ବେଦାନ୍ତ ଲାଞ୍ଜୀଗଡ ଗ୍ରାମୀଣ ଯୁବକମାନଙ୍କ ପାଇଁ ଏକ ମେଣ୍ଟରିଂ ସିରିଜ୍ ‘ଆରୋହଣ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି

କମ୍ପାନିର ବରିଷ୍ଠ ନେତୃବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାମଗ୍ରୀକ ବିକାଶ ପାଇଁ ପ୍ରେରଣା ଦେଇଛନ୍ତି
ଲାଞ୍ଜୀଗଡ଼, କଳାହାଣ୍ଡି, ଓଡ଼ିଶା, ୨୧.୧୦.୨୦୨୩ : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଲାଞ୍ଜୀଗଡ଼, ଭାରତର ଅଗ୍ରଣୀ ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ଆରୋହଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । କମ୍ପାନିର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ୱାରା ପରିଚାଳିତ ଏକ ମେଂଟରି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନରେ ସହାୟକ ହେବ । ଛାତ୍ର ଛାତ୍ରୀମାନେ ସିଧାସଳଖ କଂପାନିର ବିଶେଷଜ୍ଞ ପେଶାଦାରଙ୍କ ସହ ଯୋଗାଯୋଗ କରିପାରିବେ ଓ ସେମାନଙ୍କ ବୃତିକୁ ଆଗକୁ ବଢାଇବା ଲାଗି ସୂଚନାଯୋଗ୍ୟ ତଥ୍ୟ ପାଇପାରିବେ । ଏହି ପ୍ରୟାସ ମାଧ୍ୟମରେ କମ୍ପାନି ଛାତ୍ର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଉପଯୁକ୍ତ ପ୍ରେରଣା ଯୋଗାଇବେ ।
ବେଦାନ୍ତ ଲାଞ୍ଜୀଗଡ଼ କ୍ରମାଗତ ଭାବେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଷ୍ଠୀର ଉନ୍ନତି ଉପରେ ଧ୍ୟାନ ଦେଇଥାଏ । ଆରୋହଣ କାର୍ଯ୍ୟକ୍ରମ ହେଉଛି ଯୁବକ ଛାତ୍ର ଓ ବେଦାନ୍ତ ଲାଞ୍ଜୀଗଡ଼ର ବରିଷ୍ଠ ପେଶାଦାରଙ୍କ ସହିତ ପାରସ୍ପରିକ ଏକ ଆଲୋଚନା ଅଧିବେଶନ । ବର୍ତମାନ ସୁଦ୍ଧା କଂପାନିର ସିଏସଆର ଓ ବାଣିଜ୍ୟିକ କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ ଅଧିବେଶନ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଲାଂଜିଗଡ଼ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ୩ଟି ଅଧିବେଶନରୁ ଉପକୃତ ହୋଇଛନ୍ତି ।କଂପାନି ଆଗାମୀ ଦିନରେ ଏହାର ଆଇନ, ନିରାପତା ଓ ସ୍ୱାସ୍ୟ୍ଥ୍ର ବିଭାଗରେ ଏହିପରି ଅଧିବେଶନ କରିବାକୁ ଲକ୍ଷ୍ୟ ରଖିଛି ।

ବେଦାନ୍ତ ଲିମିଟେଡର ଆଲୁମିନା ବିଜିନନେସର ଡେପୁଟି ସିଇଓ ଶ୍ରୀ ଜିଜି ପାଲ କହିଛନ୍ତଯେ ପରିବର୍ତନଶୀଳ ବିକାଶ ଓ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧିରେ ଶିକ୍ଷା ହେଉଛି ଚାବି । ଏହି ପଦକ୍ଷେପ ଯୁବକମାନଙ୍କ ମଧ୍ୟରେ ପ୍ରଭାବ ସୃଷ୍ଟି କରିବାକୁ ଆମର ଏହି ପ୍ରଚେଷ୍ଟା ପ୍ରତିଫଳିତ । ଗୁଣାତ୍ମକ ଶିକ୍ଷା ଓ ସୁଯୋଗ ମାଧ୍ୟମରେ ଆମେ ସେମାନଙ୍କୁ ସମର୍ଥନ କରିବାକୁ ଚେଷ୍ଟା କରୁଛୁ, ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ହୋଇପାରିବ ।
ଶ୍ରୀମତୀ ଶ୍ୱେତା ପ୍ରସାଦ, ଶିକ୍ଷୟିତ୍ରୀ ଡିଏଭି ବେଦାନ୍ତ ସ୍କୁଲ ନିଜର ମତବ୍ୟକ୍ତ କରି କହିଛନ୍ତିଯେ ସର୍ବଭାରତୀୟ ସ୍ତରର ଶିକ୍ଷାର ମହତ୍ୱକୁ ବୁଝି ଛାତ୍ର ଛାତ୍ରୀମାନେ ନିଜ କ୍ୟାରିୟରକୁ ବାଛିବା ଓ ସ୍ୱାଧୀନ ଭାବେ ନିଷ୍ପତି ନେବାକୁ ସକ୍ଷମ ହେବା ଉଚିତ । ବେଦାନ୍ତ ପକ୍ଷରୁ ଆୟୋଜିତ ଏହି ଅଧିବେଶନ ସେମାନଙ୍କୁ ପ୍ରେରଣା ଦେବ ।
ଅଧିବେଶନରେ ସାମୁହିକ ପ୍ରୟାସର ଗୁରୁତ୍ୱ, ସମାଜର ପରିବର୍ତନ ସହ ଖାପ ଖୁଆଇବା, ଗଠନାତ୍ମକ ଆତ୍ମ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ । ବିଶିଷ୍ଟ ନେତାମାନେ ସେମାନଙ୍କ ଜୀବନର ଅନୁଭୂତିକୁ ଆଦାନ ପ୍ରଦାନ କରିଥିଲେ ।
ବେଦାନ୍ତ ଲାଞ୍ଜୀଗଡ଼ ବିଭିନ୍ନ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଶିକ୍ଷାଗତ ବ୍ୟବସ୍ଥା ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛି । ଏହି ଜିଲ୍ଲାରେ ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବରେ ୨୦୦୬ରେ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ସ୍କୁଲ ପ୍ରତିଷ୍ଠା କରିଥିଲା । ଏଠାରେ ଗୁଣମାନର ଶିକ୍ଷା ସୁବିଧା ପ୍ରଦାନ କରାଯାଇଥାଏ । ଏହା ସହିତ ବେଦାନ୍ତର ଅତ୍ୟାଧୁନିକ ଅଙ୍ଗନବାଡି ନନ୍ଦଘର ଜରିଆରେ ସମାଜର ମହିଳା ଓ ଶିଶୁ କଲ୍ୟାଣ ପାଇଁ କମ୍ପାନି ପକ୍ଷରୁ ଯତ୍ନ ନିଆଯାଉଛି ।
ବେଦାନ୍ତ ଲାଞ୍ଜୀଗଡ଼ ମଧ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଏହି ଜିଲ୍ଲାରେ ୨୧ଟି ସ୍କୁଲର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସହିତ ଏମଓୟୁ ସ୍ୱାକ୍ଷର କରିଛି । ସହଯୋଗର ଅଂଶ ଭାବରେ ସ୍କୁଲ ଗୁଡ଼ିକ ପାଠାଗାର, ବିଜ୍ଞାନ ଉପକରଣ, କମ୍ପ୍ୟୁଟର ଇତ୍ୟାଦି ସୁବିଧା ଯୋଗାଇ ଦିଆଯାଇଛି ।