ବେଦାନ୍ତ ଆଲୁମିନିୟମ ଭାରତର ଗ୍ରାମାଂଚଳ ମହିଳାମାନଙ୍କ ମଧ୍ୟରେ ସୁରକ୍ଷିତ ସ୍ତନ୍ୟପାନ ଅଭ୍ୟାସକୁ ପ୍ରୋତ୍ସାହିତ କରିଛି
କମ୍ପାନି ଗର୍ଭବତୀ ମହିଳା ଓ ନୂତନ ମା ମାନଙ୍କ ମଧ୍ୟରେ ସ୍ତନ୍ୟପାନର ମହତ୍ୱକୁ ପ୍ରସାରିତ କରିଛି
ଭୁବନେଶ୍ୱର, ୧୧ଅଗଷ୍ଟ ୨୦୨୩: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶା ଓ ଛତିଶଗଡ଼ ସ୍ଥିତ ଏହାର କାର୍ଯ୍ୟ ପରିସରରେ ତଥା ଗ୍ରାମୀଣ ପରିସର ମଧ୍ୟରେ ସ୍ତନ୍ୟପାନର ମହତ୍ୱ ଓ ଏହାର ପ୍ରୋତ୍ସାହନ ପାଇଁ ବ୍ୟାପକ ପ୍ରୟାସ କରିଛି । ସପ୍ତାହବ୍ୟାପୀ ଏହି ଅଭିଯାନରେ ଉଭୟ ମା ଓ ଶିଶୁଙ୍କ ପାଇଁ ସ୍ତନ୍ୟପାନର ଉପକାରିତା ବିଷୟରେ ନୂଆ ମା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯାଇଥିଲା । ଏହି ପଦକ୍ଷେପ ଅଂଚଳରେ ଶିଶୁ ମୃତ୍ୟୁ ହାରକୁ ରୋକିବାରେ ସହାୟକ ହେବ ।
ଏହାର ପ୍ରୟାସ କମ୍ପାନିର ନନ୍ଦଘର ଉପରେ କେନ୍ଦ୍ରିତ ହୋଇଥିଲା ଯାହାକି ବେଦାନ୍ତ ଦ୍ୱାରା ସମର୍ଥିତ ଆଧୁନିକ ଅଙ୍ଗନବାଡି ଓ ଏହା ମହିଳା ଶିଶୁ ବିକାଶର ମାଗଣା ହବ ଭାବେ ୫୩୧ଟି ନନ୍ଦଘରକୁ ନେଇ କାର୍ଯ୍ୟ କରୁଛି । ବେଦାନ୍ତ ଏହି କାର୍ଯ୍ୟକ୍ରମରେ ୫୫୦୦ରୁ ଅଧିକ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ନିକଟରେ ପହଁଚିଛି । ମା ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସଚେତନତା ଉପରେ ପରାମର୍ଶ ସହ ଭିଡିଓ ପ୍ରଦର୍ଶନ ଜରିଆରେ ଦିଗଦର୍ଶନ ଦିଆଯାଇଥିଲା ।
ସ୍ତନ୍ୟପାନ କରାଇବା ଉପରେ ୩୫ରୁ ଅଧିକ ରାଲି ଓ ଗୋଷ୍ଠୀ ସଚେତନତା ବୈଠକ ଝାରସୁଗୁଡ଼ାର ପ୍ରମୁଖ ସ୍ଥାନ ମାନଙ୍କରେ ଆୟୋଜିତ ହୋଇଥିଲା । ୪୦୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଓ ୬୦ ଟି ପଂଚାୟତର ଲୋକମାନେ ଉପକୃତ ହୋଇଥିଲେ । କଂପାନିର ମୋବାଇଲ ହେଲଥ ୟୁନିଟ ଦ୍ୱାରା ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରସାର କରାଯାଇଥିଲା । ଏଥିରେ ୫୦ରୁ ଅଧିକ ସହାୟକ ନର୍ସ ଓ ମେଡିକାଲ କର୍ମଚାରୀ ଯୋଗ ଦେଇ ମା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ର୍ୟ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ ।
ଲାଞିଗଡ଼ରେ ଥିବା ବେଦାନ୍ତ ହସପିଟାଲ ଯାହା ପ୍ରତିବର୍ଷ ୬୦,୦୦୦ ଲୋକଙ୍କୁ ସେବା ଯୋଗାଇଥାଏ, ଏଠାରେ ଶିଶୁ ବିଶେଷଜ୍ଞଙ୍କ ଜରିଆରେ ଛଅଟି ସଚେତନତା ଶିବିର ଆୟୋଜନ କରି କାର୍ଯ୍ୟକ୍ରମକୁ ସମର୍ଥନ କରିଥିଲେ । ରାୟପୁରର ବାଲକୋ ମେଡିକାଲ ଓ କୋରବା ସ୍ଥିତ ବାଲକୋ ହସପିଟାଲ ଦ୍ୱାରା ଲୋକମାନଙ୍କ ସ୍ତନ କର୍କଟ ବିଷୟରେ ସଚେତନ କରାଯାଇଥିଲା ।
ବିଶ୍ୱ ସ୍ତନ୍ୟପାନ ସପ୍ତାହର ମହତ୍ୱ ବିଷୟରେ ସୂଚନା ଦେଇ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡୋଳାମଣି ପଟେଲ କହିଛନ୍ତିଯେ ଏହି ଦିବସ ପାଳନ ଅବସରରେ ଉଭୟ ମା ଓ ଶିଶୁଙ୍କ ପାଇଁ ସ୍ତନ୍ୟପାନର ଉପକାରୀତାକୁ ଆଲୋକିତ କରିବା ଅତି ଗୁରୁତ୍ୱପୂର୍ଣ୍ଣ । ବେଦାନ୍ତ ଏଦିଗରେ ଆଗେଇ ଆସିଥିବାରୁ ମୁଁ ତାକୁ ଧନ୍ୟବାଦ ଜଣାଉଛି । ମାତୃ ଓ ଶିଶୁ କଲ୍ୟାଣ ଆସନ୍ତାକଲି ଆମ ପାଇଁ ଏକ ଉଜ୍ଜ୍ୱଳ ଓ ସ୍ୱାସ୍ଥ୍ୟକର ପୋଷକ ପ୍ରଦାନ କରିବ ।
ବେଦାନ୍ତ ପକ୍ଷରୁ ଏହାର କାର୍ଯ୍ୟ ପରିସର ତଥା ଗ୍ରାମୀଣ ପରିସର ମଧ୍ୟରେ ସ୍ୱାସ୍ଥ୍ୟ ସେବା ଉପରେ ବ୍ୟାପକ କାର୍ଯ୍ୟକ୍ରମ ଗୁଡ଼ିକ ହେଲା-
ମୋବାଇଲ ସ୍ୱାସ୍ଥ୍ୟ ସେବା: ଏଥିରେ ଆଧୁନିକ ଉପକରଣ ବ୍ୟବସ୍ଥା ରହିଛି । ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ଯତ୍ନ ସହାୟତା ଜରିଆରେ ବର୍ଷକୁ ୫୪,୦୦୦ ଲୋକ ଉପକୃତ ହେଉଛନ୍ତି ଓ କଳାହାଣ୍ଡି ଜିଲ୍ଲାର ୨୨୦୦୦ ରୋଗୀ ୬୫ଟି ଜିଲ୍ଲାରୁ ନିୟମିତ ସେବା ସୁବିଧା ପାଉଛନ୍ତି ।
ନୟୀ କିରଣ, ମେନଷୁରାଲ ହେଲଥ ପ୍ରୋଗ୍ରାମ : ଜରିଆରେ କିଶୋରୀ ବାଳିକା ଓ ମହିଳା ମାନଙ୍କ ମଧ୍ୟରେ ଋତୁସ୍ରାବ କାଳୀନ ସଚେତନତା ଓ ପରିଛନ୍ନତା ବିଷୟରେ ଛତିଶଗଡ଼ରେ ଲୋକମାନଙ୍କୁ ବୁଝାଯାଉଛି ।
ସ୍ୱାସ୍ଥ୍ୟ ଶିବିର : ବେଦାନ୍ତ ଆଲୁମିନିୟମ ବହୁତ ଗୁଡ଼ିଏ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଛି ଏହାକୁ ନିଜର କେନ୍ଦ୍ର ତଥା ସରକାରୀ ସହଭାଗିତାରେ ଆୟୋଜନ କରାଯାଉଛି ।
ପରିଛନ୍ନତା ଅଭିଯାନ- ସ୍ୱାସ୍ଥ୍ୟ ଓ ପରିଛନ୍ନତାର ବିକାଶ ଲାଗି କମ୍ପାନି ପରିଛନ୍ନତା ଓ ସଚେତନତା ଅଭିଯାନ ଆୟୋଜନ କରୁଛି । ଲୋକମାନଙ୍କୁ ହାତ ଧୋଇବା ଅଭ୍ୟାସ, ନଳା ନର୍ଦ୍ଦମା ଗୁଡ଼ିକର ପରିସ୍କାର ଓ ରୋଗର ପ୍ରତିକାର ପାଇଁ ବୁଝାଯାଉଛି ।
ଗ୍ରାମୀଣ ସ୍ୱାସ୍ଥ୍ୟ ପୋଷ୍ଟ- ବାଲକୋର ସହାୟକ ଆରୋଗ୍ୟ ପ୍ରକଳ୍ପ ଅଧିନରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସଂପର୍କରେ ଗ୍ରାମାଂଚଳରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ଯତ୍ନ ବିଷୟରେ ବୁଝାଇ ରୋଗର ପ୍ରତିକାର କରାଯାଉଛି ।