ମେଲିଓଡ଼ଶିଷ ରୋଗ କଣ : ପ୍ରଫେସର ଡାକ୍ତର ପ୍ରଶାନ୍ତ ଆର ମହାପାତ୍ର

ଭୁବନେଶ୍ୱର/ଭାପୁର : 19/10/22(ନି ପ୍ର ): AIIMS ଭୁବନେଶ୍ୱର ର ଫୁସଫୁସ ଓ ମେଡ଼ିସିନ ବିଭାଗ ମୁଖ୍ୟ ଏବଂ DEAN ପ୍ରଫେସର ଡାକ୍ତର ପ୍ରଶାନ୍ତ ଆର ମହାପାତ୍ର 

ମେଲିଓଡ଼ଶିଷ ଭଳି  ଏକ ସଂକ୍ରମଣ ରୋଗର ଗବେଷଣା କରି ତାକୁ ବ୍ୟାଖ୍ୟା କରି ଲୋକଙ୍କୁ ସଚେତନ କରିପାରିଛନ୍ତି l ତାଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ମେଲୋଡିସିସ ରୋଗ ଉପରେ ଅନୁଛେଦଟି ରେ ସେ ବେଶ ପ୍ରଶଂସା ସାଉଁଟିଛନ୍ତି l ତାଙ୍କ ଦ୍ୱାରା ପ୍ରକାଶିତ ଅନୁଛେଦ(ମେଲୋଡ଼ସିସ) ଅନୁସାରେ ମେଲୋଡ଼ସିସ ଏକ ସଂକ୍ରାମକ ରୋଗ ଯାହା ବ୍ୟାପି ଥାଏ ଗୋଟିଏ ଗ୍ରାମ ନେଗେଟିଭ bacterium ଦ୍ୱାରା l ସେହି bacteria ଟି ହେଲା burkholderia ଏବଂ pseudomallia l ଏହି ରୋଗରେ ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ଦେଖା ଯାଏ ନାହିଁ l ଯେଉଁ ମାନଙ୍କ ଦେହରେ ଲକ୍ଷଣ ଦେଖାଯାଏ  ସେ ଗୁଡିକ ହେଲା ଜ୍ୱର, ଚର୍ମ ରେ ଦାଗ, ବଥ ଠାରୁ ଆରମ୍ଭ କରି ନିମୋନିଆ ଆଉ ସେପ୍ଟିସପ, କିଛି ରୋଗୀ ଙ୍କ  ମୃତ୍ୟୁ ବି ହୋଇଯାଇଥାଏ l କିନ୍ତୁ ଲୋକଙ୍କ ଦେହରେ ମେଲିଓଡ଼ଶିଷ ରୋଗ ର ଲକ୍ଷଣ ଦୁଇ ମାସ ରୁ ଅଧିକ ରହି ଥାଏ l ଯାହାକୁ କ୍ରୋନିକ ମେଲିଓଡ଼ଶିଷ କହନ୍ତି l

ଏହି bacteria ଦ୍ୱାରା ଥରେ ସଂକ୍ରମିତ ହେଲେ ହାରl ହାରି 9ଦିନ ସମୟ ଲାଗେ ତାହାର ଲକ୍ଷଣ ଦେହରେ ଦେଖା ଦେବା ପାଇଁ l ଏହି ରୋଗର ଲକ୍ଷଣ କିଛି ବି ହୋଇ ପାରେ ଯେପରି ଜ୍ୱର, କାଶ, ଦେହରେ ବଥ ହେବା, ସେପ୍ଟିସସ ହବା l ଏହି କାରଣ ଯୋଗୁଁ ଆରମ୍ଭ ଅବସ୍ଥାରେ ଚି଼ହ୍ନଟ କରିବା କଷ୍ଟ ହୋଇ ଥାଏ ରୋଗୀଟିକୁ l

ଏହି ରୋଗ ଆମ ଦେହରେ ଲିଭର, କିଡ଼ନୀ, splin, ଫୁସଫୁସ, sported ଆଦି କି ପ୍ରଭାବ ପକାଇ ଥାଏ l ଏହି ରୋଗଟି ମୁଖ୍ୟତଃ ବ୍ୟାପି ଥାଏ ଦୂଷିତ ମାଟି, ଜଳ ଓ ରୋଗୀ ର ଘା ସଂସ୍ପର୍ସ ରେ ଆସିଲେ l ମୁଖ୍ୟତଃ ଏହି ରୋଗଟି ଦକ୍ଷିଣ ପୂର୍ବ ଏସିଆ ବିଶେଷ କରି ଥାଇଲାଣ୍ଡ, ଉତ୍ତର ଅଷ୍ଟ୍ରେଲିଆ ରେ ଏହି ରୋଗ ଟି ଲାଗି ରହିଥାଏ l ହାରା ହାରି 1ଲକ୍ଷ 65ହଜାର ଲୋକ ବର୍ଷକୁ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି l ତା ମଧ୍ୟରୁ ହାରlହାରି 89000 ଲୋକଙ୍କ ମୃତ୍ୟୁ ଘଟି ଥାଏ l କିଡ଼ନୀ ଓ ଡାଇବେଟିସ ରୋଗୀଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇ ଥାଏ l

Leave a Reply

Your email address will not be published. Required fields are marked *