ଯାନବାହାନ ଯାଞ୍ଚ, ୯ ହଜାର ଜୋରିମାନା ଆଦାୟ


ଯୋଡା, ୯ା୧ : ଜାନୁୟାରୀ ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସରକାର ସଡକ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ହୋଡିଂ, ପ୍ରଚାର ପତ୍ର, ଏଲଇଡି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ସଡକ ଦୁର୍ଘଟଣା ରୋକିବାର ନା ଧରୁନାହିଁ । ସଡକ ଦୁର୍ଘଟଣା ରୋକିବା ପାଇଁ ଯେତେ କଠିନ ନିୟମ କଲେ ମଧ୍ୟ ଅମାନିଆ ଚାଳକମାନେ ଏହାକୁ ଭୁଖେପ ନକରି ଯାନ ବାହାନ ଚଳାଚଳ କରିଆସୁଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଇବାକୁ ଯୋଡା ପୁଲିସ ଏବେ ଅଣ୍ଟା ଭିଡିଛି । କଣ୍ଡରା ଟୁଲ ଗେଟ ପାଖରେ ଯୋଡା ପୁଲିସ ହେଲମେଟ ପିନ୍ଧିନଥିବା ମୋଟରସାଇକେଲ ଆରୋହୀ, ସିଟ୍ ବେଲ୍ଟ ପିନ୍ଧିନଥିବା ୪ ଚକିଆ ଯାନର ଚାଳକ, ଭାରିଯାନ ଚଳାଚଳରେ ବିନା ଲାଇସେନ୍ସ ଏବଂ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକମାନଙ୍କ ଠାରୁ ୯ ହଜାର ଟଙ୍କାର ଜୋରିମାନା ଯୋଡା ପୁଲିସ ଆଦାୟ କରିଥିବା ଜଣାପଡିଛି । ସମୟ ବ୍ୟବଧାନରେ ଏହି ଯାଞ୍ଚ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *