ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଭୁବନେଶ୍ୱର ଗସ୍ତ


ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିବେକ ୱାହି ଚଳିତ ମାସ ୧୨ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଗସ୍ତରେ ଆସି ବ୍ୟାଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଏହି ଗସ୍ତ ଅବସରରେ ଭୁବନେଶ୍ୱରର ପଟିଆସ୍ଥିତ ଓ-ହବ୍ କନ୍‌ଫେରେନ୍ସ ହଲ୍‌ଠାରେ ଏକ ମେଗା କ୍ରେଡିଟ୍ କ୍ୟାମ୍ପ ଏବଂ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଯେଉଁଥିରେ ଭୁବନେଶ୍ୱର କ୍ଷେତ୍ରର ବିଭିନ୍ନ ବର୍ଗର ଗ୍ରାହକମାନଙ୍କୁ ପ୍ରାୟ ୧୦୦ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା ।

ଶ୍ରୀ ୱାହି ଏକ ଟାଉନ୍ ହଲ୍ ସଭାରେ ଯୋଗଦେଇ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ଷ୍ଟାଫ୍ ସଦସ୍ୟମାନଙ୍କ ସହ ଆଲୋଚନା କରି ଗ୍ରାହକମାନଙ୍କର ଆବଶ୍ୟକତା ଅନୁଯାୟୀ ସର୍ବୋତ୍କୃଷ୍ଟ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଡିଜିଟାଲ ବ୍ୟାଙ୍କିଙ୍ଗ୍ କାରବାରକୁ ଆଖି ଆଗରେ ରଖି ଅଧିକରୁ ଅଧିକ ଯୁବପିଢିଙ୍କୁ ବ୍ୟାଙ୍କ ସହିତ ଯୋଡିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ଏବଂ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *