ଦୁର୍ଦ୍ଦିନରେ ଗଣମାଧ୍ୟମ କର୍ମଚାରୀ
ଭୁବନେଶ୍ର, (ପ୍ରବାହ ନ୍ୟୁଜ୍): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ତାଲା ବନ୍ଦ ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଘରୋଇ ଅନୁଷ୍ଠାନ ଉପରେ । ଚାକିରିରେ ଛଟେଇ ଚାଲିଥିବା ବେଳେ ମାସିକ ଦରମାରେ ଟଙ୍କା କଟିବା ପ୍ରକ୍ରିୟା ଅ ।ରମ୍ଭ ହୋଇଯାଇଛି । ଅ ।ଉ ଶ୍ରମିକ ଅଭାବରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଉତ୍ପାଦନକ୍ଷମ ହୋଇପାରୁନାହାନ୍ତି । ବିଶେଷ ଭାବେ ଗଣମାଧ୍ୟମ କର୍ମଚାରୀମାନଙ୍କ ଉପରେ ବେଶୀ ପ୍ରଭାବ ପଡ଼ିଛି । ମାଲିକମାନେ ସିଧର ସଳଖ ୫୦ ଭାଗରୁ ଅଧିକ କର୍ମଚାରୀଙ୍କୁ ଚାକ୍ିରିରୁ ବାହାର କରିଦେଇଛନ୍ତି । କାହାର ଜୁ ନାହିଁ ପ୍ରତିବାଦ କରିବାକୁ । କାରଣ ଏହି ସବୁ ସଂସ୍ଥାମାନଙ୍କରେ ଯେଉଁ କର୍ମଚାରୀମାନଙ୍କର ସାହସ ନାହିଁ ମାଲିକ ମାନଙ୍କ ଅନ୍ୟାୟ ବିରୋଧରେ ସ୍ୱରଉତ୍ତୋଳନ କରିବା ପାଇଁ । ସରକାର ମଧ୍ୟ ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସହାୟ । ଓଡ଼ିଶାରେ ରହିଥିବା ସଂଘର ମୁଖବଅ ।ମାନେ ବିଭିନ୍ନ କେଳେଙ୍କାରୀରେ ଲିପ୍ତ । ତେଣୁ ମାଲିକ ଓ ସରକାରଙ୍କ ପାଖରେ କର୍ମଚାରୀଙ୍କ ନ୍ୟାୟ ପାଇଁ ଲଢ଼େଇ କରିବାରେ ସେମାନେ ବିଫଳ ।
କରୋନା ସଂକ୍ରମଣର ପ୍ରଭାବ ପଡିଛି ଜୀବନ ଉପରେ ଅ ।ଉ ଜୀବିକା ଉପରେ ଛ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ତାଲା ବନ୍ଦ ସିଧା ସଳଖ ପ୍ରଭାବ ପକାଇଛି ଜୀବିକା ଉପରେ । କରୋନାରୁ ରକ୍ଷା ପାଇବା ପାଇଁ ତାଲାବନ୍ଦ ଜରୁରୀ ହୋଇପଡିଥିବା ବେଳେ ଜୀବନ ଜୀବିକାକୁ ନେଇ ଚାଲିଥିବା ଏହି ଲଢେଇରେ ଏବେ ବଳି ପଡୁଛନ୍ତି ବେସରକାରୀ ଅନୁଷ୍ଠାନରେ ଚାକିରି କରୁଥିବା ଯୁବପିଢି । କେତେକ ଅନୁଷ୍ଠାନ ଚାକିରିରୁ କାଢି ଦେଉଥିବା ବେଳେ ଅ ।ଉ କିଛି ଅନୁଷ୍ଠାନ ଦରମା କାଟ କରୁଛନ୍ତି
ପ୍ରାୟ ୩ ମାସର ଲକ-ଡାଉନ ଯୋଗୁଁ ଛୋଟ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଉଦ୍ୟୋଗରେ ଶ୍ରମିକ ଅଭାବରୁ ଉତ୍ପାଦନ ହୋଇପାରୁନି । ଅ ।ଉ ଯେତିକି ଉତ୍ପାଦନ ହୋଇଛି ବିକ୍ରି ହୋଇପାରୁନି । ଅ ।ଇଟି କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଉପୁଜିଛି । ସଫ୍ଟ୍ୱୟାର ବିକ୍ରି କରୁଥିବା ସଂସ୍ଥା ହାତ ବାନ୍ଧି ବସିଛନ୍ତି । ତେଣୁ ଚାକିରି କରୁଥିବା କର୍ମଚାରୀଙ୍କୁ ଅ ।ଗକୁ କିପରି ଦରମା ଦେବେ ଏବେ ସେ ଚିନ୍ତା ଅ ।ରମ୍ଭ ହୋଇଗଲାଣି ।
ଅର୍ଥନୀତିଜ୍ଞଙ୍କ ମତରେ ସରକାର ଏହି ସମସ୍ୟାକୁ ଗୁରୁତର ସହ ନେଇ ସମାଧାନର ରାସ୍ତା ବାହାର କରିବା ଦରକାର । ନଚେତ ବେରୋଜଗାରୀ ବଢିବ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଅ ।ହୁରି ଅଧିକ ପ୍ରଭାବିତ ହେବ ।
