ପ୍ରତିଶତ ହୋଇଥିବା କିସ୍‌ର ପାସ୍ ହାର ଶତ ପ୍ରତିଶତ ହୋଇଛି । କିସ୍‍ ଛାତ୍ର ମକରା ମୁର୍ମୁ
(ମୟୂରଭଞ୍ଜ, ସାନ୍ତାଳ) ସର୍ବାଧିକ ୫୫୩ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି । ସେହିପରି ମୟୂରଭଞ୍ଜର ଦିନେଶ ହେମ୍ବମ୍ର (ସାନ୍ତାଳ) ଓ ଝାଡ଼ଖଣ୍ଡରୁ ଆସି କିସ୍‍ରେ ପଢ଼ୁଥିବା ଡଜି ିଜି ଟୁଡୁ (ସାନ୍ତାଳ) ୯୦.୩୩ ପ୍ରତିଶତ ଅର୍ଥାତ ୫୪୨ ନମ୍ବର ରଖିଥିବା ବେଳେ ସୁନ୍ଦରଗଡ଼ର ନମିତା ଓରାମ୍‍ (ଓରାଂ) ଓ କେନ୍ଦୁଝରର ରଶ୍ମିତା ସ୍ୱାଂସି (ସାନ୍ତାଳ) ୯୦ ପ୍ରତିଶତ ଅର୍ଥାତ ୫୪୦ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍‍ର ଫଳାଫଳ ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁ ତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ମାଟ୍ରିକ୍‍ ପରୀକ୍ଷାରେ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି, କିସ୍‍ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମୟକୁ ସମୟ ମାର୍ଗଦର୍ଶନ ଓ ଛାତଛ୍ର ।ତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ସଫଳତା ଆଣିଦେଇଛି । ଏଥି ପାଇଁ ଶ୍ରୀ ସାମନ୍ତ କିସ୍‌ର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *