ପଠାଣିସାମନ୍ତ ମହାବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ସଚେତନତା ରଥ କୁ ସ୍ୱାଗତ

(ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ )
ସାମ୍ପ୍ରତିକ ପରିସ୍ଥିତି ରେ ଅନଲାଇନ ଠକେଇ ସମାଜ ରେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି l ଡିଜିଟାଲ ଯେତେ ସହଜ ରେ ଆଗେଇ ଚାଲିଛି ସାଇବର ଠକ ତାକୁ ତାଳ ଦେଇ ସେତିକି ଚାଲେଞ୍ଜ କରୁଛି l ଜନତା ଙ୍କ ବହୁ କଷ୍ଟ ଉପାର୍ଜିତ ସମ୍ପତି ଓ ଧନ ଉପରେ ସଦାବେଳେ ଲୋଲୁପ ଦୃଷ୍ଟି ରଖିଛନ୍ତି ସାଇବର ଠକ ମାନେ l ଟିକେ ଅସାବଧାନତା ହେଲେ ସାଙ୍ଗେ ସାଙ୍ଗେ ଲୁଟ ହୋଇଯିବ ନିଜ କଷ୍ଟ ଉପାର୍ଜିତ ଧନ l
ମନୁଷ୍ୟ ଭିତରେ ଥିବା ଅତ୍ୟଧିକ ଲୋଭ,ଅସାବଧାନତା,ମାଗଣା ପାଇବାର ଆଗ୍ରହ ଏବଂ ଭୟ ଏ ସବୁକୁ ନିଜର ଚାବିକାଠି କରି ସେ ଲୁଟି ଥାନ୍ତି ଲୋକଙ୍କୁ l ତେଣୁ ଲୋଭ, ମାଗଣା ପାଇବା ନିଶା ଓ ଭୟ ଦେଖାଇ ଆଧାର ନମ୍ବର, ପାସବୁକ ନମ୍ବର, ଏଟିମ ନମ୍ବର ମାଗିଲେ ଆମେ ଏଥି ପ୍ରତି ସଜାଗ ରହିବା ଆବଶ୍ୟକ l ସବୁଠାରୁ ବଡ କଥା ହେଲା କେବେବି ନିଜର ବ୍ୟାଙ୍କ ସମ୍ବଧୀୟ ଓଟିପି କାହାକୁ କେବେ ବି ଦେବା ନାହିଁ l ଏଭଳି ଏକ ବଡଧରଣ ଓ ମାରତ୍ମକ ଠକେଇ କି ରୋକ ଲଗାଇବା ପାଇଁ ଓଡିଶା ପୋଲିସ ଜନତା ଙ୍କ ଧନ ଓ ଜନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅକଟୋବର ମାସରେ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛି l
ଏହି ଅଭିଯାନ ଗତ ଦୁଇତାରିଖ ରେ ଆରମ୍ଭ ହୋଇ ଅକଟୋବର ପନ୍ଦର ପର୍ଯ୍ୟନ୍ତ ଜିଲ୍ଲା ର ସମସ୍ତ କୋଣ ଅନୁକୋଣ ରେ ସାଇବର ସୁରକ୍ଷା ସଚେତନତା ରଥ ଭ୍ରମଣ କରି ସାଧାରଣ ଜନତା କୁ ସଚେତନତା କରାଉଛି l ନୟାଗଡ ଜିଲ୍ଲା ପ୍ରତ୍ୟକ ବ୍ଲକ ରେ ସାଇବର ସଚେତନତା ରଥ ପରିକ୍ରମl କରିବାକୁ ଥିବା ସହିତ ସଚେତନତା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି ନୟାଗଡ ପୋଲିସ l ନୟାଗଡ ଜିଲ୍ଲା ର ଫତେଗଡ ଥାନା ପକ୍ଷରୁ ବାହାଡା ସ୍ଥିତ ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଏକ ସାଇବର ସଚେତନତା ସଭାର ଆୟୋଜନ ହୋଇଥିଲା l
ଉକ୍ତ ସଭା ଟି ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଇପିଏସ ଶ୍ରୀ ରାହୁଲ ଜୈନ ଙ୍କ ଅଧ୍ୟକ୍ଷତା ରେ ଖଣ୍ଡପଡ଼ା ଏସଡିପିଓ ପ୍ରଭାତ ମଲିକ ଓ ଫତେଗଡ ଥାନା ଅଧିକାରୀ ସୁଜିତ ଦାଶ ଙ୍କ ସହଯୋଗ ରେ ଏହି ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବାହାଡା ବଜାର ପ୍ରାଙ୍ଗଣ ରୁ ପୋଲିସ ପ୍ରଶାସନ,ଛାତ୍ର ଛାତ୍ରୀ ଓ ଅତିଥି ମାନ ଙ୍କ ଦ୍ୱାରା ସାଇବର ରଥ କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା ପରେ ସଂକୀର୍ତନ ଓ ବାଜା ବଜାଅ ମୁଖ୍ୟ ଅତିଥି ଶ୍ରୀ ଜୈନ ଙ୍କୁ ପଠାଣି ସାମନ୍ତ କଲେଜ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା l ଆୟୋଜିତ ସଭାରେ ସନମାନିତ ଅତିଥି ଭାବରେ ଭାପୁର ବ୍ଲକ ଉପାଧକ୍ଷ ବେଣୁଧର ପ୍ରଧାନ, ପଠାଣି ସାମନ୍ତ ମହାବିଦ୍ୟାଳୟ ର ପ୍ରିନସିପାଲ ବିରଞ୍ଚି ନାରାୟଣ ମିଶ୍ର , ବହୁ କ୍ରୀଡ଼ାବିତ, ବୋଲଗଡ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ l ପୋଲିସ ପ୍ରଶାସନ ତରଫରୁ ସାଧାରଣ ଜନତା କୁ ସାଇବର ସୁରକ୍ଷା ଉପରେ ବହୁ ମୂଲ୍ୟ ସଚେତନତା ବାର୍ତ୍ତା ଦିଆଯାଇଥିଲା l ସାଇବର ଅପରାଧୀଙ୍କୁ କିପରି ଦୁରେଈହବ ସେ ସମର୍କରେ ବିଭିନ୍ନ ଆଲୋଚନ କରାଯାଇଥିଲା l ସାଇବର ସୁରକ୍ଷା ଅଭିଯାନ ଉପରେ ହୋଇଥିବା ଡିବେଟ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥlନ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ସିଲ ଦେଇ ଏସ ପି ଶ୍ରୀ ଜୈନ ପ୍ରସଂଶା କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ହଜାରରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ସାଧରଣ ଜନତା ଯୋଗଦେଇଥିଲେ l କାର୍ଯ୍ୟକ୍ରମ ଟିକୁ ସଫଳ କରିବା ପାଇଁ ଫତେଗଡ ଥାନା ଅଧିକାରୀ ସୁଜିତ କୁମାର ଦାଶ ଙ୍କ ସମ୍ପୂର୍ଣ ଅବଦାନ ଥିଲା ବେଳେ ତାଙ୍କୁ ସହଯୋଗ କରିଥିଲେ ଫତେଗଡ ଥାନା ଏସ ଆଇ ଶ୍ରଦ୍ଧା ନାୟକ, ଏସ ଆଇ ଅରୂପାନନ୍ଦ ନାୟକ, ଏ ଏସ ଆଇ ବି ବି ମଲିକ, ଏ ଏସ ଆଇ ପାହାଡ଼ସିଂ ଓ ଏ ଏସ ଆଇ ଗୁମାନସିଂ l ସର୍ବଶେଷରେ ଏସଡ଼ିପିଓ ପ୍ରଭାତ ମଲିକ ଓ ଫତେଗଡ ଥାନା ଅଧିକାରୀ ସୁଜିତ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l