ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

0
india

ନୂଆଦିଲ୍ଲୀ, (ଏଜେନ୍ସି): ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମୁଣ୍ଡପିଛା ଅ ।ୟ କ୍ଷେତ୍ରରେ ବାଂଲାଦେଶଠାରୁ ପଛରେ ପଡିଯାଇଛି । ୨୦୨୦-୨୧ ଅ ।ର୍ଥିକ ବର୍ଷରେ ବାଂଲାଦେଶ ଜନସାଧାରଣଙ୍କ ମୁଣ୍ଡପିଛା ହାରାହାରି ଅ ।ୟ ୨୨୨୭ ଡଲାର ହୋଇଛି ।ଏହା ୨୦୧୯-୨୦ ଆର୍ଥିକ ବର୍ଷରେ ସେମାନଙ୍କର ରହିଥିବା ମୁଣ୍ଡପିଛା ଅ ।ୟ ୨୦୬୪ ଡଲାର ତୁଳନାରେ ୯%ରୁ ଅଧିକ ବୃଦ୍ଧିପାଇଛି । ତାଜା ସରକାରୀ ତଥ୍ୟରୁ ଜଣାଯାଇଛି ଯେ ୨୦୨୦-୨୧ ଅ ।ର୍ଥିକ ବର୍ଷରେ ଭାରତରେ ମୁଣ୍ଡପିଛା ଅ ।ୟ ହାରାହାରି୧୯୪୭.୪୧୭ ଡଲାର ହୋଇଛି । କୋଭିଡ ମହାମାରୀ ସଂକ୍ରମଣ ଏବଂ ସେହି କାରଣରୁ ଦେଶବ୍ୟାପୀ ତାଲାବନ୍ଦ କାର୍ଯ୍ୟକାରୀ କରାଯିବା ଦ୍ୱାରା ଦେଶର ଅର୍ଥନୀତି ସଂକୁଚି ହେବା ସହିତ ଲୋକଙ୍କର ଅ ।ୟ ହ୍ରାସ ପାଇଥିବା ଜଣାଯାଇଛି ।


ବାଂଲାଦେଶର ଯୋଜନା ମନ୍ତ୍ରୀ ଏମ ଏମ ମନାନ୍ ସେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହିତ ଏକ ଭର୍ଚୁଅ ।ଲ ବୈଠକରେ ଯୋଗଦେବା ଅବସରରେ ଏହି ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ବାଂଲାଦେଶ ସଂପ୍ରତି ଶ୍ରମ ଭିତ୍ତିକ ରପ୍ତାନି ସ୍ଥଳ ଭାବେ ପରିଚିତ ହେଉଛି, କିନ୍ତୁ ତାହା ଭାରତ ତୁଳନାରେ ଅଧିକ ବେଗରେ ଅଭିବୃଦ୍ଧି ହାସଲ କରିପାରିବ ନାହିଁ । ଏହି ଅଭିବୃଦ୍ଧି ସାମୟିକଛ ତାହାସହିତ ଭାରତ କେତେକ ଅଦରକାରୀ ନୀତିକୁ ନେଇ ନିଜ ଗୋଡରେ ନିଜେ କୁରାଢୀ ମାରୁଥିବା ସେ କହିଥିବା ବାଂଲାଦେଶ ବୈଦେଶିକ ଅ ।ର୍ଥିକ ସେବାର ଜଣେ ଅର୍ଥନୀତିଜ୍ଞ ନିଜ ପରିଚୟ ଗୋପନ ରଖି କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବରରେ ଅ ।ନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯିବା ସମୟରେ ଏଥିରେ ମଧ୍ୟ କୁହାଯାଇଥିଲା ଯେ ୨୦୨୦ରେ ଭାରତ ତୁଳନାରେ ବାଂଲାଦେଶର ମୁଣ୍ଡପିଛା ଅ ।ୟ ଡଲାର ହିସାବରେ ଅଧିକ ହେବ । ସେତେବେଳେ ଏହାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ସେତେବେଳେ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍ କହିଥିଲେ ଯେ ସଂଖ୍ୟା କଦାପି ତୁଳନୀୟ ନୁହେଁ । ସମୟ ଏବଂ ରାଷ୍ଟ୍ର ଅ ।ଧାରରେ କଲ୍ୟାଣମୂଳକ ତୁଳନାନିମନ୍ତେ ମାର୍କେଟ ଏକ୍ସଚେଞ୍ଜ ଯୁକ୍ତିଯୁକ୍ତ ସାଧନ ନୁହେଁ । କାରଣ ସେମାନେ ହୁଏତ ସେମାନଙ୍କର ଘରୋଇ ମୁଦ୍ରାସ୍ଫୀତିକୁ ସଠିକ ଭାବରେ ଉପସ୍ଥାପନ କରୁନଥିବେ ଏବଂ ସେହି ସମୟରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ତଥ୍ୟ ମଧ୍ୟ ରଖୁ ନଥାଇପାରନ୍ତି ।

Leave a Reply

Your email address will not be published. Required fields are marked *