ଖୋର୍ଦ୍ଧାରେ ହାତୀ ଉପଦ୍ରବ : ମହିଳା ମୃତ

ଖୋର୍ଦ୍ଧା: ୧୦/୪(ପ୍ରବାହ ନିଉଜ୍) ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଅବସ୍ଥାରେ ଚିକିତ୍ସାଲୟରେ ଭର୍ତ୍ତି। ମର୍ଣିଙ୍ଗ ୱାକ ରେ ବାହାରିଥିବା ବେଳେ ଦନ୍ତାହାତୀ ମହିଳାଙ୍କୁ ଦଳି ଦେଇଥିବା ଜଣାପଡିଛି ।

ସୂଚନା ମୁତାବକ ଖୋର୍ଦ୍ଧା ବାନାଞ୍ଚଳ ଅନ୍ତର୍ଗତ ପାନବରଜ ଗ୍ରାମର କିରଣବାଳା ମାନ୍ଧାତା (୫୬) ସକାଳୁ ସକାଳୁ ପ୍ରାତଃ ଭ୍ରମଣ ରେ ବାହାରିଥିବା ବେଳେ ଦନ୍ତାହାତୀର ସାମ୍ନା ହୋଇଥିଲେ। ଘଟଣା ସ୍ଥଳରେ ହିଁ ହାତୀ କିରଣବାଳାଙ୍କୁ ଗୋଡ଼ରେ ଦଳିଦେବା ସହିତ ତାଙ୍କ ମୁଣ୍ଡକୁ ମଧ୍ଯ ଗୋଡ଼ରେ ଚିପି ଦେଇଥିବା ଜଣାପଡିଛି। ଏହା ସହିତ ପ୍ରତ୍ୟକ୍ଷଦର୍ଶୀ ସୂଚନା ମୁତାବକ ଏକ ଦନ୍ତାହାତୀ ମୃତକ ମହିଳାଙ୍କ ଉପରେ ଆକ୍ରମଣ କରିବା ସହିତ ଅନ୍ୟ ମହିଳାଙ୍କୁ ମାରିବାକୁ ଉଦ୍ୟତ ହେବାବେଳେ ସୌଭାଗ୍ୟବଶତ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଅନ୍ୟପଟେ ମଧ୍ଯ ଖୋର୍ଦ୍ଧା ବନାଞ୍ଚଳ ତାଙ୍ଗିଆପଡା ଗ୍ରାମରେ ଭୋର୍ ୪ଟା ସମୟରେ ମଧ୍ୟ ଏହି ଦନ୍ତା ହାତୀର ଆକ୍ରମଣରେ ବନମାଳୀ ସାମନ୍ତରାୟ (୪୬) ଗୁରୁତର ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ହାତୀଟି ଚନ୍ଦକା ଅଭୟାରଣ୍ୟର ବୋଲି ଜଣାପଡିଥିବା ବେଳେ ଆଜି ଭୋର୍ ରୁ ଖୋର୍ଦ୍ଧା ଅଭିମୁଖେ ଆସି ଏପରି କାଣ୍ଡ ଘଟାଇଥିବା କୁହାଯାଉଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ କର୍ମଚାରୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହାତୀ ଆକ୍ରମଣ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଗୁରୁତର ହୋଇଥିବା ମହିଳାଙ୍କ ଚିକିତ୍ସା ନିମନ୍ତେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

ଗୁରୁତର ହୋଇଥିବା ମହିଳା ଜଣଙ୍କ ମଧ୍ୟ ସ୍ଥାନୀୟ ପାନବରଜ ଗ୍ରାମର ରମାମ ବେହେରା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ରମାମଣୀଙ୍କ ଗୋଡ଼କୁ ହାତୀ ଦଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିବାରୁ ବନ ବିଭାଗ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣ ଅର୍ଥ ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ଆଣି ରମାମଣୀଙ୍କ ପରିବାର ଓ ସ୍ଥାନୀୟ ଲୋକ ଖୋର୍ଦ୍ଧା ରଣପୁର ଗ୍ରାମ୍ୟ ସଡ଼କ ଉପରେ ବସି ରହିଛନ୍ତି।

Leave a Reply

Your email address will not be published. Required fields are marked *